Posted inଜାତୀୟ

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି ଗଠନ କରିବା ପରେ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ବୈଠକ। ତେବେ ଏଥିରୁ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆସନ୍ତା ୧୯ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ଆୟୋଜିତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ, ବାଣିଜ୍ୟ ଓ ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନର ପ୍ରତିନିଧି ଭାଗନେଇଥିଲେ। ଆନ୍ଦୋଳନରତ ଚାଷୀ ସଙ୍ଗଠନଗୁଡ଼ିକର ନେତାମାନେ କେନ୍ଦ୍ରର ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ନିଜ ଦାବି ଦୋହରାଇଥିଲେ। ସରକାର ସେମାନଙ୍କୁ ଅଧିକ ନରମ ହେବାକୁ ପରାଶର୍ମ ଦେଇଥିଲେ ଏବଂ କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ରାଜି ଥିବା ଅବଗତ କରାଇଥିଲେ। ତେବେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ପୂର୍ବ ଭଳି କୌଣସି ବିଷୟରେ ସହମତି ପ୍ରକାଶ ପାଇ ନ ଥିଲା। ସରକାର ୩ ଆଇନ ଉଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ। ଆଲୋଚନା ଆରମ୍ଭରେ ତୋମାର କହିଥିଲେ, ଆମେ ଆପଣମାନଙ୍କ ଅନେକ ଦାବିକୁ ଗ୍ରହଣ କରିଛୁ। ଏହାସତ୍ତ୍ୱେ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ଥିବା ଓ ଏହାକୁ ଏକ ଅହଂକାରର ପ୍ରସଙ୍ଗରେ ପରିଣତ କରିଥିବା ଆପଣମାନେ କହିଚାଲିଛନ୍ତି। କିନ୍ତୁ ଆପଣମାନେ ମଧ୍ୟ ନରମ ହେବା ଆବଶ୍ୟକ। କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ ବୋଲି ଅଡ଼ିବସିବା ଅନୁଚିତ। ଫଳରେ ଆସନ୍ତା ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ବୈଠକ କରିବାକୁ ନିଷ୍ପତ୍ତି ହୋଇଥିବା ଚାଷୀ ନେତା ଯୋଗିନ୍ଦର ସିଂ ଉଗ୍ରହନ୍‌ ସୂଚନା ଦେଇଛନ୍ତି। ବୈଠକରେ ସାମିଲ ଥିବା ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେଶନ କମିଟି (ଏଆଇକେଏସ୍‌ସିସି) ସଦସ୍ୟା କବିତା କୁରୁଗନ୍ତି କହିଛନ୍ତି, ଉଭୟ ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ପ୍ରତ୍ୟକ୍ଷ ଆଲୋଚନା ପ୍ରକ୍ରିୟା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟତମ ଚାଷୀ ନେତା ରାକେଶ ଟିକାଏତ କହିଛନ୍ତି, କୋର୍ଟଙ୍କ ଜରିଆରେ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରାଯିବା ଉଚିତ ବୋଲି ସରକାର ଆମକୁ କହିଛନ୍ତି। ଆମେ ମଧ୍ୟ ଏଥିରେ ଏକମତ। ସମାଧାନର କିଛି ବାଟ ବାହାରିପାରେ।
ପ୍ରକାଶ ଯେ, ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ ଆଣିଥିଲେ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ହରାଇବେ ଏବଂ ସେମାନଙ୍କ ମୂଲଚାଲ କ୍ଷମତା ରହିବ ନାହିଁ ବୋଲି ଆଶଙ୍କା କରି ଆଇନକୁ ହଟାଯାଉ ବୋଲି ଦାବି କରୁଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଦିଲ୍ଲୀ ସଂଲଗ୍ନ ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଶୀତ କାକର ସହି ୫୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ ଜାନୁୟାରୀ ୮ରେ କେନ୍ଦ୍ର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଥିଲା। ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟା ନ ଯିବା ଯାଏ ଘରକୁ ଫେରିବୁ ନାହିଁ ବୋଲି କୃଷକମାନେ ଅଡ଼ିବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri