Advertisement

ଟିକେଏମ୍‌ର ପାଇଲଟ ପ୍ରୋଜେକ୍ଟ ‘ଫ୍ଲେକ୍ସି-ଫୁଏଲ’

ନୂଆଦିଲ୍ଲୀ,୧୩।୧୦: ଦେଶର ପ୍ରମୁଖ ଚାରିଚକିଆ ନିର୍ମାତା ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ଭାରତ ବଜାରରେ ଫ୍ଲେକ୍ସି ଇନ୍ଧନଭିତ୍ତିକ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଭେଇକିଲ ଟେକ୍ନୋଲୋଜି ଉପରେ ପାଇଲଟ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲେକ୍ସି ଇନ୍ଧନ- ଶକ୍ତିଶାଳୀ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଯାନ ପ୍ରଯୁକ୍ତିବିଦ୍ୟା (ଏଫ୍‌ଏଫ୍‌ଭି-ଏସ୍‌ଏଚ୍‌ଇଭି)ର ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକଳ୍ପ ଓ ଯାନର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ,ଭୂପିନ୍ଦର ଯାଦବ ଏବଂ ରମେଶ୍ୱର ତେଲିଙ୍କ ସମେତ ଟିକେଏମ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ମାସାକାଜୁ ୟୋସିମୁରା, ଏମ୍‌ଡି ତଥା ସିଇଓ ବିକ୍ରମ ଏସ୍‌ କିର୍ଲୋସ୍କର, ଉପାଧ୍ୟକ୍ଷ ବିକ୍ରମ ଗୁଲାଟି, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସୁଦୀପ ଏସ୍‌. ଡାଲ୍‌ଭି ପ୍ରମୁଖ ଉପସ୍ଥିତ ଥିଲେ। ଇଥାନଲ ଉତ୍ପାଦନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଇ-୨୦ ପର୍ଯ୍ୟନ୍ତ ଫ୍ଲେକ୍ସି ଇନ୍ଧନ ଯାନ (ଏଫ୍‌ଏଫ୍‌ଭି) ପ୍ରଯୁକ୍ତିର ପ୍ରବର୍ତ୍ତନ ସହ ବହୁଗୁଣ ବୃଦ୍ଧି କରିପାରିବ। ଏହା ଉଚ୍ଚ ଇଥାନଲ ମିଶ୍ରଣକୁ ୨୦% ରୁ ୮୫% ପର୍ଯ୍ୟନ୍ତ ବ୍ୟବହାର କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ,୧୭ା୩: ଇନ୍ଧନ ଦର ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏୟାରଲାଇନଗୁଡ଼ିକ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବା ସମ୍ଭାବନା ରହିଥିବା ବୁଧବାର ଏକ ଘରୋଇ...

ସ୍ପାଇସ୍‌ ଜେଟ୍‌କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…

ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ...

ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ...

ବିଗ୍‌ ବଜାର ଦେଉଛି ଡୋର୍‌ଷ୍ଟେପ ଡେଲିଭରି

ଭୁବନେଶ୍ୱର,୩। ୫: କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ବିଗ୍‌ ବଜାର ପକ୍ଷରୁ ବର୍ତ୍ତମାନ ଲୋକଙ୍କୁ ଡୋର୍‌ଷ୍ଟେପ ଡେଲିଭରି ବା ଘର ଦୁଆର ମୁହଁରେ...

ନଭେମ୍ବରରେ ସ୍କୋଡାର ୪୪୩୩ କାର୍‌ ବିକ୍ରି

ନୂଆଦିଲ୍ଲୀ,୫।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ନଭେମ୍ବର ମାସର ଗାଡି ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି। ଏପରିକି ଚଳିତ...

ଓ୍ବାଲ୍‌ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ...

ବିଏସ୍‌ସିଏଲ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ଜର୍ମାନୀ କନ୍‌ସୁଲେଟ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜର୍ମାନୀ କନ୍‌ସୁଲେଟ୍‌ ଜେନେରାଲ୍‌ ମନଫ୍ରେଡ୍‌ ଆଷ୍ଟର ବୁଧବାର ବିଏସ୍‌ସିଏଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି...

୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ,୧୧-୧୨: ୨୦୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ନେଇ ରହିଥିବା ଖବରକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହାକୁ ନେଇ ଚିନ୍ତା...

Advertisement
Archives

Model This Week