ଏସ୍‌ବିଆଇ ପକ୍ଷରୁ ଉତ୍ସବ ବୋନାଞ୍ଜା

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ଆବାସିକ ଗୃହଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ପକ୍ଷରୁ ଗୃହଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉତ୍ସବ ବୋନାଞ୍ଜାରେ ଏସ୍‌ବିଆଇ ତା’ର ସମ୍ଭାବ୍ୟ ଗ୍ରାହକମାନଙ୍କୁ ସୁଲଭ ହାରରେ ଗୃହଋଣ ପ୍ରଦାନ କରିବ। ଏପରିକି ୨୦୨୧ ଜାନୁୟାରୀରେ ଷ୍ଟେଟ୍‌ ବ୍ୟାଙ୍କର ଗୃହ ଋଣ ପରିମାଣ ୫ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ସେହିଭଳି ଏସ୍‌ବିଆଇ ପକ୍ଷରୁ ଗୃହଋଣ ଉପରେ ୦.୨୫%, ଟପ୍‌ ଅପ୍‌ ଋଣ ଉପରେ ୦.୧୫% ଓ ସମ୍ପତ୍ତି ବନ୍ଧକ ରଖି ଋଣ ଉପରେ ୦.୩୦% ରିହାତି ପ୍ରଦାନ କରାଯିବ।

ବ୍ୟାଙ୍କ୍‌ ପକ୍ଷରୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଗୃହଋଣ ଉପରେ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି। ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ୟାଙ୍କ୍‌ ଏହି ଉତ୍ସବ ବୋନାଞ୍ଜା ପ୍ରସ୍ତୁତ କରିଛି। ସେହିପରି ନୂଆ ଗୃହଋଣ ସମେତ ଟେକ୍‌ ଓଭର ଋଣ ସୁଧ ହାର ୮.୪୦% ରୁ ଏବଂ ଘରକୁ ଫର୍ନିସ୍‌ କରିବା ଯଥା ମରାମତି କରିବା ଅଥବା ଘରକୁ ବଦଳାଇବା ପାଇଁ ନିଆଯାଉଥିବା ଟପ୍‌ ଅପ୍‌ ଋଣ ହାର ୮.୮୦% ରୁ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଗୃହ ଫାଇନାନ୍ସ କ୍ଷେତ୍ରରେ ଏସ୍‌ବିଆଇ ଅଗ୍ରଣୀ ହୋଇଥିବାରୁ ପ୍ରତି ଭାରତୀୟଙ୍କ ଘର ସ୍ବପ୍ନ ପୂରଣ କରିବାର ମାଲିକାନା ନିଜ ମୁଣ୍ଡକୁ ନେଇଛି।

ନିଜ ଘର ମାଲିକାନା ଯାତ୍ରାରେ ସେମାନଙ୍କ ସହଯୋଗୀ ଭାବେ ଆମକୁ ବିଶ୍ୱାସ କରିଥିବା ଏବଂ ଆମକୁ ଚୟନ କରିଥିବା ୨୮ ଲକ୍ଷରୁ ଅଧିକ ଗ୍ରାହକ ପରିବାରଙ୍କ ନିକଟରେ ଆମେ ଅତ୍ୟନ୍ତ କୃତଜ୍ଞ। ୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତର ଆମ ଯାତ୍ରାରେ ଗତ କିଛି ବର୍ଷ ଭିତରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକ୍ରିୟା ଓ ଡିଜିଟାଲ ଅଭିଯାନ ବିଶେଷ ସହାୟକ ହୋଇଥିଲା। ଦେଶ ଗଠନର ସହଯୋଗୀ ଭାବେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ପ୍ରଧାନମନ୍ତ୍ରୀଙ୍କ ‘ସମସ୍ତଙ୍କ ପାଇଁ ଘର’ ସ୍ବପ୍ନକୁ ପୂରଣ କରିବା ଲାଗି ଉଦ୍ୟମ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri