Posted inଜାତୀୟ

ଅଦାଲତ ଭିତ୍ତିଭୂମି ପାଇଁ ପାଣ୍ଠି ଅଟକାଇଛି କେନ୍ଦ୍ର

ନୂଆଦିଲ୍ଲୀ,୭।୯: କେନ୍ଦ୍ର ସରକାର ଗତ ୨ ବର୍ଷ ହେଲା ଓଡ଼ିଶାର ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ଏକ ସତ୍ୟପାଠରେ ଅବଗତ କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ସୁପ୍ରିମକୋର୍ଟକୁ କହିଛନ୍ତି, ଆମେ ଦୁଇବର୍ଷ ହେଲା କେନ୍ଦ୍ରୀୟ ଅନୁଦାନ ପାଇନାହୁଁ। ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ପାଣ୍ଠି ଯୋଗାଇ ଦେଇ ନାହାନ୍ତି। ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରାଯାଇ ନ ଥିବା ଦର୍ଶାଇ କେନ୍ଦ୍ର ପକ୍ଷରୁ ପାଣ୍ଠି ବନ୍ଦ କରାଯାଇଥିବା ସେ କହିଛନ୍ତି। ଶିବଶଙ୍କରଙ୍କ ଜରିଆରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ୨୦୧୮-୧୯ରେ କେନ୍ଦ୍ର ଓ ରାଜ୍ୟ ଅଂଶ ବାବଦକୁ ୩୭.୫୦ କୋଟି ଟଙ୍କାର ପାଣ୍ଠି ଓଡ଼ିଶା ହାଇକୋର୍ଟଙ୍କୁ ଯୋଗାଇ ଦିଆଯାଇଥିଲା। ରାଜ୍ୟ ସରକାର ୨୦୧୯-୨୦ରେ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରି ରାଜ୍ୟ ଓ ଜିଲାସ୍ତରୀୟ କୋର୍ଟଗୁଡ଼ିକର ଭିତ୍ତିଭୂମି ନିର୍ମାଣ ଲାଗି ୫୯.୪୮ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ଏହି ବାବଦ ଅର୍ଥ ଦେଇନାହାନ୍ତି। ଅନ୍ୟପକ୍ଷେ କେନ୍ଦ୍ରୀୟ ଯୋଜନାଗୁଡ଼ିକର କୌଣସି ପାଣ୍ଠିକୁ ଅନ୍ୟ କୌଣସି ପ୍ରକଳ୍ପରେ ଖର୍ଚ୍ଚ କରାଯାଇନାହିଁ। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରେ ରାଜ୍ୟ ସରକାର ୮ଟି ପର୍ଯ୍ୟାୟରେ ୭୦ କୋଟି ଟଙ୍କାର ୟୁସି ଦାଖଲ କରିସାରିଛନ୍ତି, ଯହିଁରୁ ୪୨.୧୩ କୋଟି କେନ୍ଦ୍ରୀୟ ଶେୟାର। ୨୬.୭୭ କୋଟିର ୟୁସି ଦାଖଲ କରିବା ବାକି ଅଛି, ଯହିଁରୁ କେନ୍ଦ୍ରୀୟ ଶେୟାର ହେଉଛି ୧୬.୦୬ କୋଟି ଟଙ୍କା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହିଲଙ୍କ ଖଣ୍ଡପୀଠ ହାଇକୋର୍ଟ ଏବଂ ଓକିଲମାନଙ୍କ ନିକଟକୁ ଇ-ମେଲ୍‌ ଜରିଆରେ ନିର୍ଦ୍ଧାରିତ ଆବେଦନପତ୍ର ପ୍ରେରଣ କରିବାକୁ ଆମିକସ୍‌ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇ-ମେଲ୍‌ ପାଇବାର ୩ ସପ୍ତାହ ମଧ୍ୟରେ ସେମାନେ ପ୍ରାପ୍ତ ଅନୁଦାନ ଓ ପାଣ୍ଠି ବିନିଯୋଗର ବିସ୍ତୃତ ବିବରଣୀ ଦାଖଲ କରିବେ। ଅକ୍ଟୋବର ତୃତୀୟ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri