ବାଲି ଚୋରିକୁ ଜଗିବ ସିସିଟିଭି

ଯାଜପୁର ଅଫିସ,୨୭ା୮: ବାଲି ଚୋରିକୁ ଜଗିବା ପାଇଁ ବାଲିଘାଟଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା। ଏହାସହ ବାଲି ପରିବହନ ହେଉଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍‌) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହେଲେ ତହସିଲଦାର ଦାୟୀ ରହିବେ। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ଉତ୍ତରପ୍ରତାପ ବାଲିଘାଟ-୨ରେ ବେଆଇନ ଉତ୍ତୋଳନକୁ ନେଇ ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ରୁଜୁ ହୋଇଥିବା ମାମଲା(୬୭/୨୦୨୧/ଇଜେଡ)ର ଶୁଣାଣି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି. ଅମିତ ସ୍ଥାଲେକର ଏବଂ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ରାୟରେ ବାଲିଖାଦାନଗୁଡିକର ପ୍ରସ୍ଥାନ ଓ ପ୍ରବେଶ ପଥ ତଥା ବାଲି ଶଯ୍ୟା ନିକଟରେ ସିସିଟିଭି କ୍ୟାମେରା ବ୍ୟବହାର କରିବା ପାଇଁ ଯାଜପୁର ଜିଲାପାଳଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବାର୍ଷିକ ପରିବେଶ ଅଡିଟ୍‌ ପାଇଁ କ୍ଷେତ୍ର ବିଶେଷଜ୍ଞଙ୍କ ଦ୍ୱାରା ଇଫେକ୍ଟିଭ ମେକାନିଜମ୍‌ ନିଶ୍ଚିତ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି।
ରାଜ୍ୟର ବାଲିଘାଟଗୁଡ଼ିକରେ ବେଆଇନ ଉତ୍ତୋଳନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଛି। ଏହାଦ୍ୱାରା କେବଳ ରାଜସ୍ବ ହାନି କରୁନାହିଁ, ବରଂ ନଦୀର ପ୍ରାକୃତିକ ସନ୍ତୁଳନ ପ୍ରକ୍ରିୟାକୁ ବ୍ୟାହତ କରୁଛି। ଯାଜପୁର ଉତ୍ତରପ୍ରତାପ ବାଲିଘାଟ-୨ରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ୪ଜଣ ଗ୍ରାମବାସୀ ଆଇନଜୀବୀ ଶଙ୍କର ପ୍ରସାଦ ପାଣିଙ୍କ ଜରିଆରେ ୧୧ା୬ା୨୦୨୧ରେ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ମଣିଷ ବଦଳରେ ମେଶିନରେ ବାଲି ଉତ୍ତୋଳନ, ଖାଦାନର ସୀମା ନିର୍ଦ୍ଧାରଣ ନିମନ୍ତେ ପିଲର ପୋତା ନ ଯିବା, ନିର୍ଦ୍ଧାରିତ ଦୈନିକ ୬୮ କ୍ୟୁବିକ ମିଟର ପରିବର୍ତ୍ତେ ପ୍ରାୟ ୧୦୦୦ କ୍ୟୁବିକ ମିଟର ବାଲି ଉତ୍ତୋଳନ, ଲିଜ୍‌ ସମୟସୀମା ୫ ବର୍ଷରେ ୧୪,୩୯୦ କ୍ୟୁବିକ ମିଟର ପରିବର୍ତ୍ତେ ପ୍ରାୟ ୭୧,୯୫୦ କ୍ୟୁବିକ ମିଟର ବାଲି ଚୋରି, ମାର୍ଚ୍ଚ ୩୧ ସୁଦ୍ଧା ବାଲି ଉତ୍ତୋଳନ ମାପ ନିୟମ ରହିଥିବାବେଳେ ତାକୁ ଉଲ୍ଲଂଘନ, ଓଭରଲୋଡିଂ ବାଲି ପରିବହନ ଆଦି ବିଷୟ ଅଭିଯୋଗରେ ଦର୍ଶାଯାଇଥିଲା। ତଦନୁଯାୟୀ ପରିବେଶ ଆଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଯାଜପୁର ଜିଲାର ସମସ୍ତ ବାଲିଘାଟକୁ ବନ୍ଦ କରିବାକୁ ଏନ୍‌ଜିଟି ୨୦୨୧ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅନୁପାଳନ କରିବାକୁ ପରିବେଶ ଓ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମନ୍ବିତ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ଯାଜପୁର ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ବୈଜ୍ଞାନିକ, ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଏସ୍‌ଇଇଏଏ)ଙ୍କ ବୈଜ୍ଞାନିକ ଏବଂ ଯାଜପୁର ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଗଠିତ ତଦନ୍ତ କମିଟି ୨୬ା୧୦ା୨୦୨୧ରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଉକ୍ତ ରିପୋର୍ଟରେ କୌଣସି ବାଲି ଖାଦାନ ଚାଲି ନାହିଁ ବୋଲି ଦର୍ଶାଯାଇଥିଲା। ଏହାକୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ୧୯ା୧୨ା୨୦୨୧ରେ ଚ୍ୟାଲେଞ୍ଜ କରିଥିଲେ। ଜେସିବି ମେଶିନରେ ବାଲି ଉତ୍ତୋଳନ ହେଉଥିବା ଫଟୋ ସହ ସତ୍ୟପାଠ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କମିଟି ମିଛ ରିପୋର୍ଟ କିମ୍ବା ନଦୀରେ ପାଣି ପ୍ରବାହିତ ସମୟରେ ତଦନ୍ତ କରି ଯେନତେନ ପ୍ରକାରେ ରିପୋର୍ଟ ଦାଖଲ କରିଥିବା ଆଇନଜୀବୀ ପାଣି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?