Posted inଜାତୀୟ

କେନ୍ଦ୍ର ସରକାର ଏକୁଟିଆ ମିଥ୍ୟା ଖବର ବିରୋଧରେ ଲଢ଼ି ପାରିବେନି: ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୧୯।୧ : ମିଥ୍ୟା ଖବର ଉପରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଏବଂ ଏହାକୁ ରୋକିବା ପାଇଁ କିଛି ଆଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି। ତେବେ ଏହାର କାର୍ଯ୍ୟକାରିତା ପୂର୍ବରୁ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ ହୋଇଛି। ୍‌ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପ୍ରେସ ଇନଫରମେଶନ ବ୍ୟୁରୋ (ପିଆଇବି) ଦ୍ୱାରା ମିଥ୍ୟା ବୋଲି ବିବେଚନା କରାଯାଉଥିବା ଆଇଟି ନିୟମରେ ସଂଶୋଧନ ଡ୍ରାଫ୍ଟକୁ ହଟାଇବାକୁ ସରକାରଙ୍କୁ ଅନୁରୋଧ କରିଛି।

ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡିଜିଟାଲ ମିଡିଆ ପାଇଁ ନିୟାମକ ଢାଞ୍ଚାରେ ପ୍ରେସ ସଂସ୍ଥା, ଗଣମାଧ୍ୟମ ସଂଗଠନ ଏବଂ ଅନ୍ୟ ହିତାଧିକାରୀଙ୍କ ସହ ଅର୍ଥପୂର୍ଣ୍ଣ ପରାମର୍ଶ ଆରମ୍ଭ କରିବାକୁ ଗୁଇନ୍ଦା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। ଯାହାଦ୍ୱାରା ଗଣମାଧ୍ୟମର ସ୍ବାଧୀନତା ଉପରେ ଯେପରି ପ୍ରଭାବ ନ ପଡ଼ିବ ସେଥିପ୍ରତି ଧ୍ୟାନ ଦେବାକଚୁ କୁହାଯାଇଛି।
ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମରେ ସଂଶୋଧନ ଡ୍ରାଫ୍ଟକୁ ନେଇ ଗଭୀର ଚିନ୍ତା ପ୍ରକଟ କରି ଏଡିଟର୍ସ ଗିଲ ପକ୍ଷରୁ କୁହାଯାଇଛି ଯେ ମିଥ୍ୟା ଖବର ନିର୍ଣ୍ଣୟ କରିବା ସରକାରଙ୍କ ଏକମାତ୍ର ଦାୟିତ୍ୱ ହୋଇପାରିବ ନାହିଁ। ଏହାଦ୍ୱାରା ଗଣମାଧ୍ୟମର ସେନ୍ସର ହେବ।

ଏଡିଟର୍ସ ଗିଲ କହିଛି ଯେ ବାସ୍ତବରେ ଭୁଲ ଥିବା ଖବରର ମୁକାବିଲା ପାଇଁ ପୂର୍ବରୁ ଅନେକ ନିୟମ ରହିଛି। ଏହି ନୂତନ ପ୍ରକ୍ରିୟା ଏକ ମୌଳିକ ମୁକ୍ତ ପ୍ରେସକୁ ଅଟକାଇବା ପାଇଁ ବ୍ୟବହାର କରାଯାଇପାରିବ ଏବଂ ପିଆଇବିି କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ କୌଣସି ଏଜେନ୍ସିକୁ ସେହି ଅନଲାଇନ ମଧ୍ୟସ୍ଥିମାନଙ୍କୁ ବିଷୟବସ୍ତୁ ହଟାଇବା ପାଇଁ ବାଧ୍ୟ କରାଯାଇପାରିବ। ଯେଉଁଥି ପାଇଁ ସରକାରଙ୍କର ସମସ୍ୟା ହୋଇପାରେ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ପରାମର୍ଶ ପ୍ରଯୁକ୍ତିବିଦ୍ୟା ମଧ୍ୟସ୍ଥି ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା ନିୟମ, ୨୦୨୧ ରେ ସଂଶୋଧନ ଜାରି କରିଛି ଯାହା ପୂର୍ବରୁ ଜନ ପରାମର୍ଶ ପାଇଁ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri