ଚାପରେ କେନ୍ଦ୍ର

Dillip Cherian

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରତି କେନ୍ଦ୍ର ଅତି ସମ୍ବେଦନଶୀଳ ବୋଲି ବହୁ ସମୟରେ ଦାବି କରେ। ତେବେ ବର୍ତ୍ତମାନ ମିଜୋରାମରେ ଏକ ସମସ୍ୟାରେ ତା’ ଦାବିର ପରୀକ୍ଷା ହୋଇଯିବ। କିଛି ଦିନ ହେଲା ମିଜୋରାମରେ ପ୍ରମୁଖ ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକ ରାଜ୍ୟର ମୁଖ୍ୟ ଶାସନ ସଚିବ ରେଣୁ ଶର୍ମାଙ୍କୁ ହଟାଇବା ପାଇଁ ଅଭିଯାନ ଚଳାଇ ଆସୁଛନ୍ତି। ମିଜୋ ଓ ସ୍ଥାନୀୟ ଭାଷା କହିପାରୁଥିବା ଜଣେ ଅଧିକାରୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବାକୁ ସେମାନେ ଚାହଁୁଛନ୍ତି। ପ୍ରତିବାଦକାରୀମାନେ କହନ୍ତି, ମିଜୋ ଭାଷା କହି ଲୋକଙ୍କ ସହ ସମ୍ପର୍କ ରଖିବାରେ ଶର୍ମାଙ୍କ ଅକ୍ଷମତା ହେଉଛି ବାସ୍ତବ ସମସ୍ୟା ଏବଂ ଏହା ପ୍ରଶାସନରେ ବାଧା ସୃଷ୍ଟି କରୁଛି। ମିଜୋ ଲୋକଙ୍କ ଦାବିକୁ କେନ୍ଦ୍ର ବାରମ୍ବାର ଅଣଦେଖା କରିବାରୁ ପ୍ରତିବାଦ ଏବେ ସାଧାରଣ ସ୍ତରରେ ପହଞ୍ଚତ୍ଛି। ଏହି ବିବାଦ ନୂଆ ନୁହେଁ। ୧୯୮୮ ବ୍ୟାଚ୍‌ର ଏଜିଏମ୍‌ୟୁଟି କ୍ୟାଡର ଅଧିକାରୀ ଶର୍ମାଙ୍କୁ,ତାଙ୍କ ପୂର୍ବାଧିକାରୀ ଲାଲନୁମାଁଓ୍ବି ଚୁଆଉଙ୍ଗୋ ଅବସର ପରେ ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର କିଭଳି ଏହି ପଦବୀରେ ନିଯୁକ୍ତି ଦେଇଥିଲା ସେ ସମ୍ପର୍କରେ ଉକ୍ତ ସ୍ତମ୍ଭରେ ପ୍ରକାଶ କରାଯାଇଥିଲା। ବିଚିତ୍ର କଥା ହେଉଛି, ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସେହି ସମାନ ଦିନ ସମାନ ପଦବୀରେ ନିଯୁକ୍ତି ଲାଗି ଅତିରିକ୍ତ ମୁଖ୍ୟ ସଚିବ ଜେ.ସି.ରାମଥାଙ୍ଗାଙ୍କୁ ନାମାଙ୍କିତ କରିଥିଲେ। କିନ୍ତୁ କେନ୍ଦ୍ରର ପ୍ରାର୍ଥୀ ଶର୍ମା ଦାୟିତ୍ୱ ନେଲା ପରେ ଏହି ଦ୍ୱନ୍ଦ୍ୱ ଶେଷ ହେଲେ ମଧ୍ୟ ସମସ୍ୟା ଶାନ୍ତ ପଡ଼ିନାହିଁ। ଶର୍ମାଙ୍କୁ ବିରୋଧ କରିବା ପଛରେ ରାଜ୍ୟ ସରକାରଙ୍କ ପରୋକ୍ଷ ସମର୍ଥନ ରହିଛି ବୋଲି ପର୍ଯ୍ୟବେକ୍ଷକମାନେ କହନ୍ତି। ସମସ୍ୟାକୁ ନେଇ କେନ୍ଦ୍ର ଚାପରେ ରହିଛି। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ସତର୍କତାମୂଳକ ପଦକ୍ଷେପ ନେଇ ଶର୍ମାଙ୍କୁ ହଟାଇବା ପାଇଁ ହେଉଥିବା ଦାବିକୁ ସ୍ବୀକାର କରି ଏହି ସମସ୍ୟାକୁ ସମ୍ପୂର୍ଣ୍ଣ ଶେଷ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ଉଭୟଙ୍କର ଲାଭ
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ( ଓଏନ୍‌ଜିସି)ର ଶୀର୍ଷ ପଦ ପାଇଁ ପ୍ରାଇଭେଟ୍‌ ସେକ୍ଟର ବା ଘରୋଇ କ୍ଷେତ୍ରରୁ ଜଣେ ଏକ୍‌ଜିକ୍ୟୁଟିଭଙ୍କୁ ଆଣିବା ଲାଗି କେନ୍ଦ୍ର ବିଚାର କରୁଥିବା ଜଣାପଡ଼ିଛି। ଶଶୀ ଶଙ୍କର ଅବସର ନେବା ପରେ ଗତ ବର୍ଷ ମାର୍ଚ୍ଚରୁ ଏହି ପଦବୀ ଖାଲିପଡ଼ିଛି। ସରକାରଙ୍କ ରିସର୍ଚ୍ଚ-କମ୍‌ -ସିଲେକ୍‌ସନ କମିଟି ପ୍ରାଇଭେଟ୍‌ ସେକ୍ଟରର ଏକ୍‌ଜିକ୍ୟୁଟିଭମାନଙ୍କୁ ଏବଂ ସରକାରରେ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଖୋଜିବା ପାଇଁ ଯୋଜନା କରୁଛି। କୁହାଯାଏ, ଆହ୍ବାନଗୁଡ଼ିକୁ ସାମ୍ନା କରିବାର କ୍ଷମତା ବୃଦ୍ଧି କରି ତଥା ଦକ୍ଷତା ବଢାଇ କମ୍ପାନୀକୁ ସୁଧାରିବାରେ ଜଣେ ପ୍ରାଇଭେଟ ସେକ୍ଟର ଲିଡର୍‌ କିମ୍ବା ମ୍ୟାନେଜର ସାହାଯ୍ୟ କରିବାର ଅଧିକ ସମ୍ଭାବନା ରହିଛି। ଏଣୁ ଯୋଜନାକୁ ଅଧିକ ଆକର୍ଷକ କରିବା ଲାଗି ସରକାର ସେମାନଙ୍କୁ ଲାଭପ୍ରଦ ସୁବିଧାସୁଯୋଗ ଦେବା ପାଇଁ ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛନ୍ତି। ଅନ୍ୟପକ୍ଷରେ ଆଇଏଏସ୍‌ ଅଧିକାରୀମାନଙ୍କୁ ଆଣିଲେ ଅଧିକ ବ୍ୟବସାୟ ହୁଏ ବୋଲି ତାମିଲନାଡୁରେ ବହୁ କର୍ପୋରେଟ ହାଉସ୍‌ ବିଶ୍ୱାସ କରନ୍ତି। ନିକଟରେ ଚେନ୍ନାଇର ଦୁଇ ପ୍ରମୁଖ କର୍ପୋରେଟ ଦୁଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌. ଗୋପାଳନ ଏବଂ ଏମ୍‌.ଏଫ୍‌୍‌. ଫାରୁକିଙ୍କୁ ସେମାନଙ୍କ କମ୍ପାନୀରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିବା ଲାଗି କାଗଜପତ୍ର ପ୍ରସ୍ତୁତ କରିଛନ୍ତି। ଅବଶ୍ୟ ଦୁଇ ପୂର୍ବତନ ବାବୁ ଏହି କମ୍ପାନୀଗୁଡ଼ିକର ବୋର୍ଡରେ କିଛି ଦିନ ପାଇଁ କାମ କରିଛନ୍ତି। କିନ୍ତୁ ଶୀର୍ଷ ପଦବୀକୁ ସେମାନଙ୍କ ପଦୋନ୍ନତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସମ୍ଭବତଃ, କେନ୍ଦ୍ର ଓ ରାଜ୍ୟରେ କାର୍ଯ୍ୟ କରିବାର ଲମ୍ବା ଅନୁଭବ ଥିବା ଏହି ବାବୁମାନେ ଏକ ନୂଆ ସମ୍ଭାବନା ଆଣିପାରିବେ। ଏଣୁ ଉଭୟ ପୂର୍ବତନ ବାବୁ ଏବଂ ସେମାନଙ୍କ କର୍ପୋରେଟ ମାଷ୍ଟରମାନଙ୍କ ପାଇଁ ଏହି ବ୍ୟବସ୍ଥା ଭଲ ଓ ଲାଭପ୍ରଦ ହେବ।
ଆଇଏଏସ୍‌ ସଙ୍କଟ
କମ୍‌ ବା ସମାନ ସଂଖ୍ୟକ ଲୋକଙ୍କୁ ନେଇ ଅଧିକ ଶାସକୀୟ ପରିଣାମ ପାଇବାକୁ କେନ୍ଦ୍ର ସଙ୍କଳ୍ପ ନେଇଥିଲାବେଳେ, ଆଇଏଏସ୍‌ ଅଧିକାରୀମାନଙ୍କ ସଂଖ୍ୟା କମ୍‌ କରି ଏହା କରାଯିବ ବୋଲି ଜଣାପଡ଼ି ନ ଥିଲା। ତେବେ ସେହି ସଙ୍କଳ୍ପ ଏବେ କମ୍‌ କର୍ମଚାରୀରେ ଅଧିକ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ଦେଇଛି। ଗୋଟିଏ ବର୍ଷରୁ ଊର୍ଦ୍ଧ୍ୱ ହେଲା ଆଇଏଏସ୍‌ ଅଭାବର କଠିନ ସ୍ଥିତିକୁ ଭୋଗିବା ସତ୍ତ୍ୱେ ସରକାର ସର୍ଭିସରେ ଅଧିକାରୀମାନଙ୍କ ପ୍ରବେଶରେ ଉନ୍ନତି ଆଣିବା ଲାଗି ସେମିତି କିଛି ବ୍ୟବସ୍ଥା କରିନାହାନ୍ତି। ନିକଟରେ ପ୍ରକାଶିତ ୟୁପିଏସ୍‌ସି ଫଳରୁ ଜଣାପଡ଼ିଛି ଯେ, ସର୍ଭିସରେ ଆଇଏଏସ୍‌ ଅଧିକାରୀଙ୍କ ପ୍ରବେଶ ସଂଖ୍ୟା ୧୮୦। ମୋଦି ପ୍ରଥମେ ପ୍ରଧାନମନ୍ତ୍ରୀ ହେବାବେଳେ ୨୦୧୪ରେ ଏହି ସମାନ ସଂଖ୍ୟା ଥିଲା। ୨୦୧୩ରେ ସିଭିଲ୍‌ ସର୍ଭିସରେ ମୋଟ ଅଧିକାରୀମାନଙ୍କ ପ୍ରବେଶ ସଂଖ୍ୟା ୧,୨୨୮ରୁ କମି ଏବେ ୭୪୯ରେ ପହଞ୍ଚିଛି। ମାର୍ଚ୍ଚ ପ୍ରାରମ୍ଭରେ, ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅନ୍‌ ପର୍ସନାଲର ଏକ ରିପୋର୍ଟ ଆଇଏଏସ୍‌ ଅଧିକାରୀମାନଙ୍କ ପ୍ରବେଶ ସଂଖ୍ୟା ବୃଦ୍ଧି କରିବାକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)କୁ ସୁପାରିସ କରିଥିଲା। ହେଲେ ସରକାର ଏହି ବିଷୟ ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ସରକାର ଏବେସୁଦ୍ଧା ଏକ ନିର୍ଦ୍ଦିଷ୍ଟ ଫର୍ମୁଲାରେ କାମ କରୁଛନ୍ତି ଓ ଅଧିକାରାମାନଙ୍କ ପ୍ରବେଶ ସଂଖ୍ୟା ହଠାତ୍‌ ବୃଦ୍ଧି କରିବାକୁ ଚାହଁୁନାହାନ୍ତି। ଏଣୁ ବ୍ୟବସ୍ଥାର ପୁନର୍ଗଠନ ପାଇଁ ସରକାର ଚେଷ୍ଟା କରୁଥିବାରୁ ଏଭଳି କମ୍‌ ପ୍ରବେଶ କରାଉଛନ୍ତି। ପୁନଶ୍ଚ ଏହି ବ୍ୟବସ୍ଥା କେତେଦିନ ଚାଲିବ ତାହା ବି ଆମେ ଜାଣୁନା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri