ଉପକୂଳ ରାଜପଥ ନିର୍ମାଣରେ କେନ୍ଦ୍ର ବାଧକ

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜାମ ଜିଲାର ଗୋପାଳପୁର ଓ ପୁରୀ ଜିଲା ବ୍ରହ୍ମଗିରି ମଧ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ। ଫଳରେ ଜହ୍ନିକୁଦା ଓ ସାତପଡ଼ା ମଧ୍ୟରେ ୫ କି.ମି.ସେତୁ ନିର୍ମାଣ ହୋଇପାରୁନାହିଁ। ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏହି ଅଭିଯୋଗ କରିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଏହା ଆଉ ଏକ ଅବହେଳା ବୋଲି ଦର୍ଶାଇଛନ୍ତି। ତୁରନ୍ତ ପରିବେଶ ମଞ୍ଜୁରୀ ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ବ୍ରହ୍ମପୁରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଣ୍ଡା କହିଛନ୍ତି, ଅତୀତରେ ଗୋପାଳପୁରଠାରୁ ଚିଲିକା ଦେଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ଉପକୂଳ ରାଜପଥ ନିର୍ମାଣର ଯୋଜନା ହୋଇଥିଲା। ସେହି ଯୋଜନାରେ ଜହ୍ନିକୁଦା ଓ ସାତପଡ଼ା ମଧ୍ୟରେ ୫ କିଲୋମିଟର ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ଡିଜାଇନରେ ଗଞ୍ଜାମ ଉପକୂଳକୁ କାଟଛାଣ୍ଟ କରାଯାଇଛି। ଅନ୍ୟପକ୍ଷରେ ଚିଲିକା ମଝିରେ ବ୍ରିଜ୍‌ ନିର୍ମାଣକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଆପତ୍ତି ଉଠାଇଛି। ଫଳରେ ପ୍ରସ୍ତାବିତ ସାତପଡ଼ା-ଜହ୍ନିକୁଦା ବ୍ରିଜ ନିର୍ମାଣ ଅଟକି ଯାଇଛି। ପରିବେଶ ମନ୍ତ୍ରଣାଳୟ ଏହାର ପୁନର୍ବିଚାର କରିବାକୁ ପଣ୍ଡା ଦାବି କରିଛନ୍ତି ।
ପଣ୍ଡା ଆହୁରି କହିଛନ୍ତି, ବ୍ରହ୍ମଗିରି ଓ ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ଲାଗି କେନ୍ଦ୍ର ପରିବେଶ ମଞ୍ଜୁରୀ ଦେବା ନିମନ୍ତେ ମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ୨୦୧୫ରେ ସାକ୍ଷାତକରି ଦାବିପତ୍ର ଦେଇଥିଲେ। ସେତେବେଳେ ତାଙ୍କ ସହ ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତି ଯାଇଥିଲେ। ଏହାର ୭ ବର୍ଷ ବିତିଛି ଏବଂ ଏଯାବତ୍‌ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ପ୍ରସ୍ତାବିତ ଯୋଜନା କେନ୍ଦ୍ର ସରକାରଙ୍କ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ସେ ସୂଚାଇଛନ୍ତି ଗୋପାଳପୁର-ବ୍ରହ୍ମଗିରି ଉପକୂଳ ରାଜପଥ ନିର୍ମାଣ ହେଲେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର ଜିଲାଗୁଡ଼ିକର ତୀର୍ଥଯାତ୍ରୀମାନେ ୭୦ କି.ମି. କମ୍‌ ଦୂରତାରେ ପୁରୀରେ ପହଞ୍ଚତ୍ ପାରିବେ। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ବେଳାଭୂମି ଓ ଚିଲିକା ପର୍ଯ୍ୟଟନର ମଧ୍ୟ ବିକାଶ ହେବ। ଖଲ୍ଲିକୋଟ, ଗଞ୍ଜାମ, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ୩୫ ପଞ୍ଚାୟତର ଦୁଇ ଶତାଧିକ ଗ୍ରାମର ଲକ୍ଷାଧିକ ମତ୍ସ୍ୟଜୀବୀ ଓ ଚାଷୀ ବିଶେଷ ଉପକୃତ ହେବେ ଏବଂ ସେମାନେ ମୌଳିକ ସୁବିଧା ସହଜରେ ପାଇପାରିବେ। ତେଣୁ ଉପରୋକ୍ତ ଯୋଜନା ଅବିଳମ୍ବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ ମଞ୍ଜୁରୀ ଦେବାକୁ ପୂର୍ବତନ ଉପବାଚସ୍ପତି ପୁନର୍ବାର ଦାବି କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନିଆଯାଇଥିତ୍ବା ପଣ୍ଡା ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri