କେନ୍ଦ୍ରର ଆନ୍ତରିକତା ନାହିଁ, ନ୍ୟାୟାଳୟର ଦାରସ୍ଥ ହେବ ଆଦିବାସୀ ସମାଜ

ଝାରସୁଗୁଡ଼ା ଅଫିସ,୧୨।୮: ଝାରସୁଗୁଡ଼ା ଜିଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଇଟିଡିଏ ମାନ୍ୟତା ପାଇଁ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ୨୦୧୧ରୁ ଶେଷ ହୋଇଛି । ଏପରି କି ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୬ ବର୍ଷ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଆଇଟିଡିଏ ମାନ୍ୟତା ନେଇ ଦାବି ହୋଇ ଆସୁଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ନଭେମ୍ବର ୨୦୧୭ରୁ ବିଧିବଦ୍ଧ ପ୍ରସ୍ତାବ ଦେଇଥିଲେ ମଧ୍ୟ ଅଦ୍ୟାବଧି ଏହା ଘୋଷଣା ନ ହେବା ଆଦିବାସୀଙ୍କ ପ୍ରତି ଅନ୍ୟାୟ ହେଉଥିବା ସମ୍ମିଳିତ ଆଦିବାସୀ ସମାଜ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ଏହି ପ୍ରସ୍ତାବ ଗ୍ରହଣୀୟ କି ନୁହେଁ କହିବା ପରିବର୍ତ୍ତେ, ଦୀର୍ଘ ୪ ବର୍ଷ ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଗତ ୧୧ ଅକ୍ଟୋବର ୨୦୨୧ରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛିି। ୨୦୧୭ରୁ ଦେଇଥିବା ପ୍ରସ୍ତାବ ବର୍ତ୍ତମାନ ଗ୍ରହଣ କରିବା ସମୟ ଅତିକ୍ରାନ୍ତ ହୋଇଯାଇଛି। ଏଥିପାଇଁ ନୂତନ ପ୍ରସ୍ତାବ ପଠାଇବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, କେନ୍ଦ୍ର ସରକାର ଆଦିବାସୀଙ୍କ ବିରୋଧୀ ଓ ଆଇଟିଡିଏ ବ୍ଲକ ଘୋଷଣା କରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସମାଜ ପକ୍ଷରୁ କୁହାଯାଇଛି।

ଏପରିକି ଗତ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ଏମ୍‌ପି ସୁରେଶ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ସଂସଦରେ ରଖିଛନ୍ତି। ଆଇଟିଡିଏ/ଆଇଟିଡିପି ଘୋଷଣା ପାଇଁ ସମ୍ପୃକ୍ତ ବ୍ଲକରେ ଆଦିବାସୀଙ୍କ ଜନସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବା ଆବଶ୍ୟକ। ଏପରିକି ଲଇକେରା, କିର୍ମିରା ଓ ଯୁଯୁମୁରା ବ୍ଲକକୁ ଆଇଟିଡିଏର ଅନ୍ତର୍ଭୁକ୍ତ କରିବା ପାଇଁ ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ହୋଇଛି। ପୁଣି ତାଙ୍କ ଉତ୍ତରରେ କହିଛନ୍ତି ଯେ, ସମ୍ପୃକ୍ତ ପ୍ରସ୍ତାବର ତର୍ଜମା ନେଇ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି। ଏଥିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିଗଲାଣି, ତେବେ ତର୍ଜମା ସମାପ୍ତ ହେବା ଓ ନିଷ୍ପତ୍ତି ଗ୍ରହଣ ହେବ ହେବ କି ନାହିଁ ଏହା ନ କହି ସଂସଦରେ ଅଯୌକ୍ତିକ ଉତ୍ତର ଉପସ୍ଥାପନ କରିବା ହାସ୍ୟାସ୍ପଦ ବୋଲି ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି।

ଗତ ୯ ତାରିଖରେ କେନ୍ଦ୍ର ଶିଳ୍ପମନ୍ତ୍ରୀ ଫଗନ ସିଂ କୁଲସ୍ତେ ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ସମ୍ମିଳିତ ଆଦିବାସୀ ସମାଜର ସଭାପତି ମାଧବ ସିଂହ ନାଏକ, ଉପଦେଷ୍ଟା ରତ୍ନାକର ପ୍ରଧାନ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଝାରସୁଗୁଡ଼ା ଜିଲା ସଭାପତି ଡମ୍ବରୁଧର ନାଏକ ପ୍ରମୁଖ ଏକାଠି ହୋଇ ସମ୍ପୃକ୍ତ ବ୍ଲକକୁ ଆଇଟିଡିଏ ମାନ୍ୟତା ନେଇ ଦାବି ଉପସ୍ଥାପନ କରିଥିଲେ। ଏପରି କି ପୂର୍ବରୁ ବହୁବାର ଏନେଇ ଦାବି ଉପସ୍ଥାପନ କରାଯାଇଛି। ଏମ୍‌ପି ଓରାମ ସେହି ସମୟରେ ବିଭାଗୀୟ ମନ୍ତ୍ରୀ ଥିଲେ । ହେଲେ ସବୁ ଜାଣିକି ଆଉଥରେ ଦାବିପତ୍ର ଉପସ୍ଥାପନ କରନ୍ତୁ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ କହିବା ଅତି ହାସ୍ୟାସ୍ପଦ ବୋଲି ସମାଜ ପକ୍ଷରୁ ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଭରସା ତୁଟିଯିବା ପରେ ସମ୍ମିଳିତ ଆଦିବାସୀ ସମାଜ ଆସନ୍ତା ସପ୍ତାହରେ ଆଇଟିଡିଏ ପ୍ରସ୍ତାବ ପାଇଁ ନ୍ୟାୟାଳୟରେ ଦାବି ଉପସ୍ଥାପନ କରିବେ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାଏକ ଓ ଉପଦେଷ୍ଟା ପ୍ରଭାକର ଓରାମ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri