Posted inଫୁରସତ

୭ ହଜାର ଫୁଟ ଉଚ୍ଚରୁ ଡେଇଁ ଜନ୍ମଦିନ ପାଳିଲେ

ଲଣ୍ଡନ: ସାଧାରଣତଃ ସମସ୍ତେ ନିଜର ଜନ୍ମଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଲୋକ ନିଜର ବୟସ, ଖର୍ଚ୍ଚ, ପାରିବାରିକ ସ୍ଥିତି ଆଦି ଦେଖି ନିଜ ନିଜର ଜନ୍ମଦିନକୁ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି। ତେବେ ବ୍ରିଟେନ୍‌ ମାନେଟ୍‌ ବେଲି ନାମ୍ନୀ ଜଣେ ବୃଦ୍ଧା ନିଜର ୧୦୨ତମ ଜନ୍ମ ଦିବସକୁ ଏକ ସ୍ବତନ୍ତ୍ର ଉପାୟରେ ପାଳନ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।
ବ୍ରିଟେନ୍‌ର ମାନେଟ୍‌ ତାଙ୍କର ୧୦୨ତମ ଜନ୍ମଦିନ ଅବସରରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ୭ ହଜାର ଫୁଟ ଉଚ୍ଚରୁ ସ୍କାଏ ଡାଇଭ୍‌ କରିବା ସହ ଜନ୍ମଦିନ ପାଳନ କରିଥିଲେ। ଏହାସହ ସେ ବ୍ରିଟେନ୍‌ର ସବୁଠୁ ବୟସ୍କ ସ୍କାଏ ଡାଇଭର ହୋଇପାରିଛନ୍ତି। ତାଙ୍କର ଏହି ଅଦ୍ଭୁତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମାନେଟ୍‌ ୭ ହଜାର ଫୁଟ୍‌ ଉଚ୍ଚତାରୁ ଡେଇଁବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଡେଇଁବା ପୂର୍ବରୁ ସେ ତାଙ୍କ ଇନ୍‌ଷ୍ଟ୍ରକ୍ଟରଙ୍କ କଥାକୁ ଭଲ ଭାବେ ଶୁଣୁଛନ୍ତି। ସେହିପରି ସ୍କାଏ ଡାଇଭ କରୁଥିବା ସମୟରେ ମାନେଟ୍‌ଙ୍କ ମୁହଁରେ କୌଣସି ଭୟ ଦୃଶ୍ୟମାନ ହେଉ ନାହିଁ। ବରଂ ସେ ଏହି କାର୍ଯ୍ୟକୁ ଅତି ଆରାମରେ ଉପଭୋଗ କରୁଥିବା ଭିଡିଓରୁ ଜଣାପଡ଼ୁଛି। ଉକ୍ତ ବିମାନ ଉଡ଼ାଣ ପରେ ମାନେଟ୍‌ ତାଙ୍କ ଅନୁଭୂତି ମଧ୍ୟ ବଖାଣିଛନ୍ତି। ସ୍କାଏଡାଇଭ କରିବା ସମୟରେ ତାଙ୍କୁ ସବୁକିଛି ଅସ୍ପଷ୍ଟ ଦେଖା ଯାଉଥିଲା। ତେଣୁ ସେ ନିଜ ଆଖିକୁ ବନ୍ଦ କରି ସବୁକିଛି ଅନୁଭବ କରୁଥିଲେ। ଜଣେ ୮୫ ବର୍ଷୀୟ ବ୍ୟକ୍ତି ପାରାଚ୍ୟୁଟ୍‌ ଜମ୍ପ୍‌ କରି ନିଜ ଜନ୍ମଦିନ ପାଳନ କରୁଥିବା ନେଇ ସେ ପୂର୍ବରୁ ଶୁଣିଥିଲେ ବୋଲି ମାନେଟ୍‌ କହିଛନ୍ତି। ସେବେଠାରୁ ହିଁ ସେ ଏପରି କିଛି କରି ନିଜ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri