Posted inଫୁରସତ

ସିଲିଂ ଫ୍ୟାନ୍‌

ଦିନ ଥିଲା ଲୋକେ ଗରମରୁ ରକ୍ଷା ପାଇବା ପାଇଁ ହାତପଙ୍ଖାର ବ୍ୟବହାର କରୁଥିଲେ। ପ୍ରାଚୀନ ମିଶର, ଜାପାନ ଓ ଚାଇନାରେ ହସ୍ତ ଚାଳିତ ପଙ୍ଖା ବ୍ୟବହାର କରାଯାଇଥିବାର ପ୍ରମାଣ ବି ମିଳିଛି। ତେବେ ଆଜିକାର ସିଲିଂ ଫ୍ୟାନ୍‌ ଯାହା ଲୋକଙ୍କୁ ପ୍ରବଳ ଗରମରୁ ରକ୍ଷା କରୁଛି ତାକୁ କିଏ ଓ କେବେ ତିଆରି କରିଥିଲେ ଜାଣନ୍ତିକି?

ଖ୍ରୀଷ୍ଟପୂର୍ବ ୫୦୦ ବେଳକୁ ଭାରତରେ ହାତପଙ୍ଖା ବ୍ୟବହାର କରାଯାଉଥିବା ପ୍ରମାଣ ରହିଛି। ଆଉ ବ୍ରିଟିଶ ଶାସନ ସମୟରେ ଛାତରେ ଝୁଲି ରହୁଥିବା ବଡ଼ ବଡ଼ ପତଳା ପଙ୍ଖା ବ୍ୟବହାର ହେବା ଆରମ୍ଭ ହୋଇଥିଲା, ଯାହାକୁ କିଛି ଲୋକ ହାତରେ ଟାଣି ପବନ ପ୍ରଦାନ କରୁଥିଲେ। ୧୮୪୯ରେ ଓ୍ବିଲିୟମ୍‌ ବ୍ରୁନଟୋନ ନାମକ ବୈଜ୍ଞାନିକ ୬ ମିଟର ବ୍ୟାସାର୍ଦ୍ଧବିଶିଷ୍ଟ ଏକ ବାଷ୍ପଚାଳିତ ଫ୍ୟାନ୍‌ ଡିଜାଇନ୍‌ କରିଥିଲେ। ଆଉ ୧୮୮୨ରୁ ୧୮୮୬ ମଧ୍ୟରେ ଶୁଲର୍‌ ଏସ୍‌ ହ୍ବିଲର୍‌ ସର୍ବପ୍ରଥମେ ବିଦ୍ୟୁତ୍‌ ଚାଳିତ ପଙ୍ଖାର ଆବିଷ୍କାର କରିଥିଲେ। ସେ ଜଣେ ଆମେରିକୀୟ ବୈଜ୍ଞାନିକ ଓ ଇଞ୍ଜିନିୟର ଥିଲେ। ସେ ଥମାସ୍‌ ଆଲ୍‌ଭା ଏଡିସନ୍‌ଙ୍କ ଓ୍ବାର୍କଶପ୍‌ରେ ସହାୟକ ଇଞ୍ଜିନିୟରଭାବେ କାମ କରିଥିଲେ। ସେ ଯେଉଁ ପଙ୍ଖା ତିଆରି କରିଥିଲେ ସେଥିରେ କେବଳ ଦୁଇଟି ବ୍ଲେଡ୍‌ ଥିଲା। ଦୁଇଟି ଯାକ ବ୍ଲେଡ୍‌ ଏକ ପ୍ରପେଲର୍‌ ସାଫ୍ଟ ସହ ଲାଗିରହିଥିଲା। ଆଉ ସାଫ୍ଟଟି ଏକ ବୈଦ୍ୟୁତିକ ମୋଟର ସହିତ କନେକ୍ଟେଡ ଥିଲା। ଶୁଲର୍‌ ବୈଦ୍ୟୁତିକ ପଙ୍ଖା ବ୍ୟତୀତ ଏକ ଏଲିଭେଟର୍‌ ବି ଆବିଷ୍କାର କରିଥିଲେ। ଶୁଲର୍‌ଙ୍କ ଆବିଷ୍କାରର କିଛିବର୍ଷ ପରେ ଫିଲିପ ହୈଡେଲ ପୃଥିବୀର ପ୍ରଥମ ସିଲିଂ ଫ୍ୟାନ ଆବିଷ୍କାର କରିଥିଲେ। ସେ ବ୍ଲେଡଗୁଡିକୁ ମୋଟରରେ ହିଁ ଲଗାଇ ଦେଇଥିଲେ। ଫିଲିପ ମଧ୍ୟ ଥମାସ ଆଲ୍‌ଭା ଏଡିସନ୍‌ଙ୍କ ଓ୍ବାର୍କଶପ୍‌ରେ କାମ କରୁଥିଲେ। ୧୯୦୯ରେ ଜାପାନର କେଡିକେ କମ୍ପାନୀ ଘରୋଇ ବ୍ୟବହାର ପାଇଁ ଏହି ବୈଦ୍ୟୁତିକ ଫ୍ୟାନ୍‌ର ମାସ୍‌ ପ୍ରଡକ୍ସନ ଆରମ୍ଭ କରିଥିଲା। ୧୯୨୦ ମସିହା ବେଳକୁ ଶିଳ୍ପର ବିକାଶ ଯୋଗୁ ବିଭିନ୍ନ ଡିଜାଇନ୍‌ର ଷ୍ଟିଲ୍‌ ଫ୍ୟାନ୍‌ର ମାସ୍‌ ପ୍ରଡକ୍ସନ ହେଲା। ଫଳରେ ବୈଦ୍ୟୁତିକ ପଙ୍ଖାର ମୂଲ୍ୟ କମିଲା। ଆଉ ଅଧିକରୁ ଅଧିକ ଲୋକ ଏହାକୁ ନିଜ ଘରେ ବ୍ୟବହାର କରିପାରିଲେ। ୧୯୪୦ ବେଳକୁ ଭାରତୀୟ କ୍ରମ୍ପଟନ୍‌ ଗ୍ରିଭ୍‌ କମ୍ପାନୀ ପୃଥିବୀର ସବୁଠାରୁ ବଡ଼ ବୈଦ୍ୟୁତିକ ସିଲିଂ ଫ୍ୟାନ୍‌ ନିର୍ମାତା ପାଲଟିଯାଇଥିଲା। ୧୯୫୦ବେଳକୁ ଟେବୁଲ୍‌ ଫ୍ୟାନ୍‌, ଷ୍ଟାଣ୍ଡ ଫ୍ୟାନ୍‌ ବିଭିନ୍ନ ଡିଜାଇନ୍‌ ଓ ରଙ୍ଗରେ ବହୁଳ ମାତ୍ରାରେ ନିର୍ମାଣ ହେଲା। ୧୯୯୮ରେ ଓ୍ବିଲିୟମ ଫେୟାରବ୍ୟାଙ୍କ ଓ ଓ୍ବାଲ୍ଟର କେ ବୟଡ ହାଇ ଭଲ୍ୟୁମ ଲୋ ସ୍ପିଡ ସିଲିଂ ଫ୍ୟାନ୍‌ ଉଦ୍ଭାବନ କଲେ। ଯାହା କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ଚାଲିବା ସହ ଅଧିକ ପବନ ଦେବାରେ ସକ୍ଷମ ଥିଲା। ଏବେ ତ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ବିଭିନ୍ନ ପ୍ରକାର ଡିଜାଇନ୍‌ର ସିଲିଂ ଫ୍ୟାନ୍‌ ମିଳୁଛି। ଯାହା ଜୀବନକୁ ସହଜ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri