ବାଲି ଚୋରିକୁ ଜଗିବ ସିସିଟିଭି

ଯାଜପୁର ଅଫିସ,୨୭ା୮: ବାଲି ଚୋରିକୁ ଜଗିବା ପାଇଁ ବାଲିଘାଟଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା। ଏହାସହ ବାଲି ପରିବହନ ହେଉଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍‌) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହେଲେ ତହସିଲଦାର ଦାୟୀ ରହିବେ। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ଉତ୍ତରପ୍ରତାପ ବାଲିଘାଟ-୨ରେ ବେଆଇନ ଉତ୍ତୋଳନକୁ ନେଇ ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ରୁଜୁ ହୋଇଥିବା ମାମଲା(୬୭/୨୦୨୧/ଇଜେଡ)ର ଶୁଣାଣି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ରାୟରେ ବାଲିଖାଦାନଗୁଡିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ ସିସିଟିଭି କ୍ୟାମେରା ବ୍ୟବହାର କରିବା ପାଇଁ ଯାଜପୁର ଜିଲାପାଳଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବାର୍ଷିକ ପରିବେଶ ଅଡିଟ୍‌ ପାଇଁ କ୍ଷେତ୍ର ବିଶେଷଜ୍ଞଙ୍କ ଦ୍ୱାରା ଇଫେକ୍ଟିଭ ମେକାନିଜମ୍‌ ନିଶ୍ଚିତ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ରାଜ୍ୟର ବାଲିଘାଟଗୁଡ଼ିକରେ ବେଆଇନ ଉତ୍ତୋଳନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଛି। ଏହାଦ୍ୱାରା କେବଳ ରାଜସ୍ବ ହାନି କରୁନାହିଁ, ବରଂ ନଦୀର ପ୍ରାକୃତିକ ସନ୍ତୁଳନ ପ୍ରକ୍ରିୟାକୁ ବ୍ୟାହତ କରୁଛି। ଯାଜପୁର ଉତ୍ତରପ୍ରତାପ ବାଲିଘାଟ-୨ରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ୪ଜଣ ଗ୍ରାମବାସୀ ଆଇନଜୀବୀ ଶଙ୍କର ପ୍ରସାଦ ପାଣିଙ୍କ ଜରିଆରେ ୧୧ା୬ା୨୦୨୧ରେ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ମଣିଷ ବଦଳରେ ମେଶିନରେ ବାଲି ଉତ୍ତୋଳନ, ଖାଦାନର ସୀମା ନିର୍ଦ୍ଧାରଣ ନିମନ୍ତେ ପିଲର ପୋତା ନ ଯିବା, ନିର୍ଦ୍ଧାରିତ ଦୈନିକ ୬୮ କ୍ୟୁବିକ ମିଟର ପରିବର୍ତ୍ତେ ପ୍ରାୟ ୧୦୦୦ କ୍ୟୁବିକ ମିଟର ବାଲି ଉତ୍ତୋଳନ, ଲିଜ୍‌ ସମୟସୀମା ୫ ବର୍ଷରେ ୧୪,୩୯୦ କ୍ୟୁବିକ ମିଟର ପରିବର୍ତ୍ତେ ପ୍ରାୟ ୭୧,୯୫୦ କ୍ୟୁବିକ ମିଟର ବାଲି ଚୋରି, ମାର୍ଚ୍ଚ ୩୧ ସୁଦ୍ଧା ବାଲି ଉତ୍ତୋଳନ ମାପ ନିୟମ ରହିଥିବାବେଳେ ତାକୁ ଉଲ୍ଲଂଘନ, ଓଭରଲୋଡିଂ ବାଲି ପରିବହନ ଆଦି ବିଷୟ ଅଭିଯୋଗରେ ଦର୍ଶାଯାଇଥିଲା। ତଦନୁଯାୟୀ ପରିବେଶ ଆଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଯାଜପୁର ଜିଲାର ସମସ୍ତ ବାଲିଘାଟକୁ ବନ୍ଦ କରିବାକୁ ଏନ୍‌ଜିଟି ୨୦୨୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ କରିବାକୁ ପରିବେଶ ଓ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମନ୍ବିତ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ବୈଜ୍ଞାନିକ, ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଏସ୍‌ଇଇଏଏ)ଙ୍କ ବୈଜ୍ଞାନିକ ଏବଂ ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଗଠିତ ତଦନ୍ତ କମିଟି ୨୬ା୧୦ା୨୦୨୧ରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଉକ୍ତ ରିପୋର୍ଟରେ କୌଣସି ବାଲି ଖାଦାନ ଚାଲି ନାହିଁ ବୋଲି ଦର୍ଶାଯାଇଥିଲା। ଏହାକୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ୧୯ା୧୨ା୨୦୨୧ରେ ଚ୍ୟାଲେଞ୍ଜ କରିଥିଲେ। ଜେସିବି ମେଶିନରେ ବାଲି ଉତ୍ତୋଳନ ହେଉଥିବା ଫଟୋ ସହ ସତ୍ୟପାଠ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କମିଟି ମିଛ ରିପୋର୍ଟ କିମ୍ବା ନଦୀରେ ପାଣି ପ୍ରବାହିତ ସମୟରେ ତଦନ୍ତ କରି ଯେନତେନ ପ୍ରକାରେ ରିପୋର୍ଟ ଦାଖଲ କରିଥିବା ଆଇନଜୀବୀ ପାଣି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri