Posted inଜାତୀୟ

ଚ୍ୟାନେଲ ପାଇଁ କେନ୍ଦ୍ରର ନୂଆ ନିୟମ, ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ୩୦ ମିନିଟ ପ୍ରସାରଣ ଅନିବାର୍ଯ୍ୟ…

ନୂଆଦିଲ୍ଲୀ,୧୦।୧୧ :ଭାରତକୁ ଏକ ପ୍ରମୁଖ ଅପଲିଙ୍କିଂ ହବ ଭାବରେ ପ୍ରୋଜେକ୍ଟ କରିବାକୁ ସରକାର ଟେଲିଭିଜନ ଚ୍ୟାନେଲଗୁଡିକର ଅନୁପାଳନ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି ଏବଂ ମୁଖ୍ୟତଃ ମନୋରଞ୍ଜନ ଚ୍ୟାନେଲଗୁଡିକ ପାଇଁ ୩୦ମିନିଟର ଜନସାଧାରଣଙ୍କ ସ୍ବାର୍ଥ ସହ ଜଡ଼ିତ ଥିବା ପ୍ରସାରଣକୁ ବାଧ୍ୟତାମୂଳକ କରିଛନ୍ତି।

ଭାରତରେ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅପଲିଙ୍କିଂ ଏବଂ ଡାଉନ ଲିଙ୍କ ପାଇଁ ଗାଇଡଲାଇନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ପଦକ୍ଷେପ ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ସିଙ୍ଗାପୁର ପରିବର୍ତ୍ତେ ଭାରତରୁ ଅପଲିଙ୍କ କରିବାକୁ ଅନୁମତି ଦେବ ବୋଲି ଆଶା କରାଯାଉଛି।

ଉପମହାଦେଶରେ ପ୍ରସାରଣ କରୁଥିବା ଚ୍ୟାନେଲଗୁଡ଼ିକ ପାଇଁ ସିଙ୍ଗାପୁର ପସନ୍ଦର ଅପଲିଙ୍କିଂ ହବ ପାଲଟିଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ପଞ୍ଜୀକୃତ ହୋଇଥିବା ମୋଟ ୮୯୭ ଟି ଚ୍ୟାନେଲ ମଧ୍ୟରୁ କେବଳ ୩୦ ଟି ଚ୍ୟାନେଲ ଭାରତରୁ ଅପଲିଙ୍କ ହୋଇଛି।

ଯୁଗ୍ମ ସଚିବ (ବ୍ରୋଡକାଷ୍ଟିଂ) ସଞ୍ଜୀବ ଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ପାଇଁ ଅନୁମତି ନେବା ଆବଶ୍ୟକତା ଶେଷ ହୋଇଛି। କେବଳ ଲାଇଭ ପ୍ରୋଗ୍ରାମର ପୂର୍ବ ପଞ୍ଜୀକରଣ ଆବଶ୍ୟକ ହେବ। ସେ କହିଛନ୍ତି ଯେ ଷ୍ଟାଣ୍ଡାର୍ଡ ଡେଫିନେଶନରୁ ହାଇ ଡେଫିନେଶନ କିମ୍ବା ବିପରୀତରେ ଭାଷା କିମ୍ବା ଟ୍ରାନ୍ସମିସନ ମୋଡ ପରିବର୍ତ୍ତନ କରିବାକୁ କୌଣସି ପୂର୍ବ ଅନୁମତି ଆବଶ୍ୟକ ହେବ ନାହିଁ।

ସେ କହିଛନ୍ତି ଯେ ଚ୍ୟାନେଲକୁ କେବଳ ପରିବର୍ତ୍ତନ ହେବାକୁ ଥିବା ନେଇ ମନ୍ତ୍ରଣାଳୟକୁ ଜଣାଇବାକୁ ପଡ଼ିବ। ଏ ବାବଦରେ ନିର୍ଦ୍ଦେଶାବଳୀ ପ୍ରଥମେ ୨୦୦୫ ରେ ଜାରି କରାଯାଇଥିଲା ଏବଂ ୨୦୧୧ ରେ ସଂଶୋଧିତ ହୋଇଥିଲା। ବୈଷୟିକ ପ୍ରଗତିକୁ ଧ୍ୟାନରେ ରଖି ବର୍ତ୍ତମାନ ୧୧ ବର୍ଷ ପରେ ଏହାକୁ ସଂଶୋଧନ କରାଯାଇଛି ।

ଏକ କମ୍ପାନୀ ଡିଜିଟାଲ ସାଟେଲାଇଟ ନ୍ୟୁଜ ସଂଗ୍ରହ ବ୍ୟତୀତ ଅପ୍ଟିକ ଫାଇବର, ବ୍ୟାଗ ବ୍ୟାକ, ମୋବାଇଲ ଇତ୍ୟାଦି ଖବର ସଂଗ୍ରହ ଉପକରଣ ବ୍ୟବହାର କରିପାରିବ ଯାହା ପାଇଁ କୌଣସି ପୃଥକ ଅନୁମତି ଆବଶ୍ୟକ ହେବ ନାହିଁ ।

ସେ କହିଛନ୍ତି ଯେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଜାତୀୟ ତଥା ଜନସାଧାରଣଙ୍କସ୍ବୋର୍ଥ ସହ ଜଡିତ ବିଷୟବସ୍ତୁକୁ ପ୍ରତିଦିନ ୩୦ ମିନିଟ ପର୍ଯ୍ୟନ୍ତ ପ୍ରସାରଣ କରିବା ବାଧ୍ୟତାମୂଳକ ଅଟେ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଏକରୁ ଅଧିକ ଟେଲିପୋର୍ଟ କିମ୍ବା ଉପଗ୍ରହର ସୁବିଧା ବ୍ୟବହାର କରି ଏକ ଚ୍ୟାନେଲକୁ ଅପଲିଙ୍କ କରାଯାଇପାରିବ। ତଥାପି, ବିଦ୍ୟମାନ ନିୟମ ଅନୁଯାୟୀ, କେବଳ ଗୋଟିଏ ଟେଲିପୋର୍ଟ କିମ୍ବା ଉପଗ୍ରହ ମାଧ୍ୟମରେ ଏକ ଚ୍ୟାନେଲକୁ ଅପଲିଙ୍କ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri