Posted inଜାତୀୟ

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି ଗଠନ କରିବା ପରେ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ବୈଠକ। ତେବେ ଏଥିରୁ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆସନ୍ତା ୧୯ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ଆୟୋଜିତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ, ବାଣିଜ୍ୟ ଓ ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନର ପ୍ରତିନିଧି ଭାଗନେଇଥିଲେ। ଆନ୍ଦୋଳନରତ ଚାଷୀ ସଙ୍ଗଠନଗୁଡ଼ିକର ନେତାମାନେ କେନ୍ଦ୍ରର ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ନିଜ ଦାବି ଦୋହରାଇଥିଲେ। ସରକାର ସେମାନଙ୍କୁ ଅଧିକ ନରମ ହେବାକୁ ପରାଶର୍ମ ଦେଇଥିଲେ ଏବଂ କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ରାଜି ଥିବା ଅବଗତ କରାଇଥିଲେ। ତେବେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ପୂର୍ବ ଭଳି କୌଣସି ବିଷୟରେ ସହମତି ପ୍ରକାଶ ପାଇ ନ ଥିଲା। ସରକାର ୩ ଆଇନ ଉଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ। ଆଲୋଚନା ଆରମ୍ଭରେ ତୋମାର କହିଥିଲେ, ଆମେ ଆପଣମାନଙ୍କ ଅନେକ ଦାବିକୁ ଗ୍ରହଣ କରିଛୁ। ଏହାସତ୍ତ୍ୱେ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ଥିବା ଓ ଏହାକୁ ଏକ ଅହଂକାରର ପ୍ରସଙ୍ଗରେ ପରିଣତ କରିଥିବା ଆପଣମାନେ କହିଚାଲିଛନ୍ତି। କିନ୍ତୁ ଆପଣମାନେ ମଧ୍ୟ ନରମ ହେବା ଆବଶ୍ୟକ। କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ ବୋଲି ଅଡ଼ିବସିବା ଅନୁଚିତ। ଫଳରେ ଆସନ୍ତା ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ବୈଠକ କରିବାକୁ ନିଷ୍ପତ୍ତି ହୋଇଥିବା ଚାଷୀ ନେତା ଯୋଗିନ୍ଦର ସିଂ ଉଗ୍ରହନ୍‌ ସୂଚନା ଦେଇଛନ୍ତି। ବୈଠକରେ ସାମିଲ ଥିବା ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେଶନ କମିଟି (ଏଆଇକେଏସ୍‌ସିସି) ସଦସ୍ୟା କବିତା କୁରୁଗନ୍ତି କହିଛନ୍ତି, ଉଭୟ ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ପ୍ରତ୍ୟକ୍ଷ ଆଲୋଚନା ପ୍ରକ୍ରିୟା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟତମ ଚାଷୀ ନେତା ରାକେଶ ଟିକାଏତ କହିଛନ୍ତି, କୋର୍ଟଙ୍କ ଜରିଆରେ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରାଯିବା ଉଚିତ ବୋଲି ସରକାର ଆମକୁ କହିଛନ୍ତି। ଆମେ ମଧ୍ୟ ଏଥିରେ ଏକମତ। ସମାଧାନର କିଛି ବାଟ ବାହାରିପାରେ।
ପ୍ରକାଶ ଯେ, ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ ଆଣିଥିଲେ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ହରାଇବେ ଏବଂ ସେମାନଙ୍କ ମୂଲଚାଲ କ୍ଷମତା ରହିବ ନାହିଁ ବୋଲି ଆଶଙ୍କା କରି ଆଇନକୁ ହଟାଯାଉ ବୋଲି ଦାବି କରୁଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଦିଲ୍ଲୀ ସଂଲଗ୍ନ ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଶୀତ କାକର ସହି ୫୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ ଜାନୁୟାରୀ ୮ରେ କେନ୍ଦ୍ର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଥିଲା। ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟା ନ ଯିବା ଯାଏ ଘରକୁ ଫେରିବୁ ନାହିଁ ବୋଲି କୃଷକମାନେ ଅଡ଼ିବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri