କେନ୍ଦ୍ରୀୟ କମିଟିର କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଯୋଡ଼ା,୩୧ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକର କାନପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତଙ୍କ ସମସ୍ୟା ଉପରେ ଅବଗତ ହେବା ପାଇଁ ଦିଲ୍ଲୀରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସୋମବାର ଅଞ୍ଚଳ ପରିଦର୍ଶନ କରିଛି। ଏହି ପରିଦର୍ଶନରେ କମିଟିରେ ୩ଜଣିଆ ଦଳରେ ପୋଲାଭରମ ପ୍ରକଳ୍ପରେ ଲୋକଙ୍କ ପାଇଁ କାମ କରିଥିବା ଏନ୍‌ଜିଓ ଶକ୍ତିର ନିର୍ଦ୍ଦେଶକ ଶିବରାମ କ୍ରିଷ୍ଣନ, ନ୍ୟାଶନାଲ ଏସ୍‌ଟି କମିଶନଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଭି ଅଶୋକ ବର୍ଦ୍ଧନ ଏବଂ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ଏହି କମିଟି ଧୋବାକୁଚୁଡ଼ା ଅଙ୍ଗୁଳିଆ, ଶଙ୍କରପୁର, ଗୋବିନ୍ଦପୁର ପ୍ରଭୃତି ଗ୍ରାମ ଗୁଡ଼ିକୁ ପରିଦର୍ଶନରେ ଯାଇ ବିସ୍ଥାପିତଙ୍କର ଥଇଥାନ ସମ୍ପର୍କିତ ତଥ୍ୟ ବିଷୟରେ ସଂଗ୍ରହ କରିଥିଲେ। ବିଶେଷ କରି ଏହି କମିଟି ବିସ୍ଥାପିତ ଅଞ୍ଚଳର ଜନଜାତିଙ୍କ ବିସ୍ଥାପନ ସମସ୍ୟା ନେଇ ଅଧିକ ସମ୍ବେଦନଶୀଳ ଥିଲା। ଏହାକୁ କେନ୍ଦ୍ର କରି ଅନ୍ୟ ଜାତିର ବିସ୍ଥାପିତମାନେ ଉକ୍ତ କମିଟି ସମ୍ମୁଖରେ ତର୍କ କରିଥିଲେ।
ଏ ସମ୍ପର୍କରେ ଯୋଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନାଏକ କହିଛନ୍ତି ଯେ, ଶଙ୍କରପୁର ଗ୍ରାମରେ ଏହି କମିଟି ବିସ୍ଥାପିତଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝୁଥିବାବେଳେ ଅନସୁଚିତ ଜାତିର ଜଣେ ବ୍ୟକ୍ତି ନିଜର ସମସ୍ୟା ସମ୍ପର୍କରେ ଜଣାଇବା ବେଳେ ତାଙ୍କୁ କମିଟି ବର୍ଣ୍ଣ ବୈଷମ୍ୟ ବିଭେଦ କରିବାରୁ ସେଠାରେ ଉପସ୍ଥିତ ଥିବା ମହିଳାପୁରୁଷମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେବଳ ଗୋଟିଏ ସମ୍ପ୍ରଦାୟ ଉପରେ କାହିଁକି କମିଟି ଗୁରୁତ୍ୱ ଦେଉଛି ବୋଲି ନାଏକ ଅଭିଯୋଗ କରିଥିଲେ। କେନ୍ଦ୍ରରୁ ଆସିଥିବା ଏହି କମିଟି ପୂର୍ବରୁ କାହିଁକି ବିସ୍ଥାପିତଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିଲେ ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ଏହି କମିଟିରେ ସାମିଲ ଥିବା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି ଯେ, ଏହି କମିଟି କାନପୁର ପ୍ରକଳ୍ପରେ ବିସ୍ଥାପିତ ହେଉଥିବା ଆଦିବାସୀଙ୍କର ବିସ୍ଥାପନ ସମସ୍ୟା ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଏସ୍‌ଟି କମିଶନଙ୍କୁ ହସ୍ତାନ୍ତର କରିବ। ସୂଚନାଯୋଗ୍ୟ , କାନପୁର ଡ୍ୟାମ ପ୍ରକଳ୍ପର ସମୁଦାୟ ୧୬ଗୋଟି ଗ୍ରାମ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଏହି ବିସ୍ଥାପିତ ଗ୍ରାମର ୪୩୫୩ ଜଣ ବିସ୍ଥାପିତ ଥିବାବେଳେ ତନ୍ମଧ୍ୟରୁ ୨୭୮୫ଜଣ ଅନୁସୂଚିତ ଜନଜାତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri