ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ ଟୀକା ଆସିବ ମଣିଷ ମହାମାରୀ ସମସ୍ୟାରୁ ମୁକ୍ତି ପାଇବ, ସେନେଇ ଲୋକେ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥଳେ କେତେକ ମହାମାରୀ ବିପଦ ସମୟରେ ନିଜ ପକେଟ ଗରମ କରିଚାଲିଛନ୍ତି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି। କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଜାରି ରଖିଥିବା ୧୧ଟି ଔଷଧ କମ୍ପାନୀର ଶେୟାର ବଢ଼ିବାରେ ଲାଗିଛି। ଏହାର ଫାଇଦା କମ୍ପାନୀର ବଡ଼ ଅଫିସରମାନେ ନେଇଛନ୍ତି। ସେମାନେ କମ୍ପାନୀର ଶେୟାର କାରବାରରେ ଅଂଶଗ୍ରହଣ କରଛନ୍ତି। ଚଢ଼ାଦାମରେ କିଣି ଥିବା ଶେୟାର ବିକ୍ରି କରି ସାଢ଼େ ୭ ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି। ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାମମ୍ସ୍‌ ଅନୁସାରେ ଏହାଦ୍ୱାରା କେବଳ ଲୋକେ ହିଁ ଭକୁଆ ପାଲଟିଛନ୍ତି। ଅପରପକ୍ଷରେ ଔଷଧ କମ୍ପାନୀର ଉଚ୍ଚ ଅଫିସର ଏଥିରେ ଲାଭାନ୍ବିତ ହୋଇଛନ୍ତି। ଅଫିସରମାନେ ଅନୈତିକ ଉପାୟରେ ଅର୍ଥ ରୋଜଗାର କରିଥିବା ଆମେରିକାର ଅଣ-ଲାଭକାରୀ ସଂସ୍ଥା ପେସେଣ୍ଟ୍‌ ଫର୍‌ ଆଫୋଡେବୁଲ୍‌ ଡ୍ରଗ୍ସ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ବେନ୍‌ ଓ୍ବକାନା କହିଛନ୍ତି। ଠିକ୍‌ ସମୟରେ ଷ୍ଟକ୍‌ କିଣିବା ଏବଂ ବିକ୍ରି କରିବା ଆଇନ ଅନୁସାରେ ଭୁଲ୍‌ ନୁହେଁ। ମାତ୍ର ସମ୍ପୃକ୍ତ ଅଫିସରମାନେ ଔଷଧ କମ୍ପାନୀଗୁଡ଼ିକର ଆଭ୍ୟନ୍ତରୀଣ ଖବର ଅନୁସାରେ ଶେୟାର କିଣା ବିକା କରିଥିବା କୁହାଯାଉଛି। ମହାମାରୀ ସମୟରେ ସାଧାରଣ ଲୋକେ ମାନବିକତାର ପରିଚୟ ଦେଉଥିବାବେଳେ ସମ୍ପକ୍ତ ଅଫିସରମାନେ ନିଜ ସ୍ବାର୍ଥକୁ ଦେଖିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri