କରୋନା ନେଇ କେନ୍ଦ୍ରର ଆଡଭାଇଜରୀ: ଏପ୍ରିଲ୍‌ ୧୦-୧୧ରେ ମକ ଡ୍ରିଲ୍‌ …

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନାଭାଇରସ ଏବଂ ଫ୍ଲୁ ସଂକ୍ରମଣ  ବୃଦ୍ଧି ମଧ୍ୟରେ କେନ୍ଦ୍ର ଦ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଉନ୍ତି। ଏଥିରେ କରୋନା ପାଇଁ ସ୍ଥିର ହୋଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏହା ସହିତ ଛିଙ୍କିବା କିମ୍ବା କାଶିବା ସମୟରେ ନାକ ଏବଂ ପାଟି ଘୋଡାଇବା ପାଇଁ ରୁମାଲ / ଟିସୁ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ହାତର ସ୍ବଚ୍ଛତା ବଜାୟ ରଖିବା ପାଇଁ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ମନା କରାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାକୁ ବୃଦ୍ଧି କରିବା ଏବଂ ଏହାର ଲକ୍ଷଣ ବିଷୟରେ ଶୀଘ୍ର ସୂଚନା ଦେବାକୁ କୁହାଯାଇଛି। ଏହା ସହିତ ଶ୍ୱାସକ୍ରିୟା ରୋଗରେ ପୀଡିତ ହେଲେ ବ୍ୟକ୍ତିଗତ ସମ୍ପର୍କକୁ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ୧୦ ଏବଂ ୧୧ ଏପ୍ରିଲରେ ଜାତୀୟ ସ୍ତରରେ ଏକ ମକ ଡ୍ରିଲ ଆୟୋଜନ କରାଯିବ ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ନଜର ରଖାଯିବ। ମକ ଡ୍ରିଲରେ ଆଇସିୟୁ ଶଯ୍ୟା, ଚିକିତ୍ସା ଉପକରଣ, ଅମ୍ଳଜାନ ଏବଂ ମାନବ ଶକ୍ତି ଉପଲବ୍ଧ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share