Posted inଜାତୀୟ

ଅଦାଲତ ଭିତ୍ତିଭୂମି ପାଇଁ ପାଣ୍ଠି ଅଟକାଇଛି କେନ୍ଦ୍ର

ନୂଆଦିଲ୍ଲୀ,୭।୯: କେନ୍ଦ୍ର ସରକାର ଗତ ୨ ବର୍ଷ ହେଲା ଓଡ଼ିଶାର ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ଏକ ସତ୍ୟପାଠରେ ଅବଗତ କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ସୁପ୍ରିମକୋର୍ଟକୁ କହିଛନ୍ତି, ଆମେ ଦୁଇବର୍ଷ ହେଲା କେନ୍ଦ୍ରୀୟ ଅନୁଦାନ ପାଇନାହୁଁ। ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ପାଣ୍ଠି ଯୋଗାଇ ଦେଇ ନାହାନ୍ତି। ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରାଯାଇ ନ ଥିବା ଦର୍ଶାଇ କେନ୍ଦ୍ର ପକ୍ଷରୁ ପାଣ୍ଠି ବନ୍ଦ କରାଯାଇଥିବା ସେ କହିଛନ୍ତି। ଶିବଶଙ୍କରଙ୍କ ଜରିଆରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୦୧୮-୧୯ରେ କେନ୍ଦ୍ର ଓ ରାଜ୍ୟ ଅଂଶ ବାବଦକୁ ୩୭.୫୦ କୋଟି ଟଙ୍କାର ପାଣ୍ଠି ଓଡ଼ିଶା ହାଇକୋର୍ଟଙ୍କୁ ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାର ୨୦୧୯-୨୦ରେ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରି ରାଜ୍ୟ ଓ ଜିଲାସ୍ତରୀୟ କୋର୍ଟଗୁଡ଼ିକର ଭିତ୍ତିଭୂମି ନିର୍ମାଣ ଲାଗି ୫୯.୪୮ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ଏହି ବାବଦ ଅର୍ଥ ଦେଇନାହାନ୍ତି। ଅନ୍ୟପକ୍ଷେ କେନ୍ଦ୍ରୀୟ ଯୋଜନାଗୁଡ଼ିକର କୌଣସି ପାଣ୍ଠିକୁ ଅନ୍ୟ କୌଣସି ପ୍ରକଳ୍ପରେ ଖର୍ଚ୍ଚ କରାଯାଇନାହିଁ। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରେ ରାଜ୍ୟ ସରକାର ୮ଟି ପର୍ଯ୍ୟାୟରେ ୭୦ କୋଟି ଟଙ୍କାର ୟୁସି ଦାଖଲ କରିସାରିଛନ୍ତି, ଯହିଁରୁ ୪୨.୧୩ କୋଟି କେନ୍ଦ୍ରୀୟ ଶେୟାର। ୨୬.୭୭ କୋଟିର ୟୁସି ଦାଖଲ କରିବା ବାକି ଅଛି, ଯହିଁରୁ କେନ୍ଦ୍ରୀୟ ଶେୟାର ହେଉଛି ୧୬.୦୬ କୋଟି ଟଙ୍କା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହିଲଙ୍କ ଖଣ୍ଡପୀଠ ହାଇକୋର୍ଟ ଏବଂ ଓକିଲମାନଙ୍କ ନିକଟକୁ ଇ-ମେଲ୍‌ ଜରିଆରେ ନିର୍ଦ୍ଧାରିତ ଆବେଦନପତ୍ର ପ୍ରେରଣ କରିବାକୁ ଆମିକସ୍‌ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇ-ମେଲ୍‌ ପାଇବାର ୩ ସପ୍ତାହ ମଧ୍ୟରେ ସେମାନେ ପ୍ରାପ୍ତ ଅନୁଦାନ ଓ ପାଣ୍ଠି ବିନିଯୋଗର ବିସ୍ତୃତ ବିବରଣୀ ଦାଖଲ କରିବେ। ଅକ୍ଟୋବର ତୃତୀୟ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri