Posted inଜାତୀୟ

ରୋହିଙ୍ଗ୍ୟା-ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରଥମେ ଦାଖଲ କରନ୍ତୁ ଜବାବ, କହିଲେ ସିଜେଆଇ…

ନୂଆଦିଲ୍ଲୀ, ୭।୪ : ଏକ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବେଆଇନ ପ୍ରବାସୀଙ୍କୁ ସେମାନଙ୍କ ଦେଶକସ୍‌ୁ ପଠାଇବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଜବାବ ଦାଖଲ କରନ୍ତି, ତେବେ ଏହାର ଶୁଣାଣି କରିବାକୁ ଶୀର୍ଷକୋର୍ଟ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରର ଜବାବ ଦାଖଲ ହେବା ପରେ ଶୁଣାଣି ପାଇଁ ତାରିଖ ଦିଆଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ )ଏନ.ଭି. ରମନା କହିଛନ୍ତି।

ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗତ ବର୍ଷ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ଯେଉଁଥିରେ ଏକ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବେଆଇନ ପ୍ରବାସୀଙ୍କୁ ଅନୁସନ୍ଧାନ, ଅଟକାଇବା ଏବଂ ବିତାଡିତ କରିବା ପାଇଁ ଏହା କେନ୍ଦ୍ର ଏବଂ ସମସ୍ତ ରାଜ୍ୟକୁ ଏକ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା।

ଅଶ୍ୱିନୀ କୋର୍ଟଙ୍କୁ କହିଥିଲେ ଯେ ୨୦୨୧ ମାର୍ଚ୍ଚ ୨୭ ରେ ଏକ ବର୍ଷରୁ ଅଧିକ ସମୟ ପୂର୍ବରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। କିନ୍ତୁ ଏହା ପରେ ଏହି ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନଥିଲା। ଅଶ୍ୱିନୀ ଯୁକ୍ତି କରିଛନ୍ତି ଯେ କୋଟି କୋଟି ଲୋକଙ୍କ ରୋଜଗାର ଅନୁପ୍ରବେଶକାରୀଙ୍କ କବଳରେ ରହିଛି। ସିଜେଆଇ ଏହି ପ୍ରସଙ୍ଗରେ କହିଛନ୍ତି ଯେ କେନ୍ଦ୍ରର ଉତ୍ତର ଦାଖଲ ହେବା ପରେ ମାମଲାର ଶୁଣାଣି ତାରିଖ ରଖାଯିବ। ପ୍ରାରମ୍ଭରେ, ଶୀଘ୍ର ଶୁଣାଣି ପାଇଁ ଅଶ୍ୱିନୀଙ୍କ ଅନୁରୋଧ ଗ୍ରହଣ କରିବାକୁ ସିଜେଆଇ ଅନିଚ୍ଛା ପ୍ରକାଶ କରିଥିଲେ।

ଅଶ୍ୱିନୀ କହିଛନ୍ତି ଯେ ୫ କୋଟି ରୋହିଙ୍ଗ୍ୟା ଭାରତରେ ବେଆଇନ ଭାବେ ବାସ କରୁଛନ୍ତି। ଆବାସ ଯୋଜନା ସମେତ ଅନ୍ୟ ସୁବିଧା ସେମାନଙ୍କୁ ମିଳୁଛି। ଏନେଇ କୋର୍ଟରେ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସିଜେଆଇ ପ୍ରଶ୍ନ ପଚାରିଥିଲେ ଯେ ଯଦି ଆପଣ ଜବାବ ସହିତ ପ୍ରସ୍ତୁତ ,ତେବେ ଆମେ ଏହି ମାମଲାକୁ ତାଲିକାଭୁକ୍ତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?