Categories: ଖେଳ

ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୭।୪: ଭାରତୀୟ କ୍ରିକେଟ ଦଳ ଏବଂ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି। ଯଦିଓ, ସୂର୍ଯ୍ୟକୁମାର ଯାଦବ ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ, କିନ୍ତୁ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଇତି ମଧ୍ୟରେ ଆଇସିସିର ଟି -୨୦ ର଼୍ୟାଙ୍କିଙ୍ଗ ଘୋଷଣା କରାଯାଇଛି। ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷରେ ଥିବାବେଳେ ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନିକଟରେ ମହମ୍ମଦ ରିଜୱାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୮ ରନର ଅପରାଜିତ ଇନିଂସ ଖେଳିଥିଲେ, ଯାହା ପରେ ଏହି ବ୍ୟାଟ୍ସମ୍ୟାନ ୧୩ ପଏଣ୍ଟ ହାସଲ କରିଛନ୍ତି।
ତେବେ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ୯୦୬ ରେଟିଂ ପଏଣ୍ଟ ମିଳିଥିବା ବେଳେ ମହମ୍ମଦ ରିଜୱାନଙ୍କ ୮୧୧ ରେଟିଂ ପଏଣ୍ଟ ରହିଛି। ଏହିପରି, ଦୁଇ ଖେଳାଳିଙ୍କ ମଧ୍ୟରେ ବ୍ୟବଧାନ ୧୦୦ ରେଟିଂ ପଏଣ୍ଟ ହ୍ରାସ ପାଇଛି। ତେବେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନରେ ଥିବାବେଳେ ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ପାକିସ୍ତାନର ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ବାବର ଆଜାମ ରେଟିଂ ପଏଣ୍ଟ ହରାଇଛନ୍ତି। ବର୍ତ୍ତମାନ, ବାବର ଆଜାମ ୭୬୫ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

Share