ବେତନଟୀ ତହସିଲରେ ସିଲିଂ ଜମି ଦୁର୍ନୀତି

ବେତନଟୀ, ୨୨ା୯ (ସ୍ବ. ପ୍ର.): ପୂର୍ବରୁ ବାଲି ଓ ମୋରମ କାରବାର ଯୋଗୁ ବିବାଦରେ ରହି ଆସିଥିବା ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ଏବେ ପୁଣି ସିଲିଂ ଜମି ଦୁର୍ନୀତି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦଳିତ, ଆଦିବାସୀ ଓ ସାଧାରଣବର୍ଗର ଭୂମିହୀନ ହିତାଧିକାରୀଙ୍କ ଦଖଲରେ ଥିବା ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯିବା ସହ ଉକ୍ତ ଜମିକୁ ଘରବାଡ଼ିରେ ପରିଣତ କରାଯାଇଥିବା ଅଭିଯୋଗ ହୋଇଛି। ଏହି ତହସିଲରେ ବହୁ ଦିନ ଧରି ତହସିଲଦାର ପଦବୀ ଖାଲି ପଡ଼ିଥିବା ବେଳେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ନାମରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କ ସମେତ ମୟୂରଭଞ୍ଜ ଜିଲାପାଳଙ୍କ ନିକଟରେ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଜିଲାପାଳ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀ ବୈଶିଙ୍ଗା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଦୁର୍ଗାପୁର ଗ୍ରାମର ସ୍ବର୍ଗତ କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ମଧୁସୂଦନ, ସ୍ବର୍ଗତ ଶଙ୍କର ମାଝୀଙ୍କ ପୁଅ ଦାଶରଥି, କ୍ଷେତ୍ରମୋହନ ଦଳେଇଙ୍କ ପୁଅ ଲକ୍ଷ୍ମୀଧର ଓ ବେଣୁଧର, ସ୍ବର୍ଗତ ବଗଲା ସିଂଙ୍କ ପୁଅ ଶୁକ, ବଣୁ ସିଂଙ୍କ ସ୍ତ୍ରୀ ସୋମବାରୀ, ସ୍ବର୍ଗତ ମାଗୁଣି ସିଂଙ୍କ ପୁଅ ଜରା, ଫାତୁ ସିଂଙ୍କ ପୁଅ ପାଣ୍ଡୁ, ସ୍ବର୍ଗତ କଟିଆ ସିଂଙ୍କ ପୁଅ ଦିଲା, ସ୍ବର୍ଗତ ରଘୁନାଥ ଦଳେଇଙ୍କ ପୁଅ ଡୁମା ଓ ରବି ଦଳେଇ ପ୍ରମୁଖ ଦର୍ଶାଇଛନ୍ତି ଯେ, ସେମାନେ ଆଦିବାସୀ, ଦଳିତ ଓ ସାଧାରଣ ବର୍ଗର। ଭୂମିହୀନ ଓ ଗରିବ ପ୍ରଜା ହିସାବରେ ଜିଲା ପ୍ରଶାସନ ପକ୍ଷରୁ ବେତନଟୀ ତହସିଲଦାରଙ୍କ ମାଧ୍ୟମରେ ଓଏଲ୍‌ଆର ମକଦ୍ଦମା (ନଂ. ୧୦/୧୯୭୪) ଅନୁଯାୟୀ ସେମାନେ ସିଲିଂ ଜମି ପାଇଥିଲେ। ଏହି ଜମିରେ ସମସ୍ତେ ଚାଷକରି ପରିବାର ଭରଣପୋଷଣ କରିବା ସହିତ ଭୋଗଦଖଲ କରି ବେତନଟୀ ତହସିଲ କାର୍ଯ୍ୟାଳୟରୁ କେ ଫର୍ମ ପାଇଥିଲେ।

ପରବର୍ତ୍ତୀ ସମୟରେ ସେମାନେ ଦଖଲ କରୁଥିବା ୧୯ଏକର ଜମିକୁ ବାଲେଶ୍ୱର ଜିଲା ଭୋଗରାଇ ପାଣିଷଣ୍ଢା ଗ୍ରାମର ଗୋଲାମ ଖାନଙ୍କ ପୁଅ ଜାଏଦ ଅଲ୍ଲୀଙ୍କ ନାମରେ ଏମସି ନଂ. ୧୬୨୯/୨୦ ଆଧାରରେ ଖାତାନଂ. ୨୪୨/୧୬କ୍ରମେ ରେକର୍ଡ କରିଦେଇଥିବା ଅଭିଯୋଗ ହୋଇଛି। ଯାହାକି ବିକ୍ରେତାଙ୍କ ସିଲିଂ ବହିର୍ଭୁତ ଜମିକୁ ସେମାନଙ୍କୁ ଦିଆଯାଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ତହସିଲ କାର୍ଯ୍ୟାଳୟର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ଅଭିଯୋଗକାରୀମାନେ ମୟୂରଭଞ୍ଜ ଜିଲା ଗସ୍ତ ସମୟରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି)ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଆରଡିସି ଉତ୍‌କ୍ଷିପ୍ତ ହେବା ସହିତ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ତଦନ୍ତ ଆଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଆରଡିସି ସୂଚନା ଦେଇଥିବା ଅଭିଯୋଗକାରୀଙ୍କ ତରଫରୁ ନିୟୋଜିତ ଓକିଲ ମନୋଜ କୁମାର ପଣ୍ଡା କହିଛନ୍ତି।

ଏନେଇ ଭାରପ୍ରାପ୍ତ ତହସିଲଦାର ନମିତା ଧଳଙ୍କୁ ପଚାରିବାରୁ, ଦୀର୍ଘଦିନ ଧରି ବେତନଟୀରେ କେହି ସ୍ଥାୟୀ ତହସିଲଦାର ନିଯୁକ୍ତ ନ ଥିବାରୁ ସେ ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ବୈଶିଙ୍ଗାର ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅହଲ୍ୟା ବେହେରା ଓ ରେଭିନ୍ୟୁ ସୁପରଭାଇଜର ଜଗନ୍ନାଥ ସିଂଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିଲେ। ତାଙ୍କ ରିପୋର୍ଟ ଅନୁଯାୟୀ ସେ ସମ୍ପୂର୍ଣ୍ଣ କାଗଜପତ୍ର କରିଥିଲେ। ହେଲେ ଏବେ ଉକ୍ତ ସିଲିଂ ଜମିକୁ ନେଇ ଯେଉଁ ଅଭିଯୋଗ ହୋଇଛି ସେ ବୈଶିଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି। ଯଦି ସେତେବେଳର ତାଙ୍କ ଯାଞ୍ଚରେ କିଛି ଭୁଲ ତ୍ରୁଟି ଥାଏ, ତେବେ ତାକୁ ଆଗାମୀ ଦିନରେ ସଂଶୋଧନ କରାଯାଇ ଗରିବ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri