Posted inଜାତୀୟ

ରୋହିଙ୍ଗ୍ୟା-ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରଥମେ ଦାଖଲ କରନ୍ତୁ ଜବାବ, କହିଲେ ସିଜେଆଇ…

ନୂଆଦିଲ୍ଲୀ, ୭।୪ : ଏକ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବେଆଇନ ପ୍ରବାସୀଙ୍କୁ ସେମାନଙ୍କ ଦେଶକସ୍‌ୁ ପଠାଇବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଜବାବ ଦାଖଲ କରନ୍ତି, ତେବେ ଏହାର ଶୁଣାଣି କରିବାକୁ ଶୀର୍ଷକୋର୍ଟ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରର ଜବାବ ଦାଖଲ ହେବା ପରେ ଶୁଣାଣି ପାଇଁ ତାରିଖ ଦିଆଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ )ଏନ.ଭି. ରମନା କହିଛନ୍ତି।

ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗତ ବର୍ଷ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଯେଉଁଥିରେ ଏକ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବେଆଇନ ପ୍ରବାସୀଙ୍କୁ ଅନୁସନ୍ଧାନ, ଅଟକାଇବା ଏବଂ ବିତାଡିତ କରିବା ପାଇଁ ଏହା କେନ୍ଦ୍ର ଏବଂ ସମସ୍ତ ରାଜ୍ୟକୁ ଏକ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା।

ଅଶ୍ୱିନୀ କୋର୍ଟଙ୍କୁ କହିଥିଲେ ଯେ ୨୦୨୧ ମାର୍ଚ୍ଚ ୨୭ ରେ ଏକ ବର୍ଷରୁ ଅଧିକ ସମୟ ପୂର୍ବରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ଏହା ପରେ ଏହି ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନଥିଲା। ଅଶ୍ୱିନୀ ଯୁକ୍ତି କରିଛନ୍ତି ଯେ କୋଟି କୋଟି ଲୋକଙ୍କ ରୋଜଗାର ଅନୁପ୍ରବେଶକାରୀଙ୍କ କବଳରେ ରହିଛି। ସିଜେଆଇ ଏହି ପ୍ରସଙ୍ଗରେ କହିଛନ୍ତି ଯେ କେନ୍ଦ୍ରର ଉତ୍ତର ଦାଖଲ ହେବା ପରେ ମାମଲାର ଶୁଣାଣି ତାରିଖ ରଖାଯିବ। ପ୍ରାରମ୍ଭରେ, ଶୀଘ୍ର ଶୁଣାଣି ପାଇଁ ଅଶ୍ୱିନୀଙ୍କ ଅନୁରୋଧ ଗ୍ରହଣ କରିବାକୁ ସିଜେଆଇ ଅନିଚ୍ଛା ପ୍ରକାଶ କରିଥିଲେ।

ଅଶ୍ୱିନୀ କହିଛନ୍ତି ଯେ ୫ କୋଟି ରୋହିଙ୍ଗ୍ୟା ଭାରତରେ ବେଆଇନ ଭାବେ ବାସ କରୁଛନ୍ତି। ଆବାସ ଯୋଜନା ସମେତ ଅନ୍ୟ ସୁବିଧା ସେମାନଙ୍କୁ ମିଳୁଛି। ଏନେଇ କୋର୍ଟରେ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସିଜେଆଇ ପ୍ରଶ୍ନ ପଚାରିଥିଲେ ଯେ ଯଦି ଆପଣ ଜବାବ ସହିତ ପ୍ରସ୍ତୁତ ,ତେବେ ଆମେ ଏହି ମାମଲାକୁ ତାଲିକାଭୁକ୍ତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri