ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସୋମବାର ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ସ୍କୁଲରେ ଯେପରି ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି ସେଭଳି ଢଙ୍ଗରେ ମଧ୍ୟ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ପୂର୍ବରୁ ଏନେଇ ଅନେକଥର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଅର୍ଥ ଅଭାବ ଦର୍ଶାଇ କିଛି ସ୍କୁଲ କର୍ତ୍ତୃପକ୍ଷ ନିୟମକୁ ଅବମାନନା କରୁଥିବାବେଳେ ଅନେକ ସ୍କୁଲ ଭିତ୍ତିଭୂମି ନ ଥିବା ଦର୍ଶାଇ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି। ଏଣିକି ପିଲାଙ୍କୁ ଜଗିବା ଲାଗି ସବୁ ସ୍କୁଲରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯିବ। ଅନ୍ତତଃ ସବୁ ସ୍କୁଲର ମୁଖ୍ୟ ଫାଟକ ପାଖରେ ଗୋଟିଏ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ କେଉଁ ପିଲା ଅନୁପସ୍ଥିତ ରହୁଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ। ଏ ନେଇ ଯାହା ଖର୍ଚ୍ଚ ହେବ ତାହା ସମଗ୍ର ଶିକ୍ଷା ଯୋଜନାରୁ ବ୍ୟୟ କରାଯିବ। ତେବେ ରାଜ୍ୟର ସବୁ ସ୍କୁଲରେ ସିସି କ୍ୟାମେରା ଲଗାଇବା ନିଷ୍ପତ୍ତିକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। ଆସନ୍ତା ୨ମାସ ମଧ୍ୟରେ ଏହି ସୁବିଧା କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ରାଜ୍ୟରେ ୬୭,୮୭୨ଟି ସରକାରୀ ସ୍କୁଲ ରହିଛି। ଯେଉଁ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ କକ୍ଷ ରହିଛି ବା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭ଟି ଶ୍ରେଣୀ କକ୍ଷ ଥିବା ସ୍କୁଲରେ ଗୋଟିଏ ଲେଖାଏ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଥମରୁ ଅଷ୍ଟମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ଥିବା ସ୍କୁଲରେ ୨ଟି ଲେଖାଏ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଗତ ମାସର କ୍ୟାମେରାର ରେକର୍ଡିଂ ସ୍କୁଲ ପ୍ରଧାନ ଶିକ୍ଷକ ବ୍ଲକଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଫଳରେ ରାଜ୍ୟର ସବୁ ସ୍କୁଲର ଦୈନନ୍ଦିନର କ୍ୟାମେରା ରେକର୍ଡିଂ ବିଭାଗ ପାଖରେ ରହିବ। ଆବଶ୍ୟକ ସମୟରେ ସେସବୁ ଯାଞ୍ଚ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୮ହଜାର ୮୯ଟି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲରେ ସିସି କ୍ୟାମେରା ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ସିସି କ୍ୟାମେରା ବାବଦରେ ୮କୋଟି ୭୧ଲକ୍ଷ ୩୩ହଜାର ୫ଶହ ଟଙ୍କା ଖର୍ଚ୍ଚ ହେବ। ଯେଉଁ ସ୍କୁଲରେ ଏହି ବ୍ୟବସ୍ଥା ନ ଥିବା ଜଣାପଡ଼ିବ ସେହି ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri