ସିଏ ଥିଲେ ସାଥିରେ ସବୁ ଲାଗେ ଖାସ୍‌: ଏଲି ପାଢ଼ୀ

ଖୁବ୍‌ କମ୍‌ ବୟସରୁ ସେ ଆସିଥିଲେ ଆଲବମ୍‌ ଜଗତକୁ। ତା’ପରେ ଆଙ୍କରିଂରେ ମଚେଇଲେ ଧମାଲ୍‌। ପରେ ପୁଣି ବଡ଼ପରଦାରେ ଦେଖେଇଲେ ନିଜର ଜଲ୍‌ଓ୍ବା। ଏହି ଆଙ୍କର୍‌ କମ୍‌ ଅଭିନେତ୍ରୀ ଜଣକ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଏଲି ପାଢ଼ୀ…

ପସନ୍ଦ ନୁହେଁ ମେକ୍‌ଅପ୍‌ ହେବା
ଗହଣାର ସଉକ ନାହିଁ କି ସଜେଇ ହେବା ମୋତେ ପସନ୍ଦ ନୁହେଁ। ମେକ୍‌ଅପ୍‌ କରିବାକୁ ତ ଜମାରୁ ଭଲ ଲାଗେନି। ଏଇ ଇଣ୍ଡଷ୍ଟ୍ରିରେ ମୋର ପ୍ରାୟ ୨୨ ବର୍ଷ ହୋଇଗଲାଣି। ୫ମ-୬ଷ୍ଠ ଶ୍ରେଣୀରୁ ଆଲବମ୍‌ କରିବା ଆରମ୍ଭ କରିଥିଲି। ଏତେ ବର୍ଷ ଧରି ମେକ୍‌ଅପ୍‌ ନେଇ ନେଇ ବିରକ୍ତ ହୋଇଗଲିଣି। ତେଣୁ ଘରେ ଥିଲେ ଅବା ବାହାରକୁ ଗଲେ ମୁଁ ଜମାରୁ ମେକ୍‌ଅପ୍‌ ନେଇ ନ ଥାଏ।

ଆରମ୍ଭ ଆଲବମ୍‌ରୁ

ମା’ଙ୍କଠାରୁ ନାଚ ଶିଖିଥିଲି। ଆଉ ସେଇ ନାଚ ହିଁ ମୋତେ ଓଲିଉଡ ଇଣ୍ଡିଷ୍ଟ୍ରୀକୁ ବାଟ କଢ଼େଇ ନେଇଥିଲା। ପ୍ରଥମେ ଆଲବମ୍‌। ତା’ପରେ ଆଙ୍କରିଂ ଓ ପରେ ଚଳଚ୍ଚିତ୍ରରେ କାମ କଲି। ପ୍ରଥମ ଚଳଚ୍ଚିତ୍ର ଏଇ ମିଳନ ଯୁଗ ଯୁଗର, ପ୍ରଥମ ଆଲ୍‌ବମ୍‌ ଥିଲା ‘ତାଜା ଖବର’।

ଅଭିନୟ ଓ ଆଙ୍କରିଂ
ଜଣେ କଳାକାରଭାବେ ମୋତେ ସବୁ କରିବାକୁ ଭଲ ଲାଗେ। ତେବେ ତାହା ଆଙ୍କରିଂ ହେଉ କି ଅଭିନୟ ।

ଅବସରରେ
ଅବସର ସମୟରେ କିଛି ନୂଆ ଶିଖିବାକୁ ପସନ୍ଦ କରେ, ଯେମିତିକି ଫଟୋ ଏଡିଟିଂ ଶିଖିବା, ୟୁଟ୍ୟୁବ୍‌ରେ ନୂଆ ଟେକ୍‌ନିକ୍‌ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଭିଡିଓ ଦେଖିବା। ଏବେ ଗିଟାର ବି ଶିଖୁଛି। ତା’ଛଡା ମମିଙ୍କ ସହ ଫୋନ୍‌ରେ ଗପିବା ମୋତେ ସବୁଠୁ ବେଶି ଭଲ ଲାଗେ।

ଖାଇବା ପସନ୍ଦ
ଚିକେନ୍‌ ବହୁତ ପସନ୍ଦ। ଖାସ୍‌କରି ମମିଙ୍କ ହାତ ତିଆରି ଚିକେନ୍‌ ମୋର ଭାରି ପ୍ରିୟ। ହେଲେ ମିଠା, ଖଟା ଜମାରୁ ପସନ୍ଦ ନୁହେଁ।

ସ୍ବାମୀଙ୍କୁ ପସନ୍ଦ ମୋ ରୋଷେଇ
ମୁଁ ବହୁତ ଭଲ ରୋଷେଇ କରେ। ତା’ଛଡା ସ୍ବାମୀ ମୋର ବେଶ୍‌ ସ୍ବାସ୍ଥ୍ୟ ସଚେତନ। ସେଥିପାଇଁ ମୁଁ ତିଆରି କରୁଥିବା କମ୍‌ ତେଲ ମସଲାର ଖାଦ୍ୟ ତାଙ୍କୁ ଭଲ ଲାଗେ। ଆଉ ତାଙ୍କ ଡିମାଣ୍ଡ ଅନୁସାରେ ରାନ୍ଧି ଖୁଆଇବାରେ ମୋତେ ଆନନ୍ଦ ମିଳେ।

ଜାଣି ନ ଥିଲି ସେ ହେବେ ମୋ ଜୀବନ ସାଥୀ
ଆମେ ଦୁହେଁ ଗୋଟିଏ ସ୍ଥାନର। ଆଗରୁ ପରସ୍ପରକୁ ଚିହ୍ନିଥିଲୁ, ଜାଣିଥିଲୁ ମଧ୍ୟ। ହେଲେ ମୁଁ ଜାଣି ନ ଥିଲି ଯେ ସେଇ ଚିହ୍ନା ପିଲାଟି ମୋର ସ୍ବାମୀ ହେବେ। ଜାଣିଥିଲେ ହୁଏତ କେବେ ଭାବି ନ ଥାନ୍ତି ଯେ, ମୋ ମନର ମଣିଷ କେମିତି ହୋଇଥିବେ ବୋଲି।

ରାଗି ଥିଲି, ଏବେ ନୁହେଁ
ମୁଁ ଆଗରୁ ବହୁତ ରାଗି ଥିଲି। ହେଲେ ବାହାଘର ପରେ ସ୍ବାମୀଙ୍କ ରାଗ ଦେଖି ମୁଁ ମୋ ରାଗକୁ ନିୟନ୍ତ୍ରଣରେ ରଖିବା ଶିଖିଗଲି। ଭାବିଲି ଦୁହେଁ ଯଦି ରାଗିବୁ ତା’ହେଲେ ସବୁଦିନ ଝଗଡ଼ା ହିଁ ହେବ।

ବୁଲାବୁଲି ପସନ୍ଦ
ବୁଲାବୁଲି ମୋତେ ବହୁତ ପସନ୍ଦ। ଆଉ ସ୍ବାମୀ ସାଥିରେ ଥିଲେ ଛୋଟିଆ ଜାଗା ବି ମୋତେ ସ୍ପେଶାଲ ଲାଗେ।

ଡେଲି ରୁଟିନ୍‌
ସକାଳ ୫.୩୦ରୁ ୬ଟା ଭିତରେ ଉଠିଯାଏ। ଘରେ ଯୋଗ, ଏକ୍ସରସାଇଜ୍‌ ଓ ଜୁମ୍ବା କରେ। ୯.୩୦ରେ କାମକୁ ବାହାରିଯାଏ। ଲେଟ୍‌ ନାଇଟ୍‌ ଶୁଟିଂକୁ ଏବେ ଆଭଏଡ୍‌ କରୁଛି। ରାତିରେ ସବୁବେଳେ ଜଲ୍‌ଦି ଖାଇ ଜଲ୍‌ଦି ଶୋଇବାକୁ ଚେଷ୍ଟା କରେ।

ଫ୍ୟୁଚର ପ୍ଲାନିଂ କରେନି
କୋଭିଡ୍‌ରେ ଅନେକ ପ୍ରିୟ ଲୋକଙ୍କୁ ଆଖି ସାମ୍‌ନାରେ ଯିବାର ଦେଖିବା ପରଠାରୁ ଭବିଷ୍ୟତ ପାଇଁ ପ୍ଲାନିଂ କରିବା ମୁଁ ଛାଡିଦେଇଛି। ଭବିଷ୍ୟତ ଅନିଶ୍ଚିତ। ଯାହା ଭାଗ୍ୟରେ ଅଛି ତାହା ହିଁ ହେବ। ତେଣୁ ପ୍ଲାନିଂର ଆବଶ୍ୟକତା ନାହିଁ ବୋଲି ମୁଁ ମନେକରେ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri