ବ୍ୟବସାୟିକ ପରିବାରରୁ ଆସି ଜନପ୍ରତିନିଧି…ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଶତ୍ରୁଘ୍ନ ଜେନା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ୪,୬୬୨ ଭୋଟରେ ହରାଇ ପ୍ରଥମଥର ବିଧାୟକ ହୋଇଛନ୍ତି। ମୋଟ ୧ ଲକ୍ଷ ୭୨ ହଜାର ୬୩୨ଖଣ୍ଡ ଭୋଟରୁ ଶତ୍ରୁଘ୍ନ ୮୪, ୫୮୯ ପାଇଥିବା ବେଳେ ପ୍ରଫୁଲ୍ଲଙ୍କୁ ମିଳିଥିଲା ୭୯, ୯୨୭ ଭୋଟ।
କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ଭୁବନ ବ୍ଲକ ବାଲିଝାଟି ଗ୍ରାମରେ ୨୨ ଜୁଲାଇ ୧୯୬୪ରେ ଶତ୍ରୁଘ୍ନଙ୍କ ଜନ୍ମ। ସ୍ବର୍ଗତ ଗଣେଶ୍ୱର ଜେନା ଓ ଋକ୍ମିଣୀ ଜେନାଙ୍କ ୩ ପୁଅ ଓ ୩ ଝିଅଙ୍କ ମଧ୍ୟରେ ଶତ୍ରୁଘ୍ନ ସର୍ବକନିଷ୍ଠ। ବ୍ୟବସାୟିକ ପରିବାରରୁ ଆସି ସେ ଜନପ୍ରତିନିଧି ହୋଇପାରିଛନ୍ତି। ତାଙ୍କ ପରିବାରର ସ’ ମିଲ୍‌ ଓ ଚାଉଳ ହଲର ଥିଲା। ବର୍ତ୍ତମାନ ଫ୍ଲାଏ ଆଶ୍‌ ଇଟା ସହ ପରିବହନ କ୍ଷେତ୍ରରେ ନିୟୋଜିତ ଟ୍ରକ୍‌ ବ୍ୟବସାୟ ରହିଛି। ଶତ୍ରୁଘ୍ନ ଇତିହାସରେ ସ୍ନାତକୋତ୍ତର କରିଛନ୍ତି। ରାଜନୀତିରେ ତାଙ୍କ ଉତ୍ଥାନ ଦେଖିଲେ ଯାଜପୁର ଜିଲା ବ୍ୟାସନଗର କଲେଜରେ ପଢୁଥିବା ବେଳେ ସେ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଫେଡେରେଶନ (ଏଆଇଏସ୍‌ଏଫ୍‌) ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରିବାରେ ସକ୍ରିୟ ଦାୟିତ୍ୱ ନେଇଥିଲେ। ୧୯୯୦ରେ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ ମହାପାତ୍ରଙ୍କ ଡାକରାରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରି କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୦ରୁ ୧୯୯୫ ମଧ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ ସେ ନିଜକୁ ସାମିଲ କରିଥିଲେ। ଏପରିକି ୧୯୯୭ରେ କୈଳାସ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ପ୍ରେମଲତା ମହାପାତ୍ର ଉପ ନିର୍ବାଚନରେ ଲଢୁଥିବା ବେଳେ ଏହାର ଦାୟିତ୍ୱ ମଧ୍ୟ ଶତ୍ରୁଘ୍ନ ନେଇଥିଲେ। ୧୯୯୭ରେ ସେ ପ୍ରଥମେ ଭୁବନ ବ୍ଲକର କୁନିନ୍ଦା ପଞ୍ଚାୟତରୁ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ୨୦୧୨ ମସିହା ପର୍ଯ୍ୟନ୍ତ ସେ ଲଗାତର ୩ଥର ବ୍ଲକ ଅଧ୍ୟକ୍ଷ ରହିଥିଲେ। ତେବେ ୨୦୦୪ ସାଧାରଣ ନିର୍ବାଚନରେ ସେ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ୨୦୦୯ରେ ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ। ଏହାପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୧୯ରେ ସେ ଏହି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇ ସେହି ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିଥିଲେ। ୨୦୨୪ ନିର୍ବାଚନରେ ସେ କାମାକ୍ଷାନଗରରୁ ଭାଜପା ପ୍ରାର୍ଥୀ ହୋଇ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।
ବିଧାୟକ କୁହନ୍ତି:
ସାଙ୍ଗଠନିକ ଅଭିଜ୍ଞତା ତାଙ୍କ ପାଇଁ ସଫଳତା ଆଣିଦେଇଛି। ରାଜନୀତିରେ ସାଧାରଣ ଭାବେ ପୂର୍ବରୁ ଯେମିତି ରହିଥିଲି, ବିଧାୟକ ହେବା ପରେ ମଧ୍ୟ ସେମିତି ରହିଛି। କ୍ଷମତା ସବୁବେଳେ ରହିବନି। ଲୋକଙ୍କ ସାଥିରେ ସବୁବେଳେ ରହିଛି। ଭୋଟ ଆଶାରେ ବିଜେଡି ସରକାର କାମାକ୍ଷାନଗରରେ ଯେଉଁ ଉନ୍ନୟନମୂଳକ କାମ ପାଇଁ ଅର୍ଥ ଦେଇଥିଲେ, ତାହା ଅଧାପନ୍ତରିଆ ରହିଛି। ଏଠାରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଫୁଲ୍ଲ ମଲ୍ଲିକ ତତ୍କାଳୀନ ସରକାରରେ ଦୀର୍ଘବର୍ଷ ଧରି ବରିଷ୍ଠ ମନ୍ତ୍ରୀ ଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ଶିଳ୍ପ ନାହିଁ। ଯୁବକମାନଙ୍କ ପାଇଁ ଜୀବିକା ନାହିଁ। ସେହିପରି ବାଜି ରାଉତ ଓ ତାଙ୍କ ଜନ୍ମମାଟି ସମ୍ପର୍କରେ ସମସ୍ତେ କହୁଥିବା ବେଳେ ଏଠି ସ୍ବାସ୍ଥ୍ୟ ଓ ଶିକ୍ଷା ବିପର୍ଯ୍ୟସ୍ତ। ଏବେ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଶତ୍ରୁଘ୍ନ କହିଛନ୍ତି।
ରିପୋର୍ଟ: ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?