ସେବା ଯୋଗାଣ କେନ୍ଦ୍ରରେ ଶୋଷଣ

ରସୁଲପୁର, ୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଜନସେବା, ମୋ ସେବା ଓ ଆଧାର କେନ୍ଦ୍ର ରହିଛି। ମାତ୍ର ଏସବୁ ସେବାକେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକ କେନ୍ଦ୍ରରେ ଲୋକଙ୍କୁ ଶୋଷଣ କରାଯାଉଛି। ଧାର୍ଯ୍ୟ ମୂଲ୍ୟଠାରୁ ଏମାନେ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଏପରି କି ଗୋଟିଏ ସେବା ପାଇଁ ଉଦ୍ଦିଷ୍ଟ ଦେୟର ୪ରୁ୫ଗୁଣା ଅର୍ଥ ଆଦାୟ ହେଉଥିବା ଲକ୍ଷ୍ୟ କରାଯାଉଛି। ଯେଉଁମାନେ ଅଧିକ ଟଙ୍କା ଦେବାକୁ ବିରୋଧ କରୁଛନ୍ତି ସେମାନଙ୍କ କାର୍ଯ୍ୟ ହୋଇ ପାରୁନାହିଁ ବୋଲି ଅନେକ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ପାଇଁ ଆସୁଥିବା ଲୋକେ ଅଧିକ ଶୋଷଣର ଶିକାର ହେଉଛନ୍ତି। କାରଣ ଚଳିତ ବର୍ଷ ଅଗଷ୍ଟ ୨୬ରୁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ପାଇଁ ଅନ୍‌ଲାଇନ୍‌ ଆବେଦନ ଫର୍ମ ଆହ୍ବାନ କରିଛନ୍ତି। ଏହି ସୁବିଧା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ଅନିବାର୍ଯ୍ୟ ହୋଇଛି। ମାତ୍ର ଗ୍ରାମାଞ୍ଚଳର ବହୁ ଲୋକଙ୍କ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। ଫଳରେ ସେମାନେ ଇ-ଶ୍ରମ କାର୍ଡ ପାଇଁ ଆବେଦନ କରିପାରୁ ନାହାନ୍ତି। ଆବେଦନ ପୂର୍ବରୁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବାକୁ ପଡୁଛି। ଏଥିପାଇଁ ଦୈନିକ ଶତାଧିକ ଲୋକେ ସେବାକେନ୍ଦ୍ରଗୁଡ଼ିକ ସମ୍ମୁଖରେ ଭିଡ଼ ଜମାଉଛନ୍ତି। ଲମ୍ବାଧାଡ଼ିକୁ ଦେଖି ସେବାକେନ୍ଦ୍ରଗୁଡ଼ିକ ସେମାନଙ୍କୁ ଶୋଷଣ କରୁଛନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନାର ନାମ ପଞ୍ଜୀକରଣ, ଆବେଦନ, ସଂଶୋଧନ ଆଦି ସୁବିଧା ହାସଲ ପାଇଁ ଲୋକେ ସେବାକେନ୍ଦ୍ରଗୁଡିକୁ ଆସୁଛନ୍ତି। ସରକାର ଅନେକ ଯୋଜନାର ପାଉଣା ହିତାଧିକାରୀଙ୍କ ଜମାଖାତାକୁ ଡିବିଟି ଜରିଆରେ ପୈଠ କରୁଛନ୍ତି। ଯେଉଁ ଜମାଖାତା ସହ ଆଧାର ସଂଯୋଗ ରହୁଛି ସେହିସବୁ ଜମାଖାତାରେ ଅର୍ଥ ଉପଲବ୍ଧ ହେଉଛି। ତେଣୁ ଆଧାର କାର୍ଡ ଲୋକଙ୍କ ଲାଗି ଜରୁରୀ ହୋଇପଡୁଛି। ଅନ୍ୟପକ୍ଷରେ ଆଧାର କାର୍ଡ ପଞ୍ଜୀକରଣ ସମୟରେ ନାନା ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଆସୁଛି। ଉକ୍ତ ତ୍ରୁଟି ସଂଶୋଧନ ପାଇଁ ଜନସାଧାରଣ ଉଦ୍ଦିଷ୍ଟ ବିଭିନ୍ନ କେନ୍ଦ୍ରକୁ ଆସୁଛନ୍ତି। ତେବେ ନୂତନ ଆଧାର କାର୍ଡ ନିଃଶୁଳ୍କ କରାଯାଇଥିବାବେଳେ ଯେକୌଣସି ସଂଶୋଧନ ବାବଦକୁ ୫୦ ଟଙ୍କା ପୈଠ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି। କିନ୍ତୁ ସେବାକେନ୍ଦ୍ରରେ ଲୋକେ ଆବଶ୍ୟକତାଠାରୁ ଅଧିକ ଅର୍ଥ ପୈଠ କରି କାମ କରାଉଛନ୍ତି। ଆଧାରରେ ମୋବାଇଲ ନମ୍ବର ସଂଯୋଗ ପାଇଁ କାର୍ଡ ପିଛା ୧୫୦ରୁ୨୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି ବୋଲି ଗ୍ରାହକ ବିଶ୍ୱରଞ୍ଜନ ଦାସ ଓ ବିକାଶ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ପଞ୍ଜୀକରଣ ସମୟରେ ସେବାକେନ୍ଦ୍ର ପକ୍ଷରୁ ଗୋଟିଏ ଲେଖାଏ ରସିଦ୍‌ ପ୍ରଦାନ କରାଯାଉଛି। ତେବେ ରସିଦ୍‌ ତଳେ ଲେଖାଥିବା ପାଉଣା ସଂଗ୍ରହ ସ୍ତମ୍ଭଟିକୁ ଅଲଗା କରାଯାଇ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ପ୍ରମାଣ ନଷ୍ଟ ଆଳରେ ଏଭଳି କରାଯାଉଛି ବୋଲି ଅଭିଯୋଗକାରୀ କହିଛନ୍ତି। ମୂଳାପାଳ ଛକରେ ଥିବା ଜନସେବା କେନ୍ଦ୍ରର ପ୍ରୋପ୍ରାଇଟର ଚିନ୍ମୟ ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, କାହାରିଠାରୁ ଅଧିକ ଟଙ୍କା ନେଉନାହାନ୍ତି। ସେ ବିଭିନ୍ନ ସେବା ଦେଉଛନ୍ତି। ସେଥିପାଇଁ ଲୋକଙ୍କୁ ଅଲଗା ଦେୟ ଦେବାକୁ ପଡ଼ୁଛି। ତେବେ କିଏ କ’ଣ ପାଇଁ କେତେ ନେଇଥିବେ ସେ କହି ପାରିବେ ନାହିଁ। ମାତ୍ର ଅଧିକ ଦେୟ ଆଦାୟ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଅବଗତ ନ ଥିବା କହିଛନ୍ତି। ମାତ୍ର ଜନସେବା କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଥିବା ଦେଖାଯାଉଛି। ତେଣୁ ଲୋକେ ସେବାକେନ୍ଦ୍ର ଗୁଡ଼ିକରେ କିପରି ଶୋଷଣର ଶିକାର ନ ହେବେ ସେଥିପ୍ରତି ଧ୍ୟାନଦେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri