କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍‌ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ କରିଛନ୍ତି। ତାହାର ପ୍ରଭାବରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ୯.୫୦ଟଙ୍କା ଏବଂ ଡିଜେଲ ୭ଟଙ୍କା ହ୍ରାସ ପାଇଛି। ଏହି ହ୍ରାସକୁ ଅନେକେ ସ୍ବାଗତ କରୁଛନ୍ତି। ଡିଜେଲ୍‌ରେ ୭ଟଙ୍କା ହ୍ରାସ ହେବା ଫଳରେ ଏହା ଅନ୍ୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ରୋକ୍‌ ଲଗାଇବାରେ ବିଶେଷ ସହାୟକ ହେବ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। କେନ୍ଦ୍ର ସରକାରଙ୍କ ହ୍ରାସ ପରେ ଏବେ ରାଜ୍ୟ ସରକାରଗୁଡ଼ିକ ଭାଟ ହ୍ରାସ କରିବା ନେଇ ଚାପ ପଡ଼ୁଛି।

ରବିବାର ଅଣଭାଜପା ଶାସିତ ରାଜ୍ୟ ରାଜସ୍ଥାନ(ପେଟ୍ରୋଲ ୨.୪୧, ଡିଜେଲ ୧.୩୬ ଟଙ୍କା), ମହାରାଷ୍ଟ୍ର (ପେଟ୍ରୋଲ ୨.୦୮, ଡିଜେଲ ୧.୪୪ଟଙ୍କା ) ଓ କେରଳ (ପେଟ୍ରୋଲ ୨.୪୮, ଡିଜେଲ ୧.୧୬ଟଙ୍କା) ଭାଟ୍‌ ହ୍ରାସ କରିଥିବାବେଳେ ତାମିଲନାଡ଼ୁ ଓ ବିହାର ଭଳି ରାଜ୍ୟ ଭାଟ ହ୍ରାସ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସରକାର ଭାଟ୍‌ ହ୍ରାସ ସଂକ୍ରାନ୍ତରେ ଅନୁଧ୍ୟାନ କରୁଥିବା ବିଜେଡି ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଭାଟ୍‌ ହ୍ରାସ ନିବେଦନକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କଡ଼ା ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ଯେଉଁଭଳି ବର୍ଦ୍ଧିତସ୍ତରରେ ରହିଛି, ଏଭଳି ସ୍ଥିତିରେ ରାଜ୍ୟ ସରକାର ଭାଟ ହ୍ରାସ କରିବାକୁ ହେଲେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଧିକ ପାଣ୍ଠି ଓ ଅନୁଦାନ ଯୋଗାଇବା ନିହାତି ଦରକାର ବୋଲି ଚିଦାମ୍ବରମ୍‌ କହିଛନ୍ତି। ୨ମାସରେ ଲିଟର ପିଛା ୧୦ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ାଇବା ଏବଂ ଏବେ ୯.୫୦ଟଙ୍କା ହ୍ରାସ କରିବା ଅଧିକ ଲୁଟିବା ପରେ କମ୍‌ ଭରଣା କରିବା ସଦୃଶ। ଏହି ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ ଦ୍ୱାରା କେନ୍ଦ୍ରର ୫୯ ପଇସା ଏବଂ ରାଜ୍ୟଗୁଡ଼ିକର ୪୧ପଇସା ରାଜସ୍ବ ହ୍ରାସ ହେବ। ତେଣୁ ରାଜ୍ୟଗୁଡ଼ିକ ଉପରେ ଆଙ୍ଗୁଠି ଉଠାଇବା ଉଚିତ ନୁହେଁ ବୋଲି ଚିଦାମ୍ବରମ୍‌ ଟୁଇଟ କରି କହିଛନ୍ତି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ କହିବା ହେଲା ଏକ୍ସାଇଜ୍‌ ଡ୍ୟୁଟିରେ ବେସିକ୍‌ ଏକ୍ସାଇଜ୍‌ ଡ୍ୟୁଟି(ବିଇଡି), ସ୍ପେଶାଲ ଆଡିଶନାଲ ଏକ୍ସାଇଜ୍‌ ଡ୍ୟୁଟି(ଏସ୍‌ଏଇଡି), ରୋଡ୍‌ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ସେସ୍‌(ଆର୍‌ଆଇସି) ଏବଂ ଏଗ୍ରିକଲ୍‌ଚର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭ୍‌ଲପମେଣ୍ଟ ସେସ୍‌(ଏଆଇଡିସି) ଅନ୍ତର୍ଭୁକ୍ତ। ବିଇଡି ମାଧ୍ୟମରେ ଯେଉଁ ରାଜସ୍ବ ମିଳେ, ସେଥିରୁ ରାଜ୍ୟଗୁଡ଼ିକର ଅଂଶ ରହିଛି। ଶନିବାର କେନ୍ଦ୍ର ସରକାର ଯେଉଁ ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି, ତାହା ଆର୍‌ଆଇସିରୁ ହ୍ରାସ କରାଯାଇଛି। ଫଳରେ ରାଜ୍ୟଗୁଡ଼ିକୁ ମିଳୁଥିବା ଅଂଶରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତାହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଏକ ବିବୃତିରେ କହିଛନ୍ତି।

ଏଥିସହ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ, ଡିଜେଲ୍‌ ଉପରୁ ଭାଟ ହ୍ରାସ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବାକୁ ଅନୁରୋଧ କରିଛନ୍ତି। ଗତ ନଭେମ୍ବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଏବଂ ୧୦ଟଙ୍କା ହ୍ରାସ କରିବା ପରେ ଓଡ଼ିଶା ସମେତ ୮ରୁ ଊର୍ଦ୍ଧ୍ୱ ରାଜ୍ୟ ଭାଟ୍‌ କମାଇଥିଲେ। ଫଳରେ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିଲା। ହେଲେ ଏବେ ଭାଟ୍‌ ହ୍ରାସ କଲେ ଅଧିକ ରାଜସ୍ବ ଭାର ପଡ଼ିବାର ଆଶଙ୍କା କରି ରାଜ୍ୟଗୁଡ଼ିକ ପଛଘୁଞ୍ଚା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri