ଏସ୍‌ବିଆଇ ପକ୍ଷରୁ ଉତ୍ସବ ବୋନାଞ୍ଜା

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ଆବାସିକ ଗୃହଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ପକ୍ଷରୁ ଗୃହଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉତ୍ସବ ବୋନାଞ୍ଜାରେ ଏସ୍‌ବିଆଇ ତା’ର ସମ୍ଭାବ୍ୟ ଗ୍ରାହକମାନଙ୍କୁ ସୁଲଭ ହାରରେ ଗୃହଋଣ ପ୍ରଦାନ କରିବ। ଏପରିକି ୨୦୨୧ ଜାନୁୟାରୀରେ ଷ୍ଟେଟ୍‌ ବ୍ୟାଙ୍କର ଗୃହ ଋଣ ପରିମାଣ ୫ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ସେହିଭଳି ଏସ୍‌ବିଆଇ ପକ୍ଷରୁ ଗୃହଋଣ ଉପରେ ୦.୨୫%, ଟପ୍‌ ଅପ୍‌ ଋଣ ଉପରେ ୦.୧୫% ଓ ସମ୍ପତ୍ତି ବନ୍ଧକ ରଖି ଋଣ ଉପରେ ୦.୩୦% ରିହାତି ପ୍ରଦାନ କରାଯିବ।

ବ୍ୟାଙ୍କ୍‌ ପକ୍ଷରୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଗୃହଋଣ ଉପରେ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି। ବିଭିନ୍ନ ବର୍ଗର ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ୟାଙ୍କ୍‌ ଏହି ଉତ୍ସବ ବୋନାଞ୍ଜା ପ୍ରସ୍ତୁତ କରିଛି। ସେହିପରି ନୂଆ ଗୃହଋଣ ସମେତ ଟେକ୍‌ ଓଭର ଋଣ ସୁଧ ହାର ୮.୪୦% ରୁ ଏବଂ ଘରକୁ ଫର୍ନିସ୍‌ କରିବା ଯଥା ମରାମତି କରିବା ଅଥବା ଘରକୁ ବଦଳାଇବା ପାଇଁ ନିଆଯାଉଥିବା ଟପ୍‌ ଅପ୍‌ ଋଣ ହାର ୮.୮୦% ରୁ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି, ଗୃହ ଫାଇନାନ୍ସ କ୍ଷେତ୍ରରେ ଏସ୍‌ବିଆଇ ଅଗ୍ରଣୀ ହୋଇଥିବାରୁ ପ୍ରତି ଭାରତୀୟଙ୍କ ଘର ସ୍ବପ୍ନ ପୂରଣ କରିବାର ମାଲିକାନା ନିଜ ମୁଣ୍ଡକୁ ନେଇଛି।

ନିଜ ଘର ମାଲିକାନା ଯାତ୍ରାରେ ସେମାନଙ୍କ ସହଯୋଗୀ ଭାବେ ଆମକୁ ବିଶ୍ୱାସ କରିଥିବା ଏବଂ ଆମକୁ ଚୟନ କରିଥିବା ୨୮ ଲକ୍ଷରୁ ଅଧିକ ଗ୍ରାହକ ପରିବାରଙ୍କ ନିକଟରେ ଆମେ ଅତ୍ୟନ୍ତ କୃତଜ୍ଞ। ୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତର ଆମ ଯାତ୍ରାରେ ଗତ କିଛି ବର୍ଷ ଭିତରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକ୍ରିୟା ଓ ଡିଜିଟାଲ ଅଭିଯାନ ବିଶେଷ ସହାୟକ ହୋଇଥିଲା। ଦେଶ ଗଠନର ସହଯୋଗୀ ଭାବେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ପ୍ରଧାନମନ୍ତ୍ରୀଙ୍କ ‘ସମସ୍ତଙ୍କ ପାଇଁ ଘର’ ସ୍ବପ୍ନକୁ ପୂରଣ କରିବା ଲାଗି ଉଦ୍ୟମ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri