ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା ଭଳି ଅତିରିକ୍ତ ଶୁଳ୍କ ଆଦାୟକୁ ବେଆଇନ ବୋଲି କହିଛନ୍ତି । ଗ୍ରାହକ ସୁରକ୍ଷା ଆଇନ-୨୦୧୯ ଅନୁସାରେ ଏହିଭଳି କାର୍ଯ୍ୟକୁ ଅସାଧୁ ବୋଲି ଦର୍ଶାଯାଇଛି। ସର୍ଭିସ୍‌ ଚାର୍ଜ ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ଏଡ଼ାଇବା ପାଇଁ ଏଭଳି ଚାର୍ଜଗୁଡିକ ପୂର୍ୱ ନିର୍ଦ୍ଧାରିତ ଭାବେ ଲଗାଯାଉଥିବା ଲକ୍ଷ୍ୟକରି ପ୍ରାଧିକରଣ ଗ୍ରାହକ ସୁରକ୍ଷା ଆଇନ ୨୦୧୯ର ଧାରା ୧୦ ଅନୁଯାୟୀ ଏକ ନୂଆ ପରାମର୍ଶବଳୀ ଜାରି କରିଛନ୍ତି। ଏଭଳି କୌଣସି ଚାର୍ଜ ସ୍ୱୟଂଚାଳିତ ଭାବେ ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜାତୀୟ ଗ୍ରାହକ ହେଲ୍ପଲାଇନରେ ପ୍ରାପ୍ତ ଅଭିଯୋଗ ଏବଂ ଗଣମାଧ୍ୟମର ରିପୋର୍ଟକୁ ଆଧାରକରି ସିସିପିଏ ଏହିଁ ଦୃଢ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସିସିପିଏ ଲକ୍ଷ୍ୟ କରିଛି ଯେ, କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମେନୁରେ ଦର୍ଶାଯାଇଥିବା ଖାଦ୍ୟ ଓ ପାନୀୟର ମୂଲ୍ୟ ଏବଂ ପ୍ରଯୁଜ୍ୟ ଟିକସ ବ୍ୟତୀତ ଗ୍ରାହକ ବିଲ୍‌ରେ ପୂର୍ୱ ନିର୍ଦ୍ଧାରିତ ଭାବେ ଏଭଳି ଚାର୍ଜ ଆଦାୟ କରୁଛନ୍ତି। ଏଲ୍‌ପିଜି ଚାର୍ଜ କିମ୍ୱା ସେହିଭଳି ଅନ୍ୟ କିଛି ଚାର୍ଜ ଆଦାୟ କରିବାକୁ ଆଇନର ପ୍ରାବଧାନକୁ ଏଡାଇବାର ପ୍ରୟାସ ବୋଲି କହିଛି ସିସିପିଏ। ଇନ୍ଧନ, ଏଲ୍‌ପିଜି, ବିଦ୍ୟୁତ୍‌ ଏବଂ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ହେଉଛି ବ୍ୟବସାୟ ଚଳାଇବା ପାଇଁ ଲାଗୁଥିବା ଖର୍ଚ୍ଚର ଗୋଟିଏ ଗୋଟିଏ ଅଂଶବିଶେଷ ଏବଂ ଏହାକୁ ମେନୁରେ ଥିବା ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ପୃଥକ ବାଧ୍ୟତାମୂଳକ ଚାର୍ଜ ମାଧ୍ୟମରେ ଏଭଳି ଖର୍ଚ୍ଚ ଆଦାୟ କରିବା ଆଇନର ଧାରା ୨(୪୭) ଅନୁଯାୟୀ ଅସାଧୁ ବ୍ୟାପାର ହୋଇଥାଏ। କୌଣସି ହୋଟେଲ କିମ୍ୱା ରେଷ୍ଟୁରାଣ୍ଟ ବିଲରେ ପୂର୍ୱ ନିର୍ଦ୍ଧାରିତ କିମ୍ୱା ସ୍ୱୟଂଚାଳିତ ଭାବରେ ଏଲପିଜି ଚାର୍ଜ, ଗ୍ୟାସ୍‌ ଚାର୍ଜ କିମ୍ୱା ସେହିଭଳି ଚାର୍ଜ ଆଦାୟ କରିପାରିବେ ନାହିଁ। ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବା ପାଇଁ ବିଭ୍ରାନ୍ତ କିମ୍ୱା ବାଧ୍ୟ କରାଯିବ ନାହିଁ, ଯାହା ସ୍ୱେଚ୍ଛାକୃତ ନୁହେଁ। ଯେଉଁ ଗ୍ରାହକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ବିଲ୍‌ରୁ ସେହି ଚାର୍ଜ ହଟାଇବା ପାଇଁ ହୋଟେଲ କିମ୍ୱା ରେଷ୍ଟୁରାଣ୍ଟକୁ ଅନୁରୋଧ କରିବେ। ୧୯୧୫ ନମ୍ୱରରେ କଲ୍‌ କରି କିମ୍ୱା ଜାତୀୟ ଖାଉଟି ସହାୟତା ମୋବାଇଲ ଆପ ମାଧ୍ୟମରେ ନ୍ୟାଶନାଲ କଞ୍ଜୁମର ହେଲ୍ପଲାଇନରେ ଅଭିଯୋଗ କରନ୍ତୁ। ଇ-ଜାଗୃତି ପୋର୍ଟାଲ ମାଧ୍ୟମରେ ସମ୍ପୃକ୍ତ ଗ୍ରାହକ କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ। ନଚେତ ଜିଲା ମାଜିଷ୍ଟ୍ରେଟ କିମ୍ୱା ସିଧାସଳଖ ସିସିପିଏ ନିକଟରେ ଅଭିଯୋଗ ଦାଖଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri