Posted inଫୁରସତ

୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ

ଲଣ୍ଡନ: ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଲୋକ ନିଜର ବୟସ, ଖର୍ଚ୍ଚ, ପାରିବାରିକ ସ୍ଥିତି ଆଦି ଦେଖି ନିଜ ନିଜର ଜନ୍ମଦିନକୁ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି। ତେବେ ବ୍ରିଟେନ୍‌ ମାନେଟ୍‌ ବେଲି ନାମ୍ନୀ ଜଣେ ବୃଦ୍ଧା ନିଜର ୧୦୨ତମ ଜନ୍ମ ଦିବସକୁ ଏକ ସ୍ବତନ୍ତ୍ର ଉପାୟରେ ପାଳନ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।
ବ୍ରିଟେନ୍‌ର ମାନେଟ୍‌ ତାଙ୍କର ୧୦୨ତମ ଜନ୍ମଦିନ ଅବସରରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ୭ ହଜାର ଫୁଟ ଉଚ୍ଚରୁ ସ୍କାଏ ଡାଇଭ୍‌ କରିବା ସହ ଜନ୍ମଦିନ ପାଳନ କରିଥିଲେ। ଏହାସହ ସେ ବ୍ରିଟେନ୍‌ର ସବୁଠୁ ବୟସ୍କ ସ୍କାଏ ଡାଇଭର ହୋଇପାରିଛନ୍ତି। ତାଙ୍କର ଏହି ଅଦ୍ଭୁତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମାନେଟ୍‌ ୭ ହଜାର ଫୁଟ୍‌ ଉଚ୍ଚତାରୁ ଡେଇଁବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଡେଇଁବା ପୂର୍ବରୁ ସେ ତାଙ୍କ ଇନ୍‌ଷ୍ଟ୍ରକ୍ଟରଙ୍କ କଥାକୁ ଭଲ ଭାବେ ଶୁଣୁଛନ୍ତି। ସେହିପରି ସ୍କାଏ ଡାଇଭ କରୁଥିବା ସମୟରେ ମାନେଟ୍‌ଙ୍କ ମୁହଁରେ କୌଣସି ଭୟ ଦୃଶ୍ୟମାନ ହେଉ ନାହିଁ। ବରଂ ସେ ଏହି କାର୍ଯ୍ୟକୁ ଅତି ଆରାମରେ ଉପଭୋଗ କରୁଥିବା ଭିଡିଓରୁ ଜଣାପଡ଼ୁଛି। ଉକ୍ତ ବିମାନ ଉଡ଼ାଣ ପରେ ମାନେଟ୍‌ ତାଙ୍କ ଅନୁଭୂତି ମଧ୍ୟ ବଖାଣିଛନ୍ତି। ସ୍କାଏଡାଇଭ କରିବା ସମୟରେ ତାଙ୍କୁ ସବୁକିଛି ଅସ୍ପଷ୍ଟ ଦେଖା ଯାଉଥିଲା। ତେଣୁ ସେ ନିଜ ଆଖିକୁ ବନ୍ଦ କରି ସବୁକିଛି ଅନୁଭବ କରୁଥିଲେ। ଜଣେ ୮୫ ବର୍ଷୀୟ ବ୍ୟକ୍ତି ପାରାଚ୍ୟୁଟ୍‌ ଜମ୍ପ୍‌ କରି ନିଜ ଜନ୍ମଦିନ ପାଳନ କରୁଥିବା ନେଇ ସେ ପୂର୍ବରୁ ଶୁଣିଥିଲେ ବୋଲି ମାନେଟ୍‌ କହିଛନ୍ତି। ସେବେଠାରୁ ହିଁ ସେ ଏପରି କିଛି କରି ନିଜ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri