କେନ୍ଦ୍ର ହ୍ରାସ ରାଜ୍ୟକୁ ଚାପ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫ : କେନ୍ଦ୍ର ସରକାର ଶନିବାର ରାତିରେ ପେଟ୍ରୋଲ୍‌ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଯଥାକ୍ରମେ ୮ଟଙ୍କା ଏବଂ ୭ଟଙ୍କା ହ୍ରାସ କରିଛନ୍ତି। ତାହାର ପ୍ରଭାବରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ୯.୫୦ଟଙ୍କା ଏବଂ ଡିଜେଲ ୭ଟଙ୍କା ହ୍ରାସ ପାଇଛି। ଏହି ହ୍ରାସକୁ ଅନେକେ ସ୍ବାଗତ କରୁଛନ୍ତି। ଡିଜେଲ୍‌ରେ ୭ଟଙ୍କା ହ୍ରାସ ହେବା ଫଳରେ ଏହା ଅନ୍ୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ରୋକ୍‌ ଲଗାଇବାରେ ବିଶେଷ ସହାୟକ ହେବ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। କେନ୍ଦ୍ର ସରକାରଙ୍କ ହ୍ରାସ ପରେ ଏବେ ରାଜ୍ୟ ସରକାରଗୁଡ଼ିକ ଭାଟ ହ୍ରାସ କରିବା ନେଇ ଚାପ ପଡ଼ୁଛି।

ରବିବାର ଅଣଭାଜପା ଶାସିତ ରାଜ୍ୟ ରାଜସ୍ଥାନ(ପେଟ୍ରୋଲ ୨.୪୧, ଡିଜେଲ ୧.୩୬ ଟଙ୍କା), ମହାରାଷ୍ଟ୍ର (ପେଟ୍ରୋଲ ୨.୦୮, ଡିଜେଲ ୧.୪୪ଟଙ୍କା ) ଓ କେରଳ (ପେଟ୍ରୋଲ ୨.୪୮, ଡିଜେଲ ୧.୧୬ଟଙ୍କା) ଭାଟ୍‌ ହ୍ରାସ କରିଥିବାବେଳେ ତାମିଲନାଡ଼ୁ ଓ ବିହାର ଭଳି ରାଜ୍ୟ ଭାଟ ହ୍ରାସ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସରକାର ଭାଟ୍‌ ହ୍ରାସ ସଂକ୍ରାନ୍ତରେ ଅନୁଧ୍ୟାନ କରୁଥିବା ବିଜେଡି ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଭାଟ୍‌ ହ୍ରାସ ନିବେଦନକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କଡ଼ା ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ଯେଉଁଭଳି ବର୍ଦ୍ଧିତସ୍ତରରେ ରହିଛି, ଏଭଳି ସ୍ଥିତିରେ ରାଜ୍ୟ ସରକାର ଭାଟ ହ୍ରାସ କରିବାକୁ ହେଲେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଧିକ ପାଣ୍ଠି ଓ ଅନୁଦାନ ଯୋଗାଇବା ନିହାତି ଦରକାର ବୋଲି ଚିଦାମ୍ବରମ୍‌ କହିଛନ୍ତି। ୨ମାସରେ ଲିଟର ପିଛା ୧୦ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ାଇବା ଏବଂ ଏବେ ୯.୫୦ଟଙ୍କା ହ୍ରାସ କରିବା ଅଧିକ ଲୁଟିବା ପରେ କମ୍‌ ଭରଣା କରିବା ସଦୃଶ। ଏହି ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ ଦ୍ୱାରା କେନ୍ଦ୍ରର ୫୯ ପଇସା ଏବଂ ରାଜ୍ୟଗୁଡ଼ିକର ୪୧ପଇସା ରାଜସ୍ବ ହ୍ରାସ ହେବ। ତେଣୁ ରାଜ୍ୟଗୁଡ଼ିକ ଉପରେ ଆଙ୍ଗୁଠି ଉଠାଇବା ଉଚିତ ନୁହେଁ ବୋଲି ଚିଦାମ୍ବରମ୍‌ ଟୁଇଟ କରି କହିଛନ୍ତି।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ କହିବା ହେଲା ଏକ୍ସାଇଜ୍‌ ଡ୍ୟୁଟିରେ ବେସିକ୍‌ ଏକ୍ସାଇଜ୍‌ ଡ୍ୟୁଟି(ବିଇଡି), ସ୍ପେଶାଲ ଆଡିଶନାଲ ଏକ୍ସାଇଜ୍‌ ଡ୍ୟୁଟି(ଏସ୍‌ଏଇଡି), ରୋଡ୍‌ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ସେସ୍‌(ଆର୍‌ଆଇସି) ଏବଂ ଏଗ୍ରିକଲ୍‌ଚର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭ୍‌ଲପମେଣ୍ଟ ସେସ୍‌(ଏଆଇଡିସି) ଅନ୍ତର୍ଭୁକ୍ତ। ବିଇଡି ମାଧ୍ୟମରେ ଯେଉଁ ରାଜସ୍ବ ମିଳେ, ସେଥିରୁ ରାଜ୍ୟଗୁଡ଼ିକର ଅଂଶ ରହିଛି। ଶନିବାର କେନ୍ଦ୍ର ସରକାର ଯେଉଁ ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି, ତାହା ଆର୍‌ଆଇସିରୁ ହ୍ରାସ କରାଯାଇଛି। ଫଳରେ ରାଜ୍ୟଗୁଡ଼ିକୁ ମିଳୁଥିବା ଅଂଶରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତାହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ରାଜସ୍ବ ହ୍ରାସ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଏକ ବିବୃତିରେ କହିଛନ୍ତି।

ଏଥିସହ ରାଜ୍ୟ ସରକାରମାନଙ୍କୁ ପେଟ୍ରୋଲ, ଡିଜେଲ୍‌ ଉପରୁ ଭାଟ ହ୍ରାସ କରି ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବାକୁ ଅନୁରୋଧ କରିଛନ୍ତି। ଗତ ନଭେମ୍ବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଏବଂ ୧୦ଟଙ୍କା ହ୍ରାସ କରିବା ପରେ ଓଡ଼ିଶା ସମେତ ୮ରୁ ଊର୍ଦ୍ଧ୍ୱ ରାଜ୍ୟ ଭାଟ୍‌ କମାଇଥିଲେ। ଫଳରେ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଥିଲା। ହେଲେ ଏବେ ଭାଟ୍‌ ହ୍ରାସ କଲେ ଅଧିକ ରାଜସ୍ବ ଭାର ପଡ଼ିବାର ଆଶଙ୍କା କରି ରାଜ୍ୟଗୁଡ଼ିକ ପଛଘୁଞ୍ଚା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୩୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ...

ଭୟ କମାଉଛି ବିଳମ୍ବିତ ନ୍ୟାୟ

ନୂଆଦିଲ୍ଲୀ,୪ା୧୨: ପରିସଂଖ୍ୟାନ କହେ ପ୍ରତି ୧୫ ମିନିଟରେ ଭାରତର କେଉଁଠି ନା କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭ରେ ରୁଜୁ ହୋଇଥିବା ମୋଟ...

ଆସନ୍ତା ସପ୍ତାହରୁ ଆଞ୍ଚଳିକ ଭାଷାରେ କୋଓ୍ବିନ୍‌ ପୋର୍ଟାଲ

ନୂଆଦିଲ୍ଲୀ, ୧୮।୫(ପି.ଟି.): ଆଗାମୀ ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ପାଇଁ ନାମ...

୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ମିଡିଆ କ୍ଷେତ୍ର

ନୂଆଦିଲ୍ଲୀ,୨୯।୯: ୨୦୩୦ ସୁଦ୍ଧା ଭାରତୀୟ ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚ।ଇବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା...

୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ – କୃଷକ ନେତା

ନାଗପୁର,୧୭।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୨୦୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ। ଏଥି ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ...

ଭାରତ ପ୍ରଗତି-ପ୍ରକୃତିର ପାଲଟିଛି ଉତ୍କୃଷ୍ଟ ଉଦାହରଣ: ମୋଦି…

ଅହମଦାବାଦ,୨୦।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗୁରୁବାର ଗୁଜରାଟର କେଭାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ଜାତିସଂଘର...

୧୭ ହଜାର ଫୁଟ ଉପରେ ଯୋଗ କଲେ ହିମବୀର

ସିକ୍କିମ, ୨୧ ।୬: କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସାର୍ବଜନିକ ଭାବେ ପାଳନ କରାଯାଇ ପାରି ନ ଥିଲା...

ବିମାନ ଇନ୍ଧନ ମୂଲ୍ୟ ୫.୨% ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦରର ପ୍ରଭାବ ବର୍ତ୍ତମାନ ଭାରତ ବଜାରରେ ପଡ଼ିଛି। ଫଳରେ ବିମାନ ଇନ୍ଧନ ମୂଲ୍ୟ ପୁଣି ଥରେ...

Advertisement
Archives

Model This Week