Categories: ଜାତୀୟ

୩୦% କମିଲା ସିବିଏସ୍‌ଇ ସିଲାବସ୍‌

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଏହାର ସିଲାବସ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସିଲାବସ୍‌(ପାଠ୍ୟକ୍ରମ) ହ୍ରାସ ହେବ। ତେବେ ୩୦% ସିଲାବସ୍‌ କମ୍‌ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେତେ ପାଠ୍ୟକ୍ରମ ରହିବ ତାହା କୋର୍ସ କମିଟି ସ୍ଥିର କରିବେ। ହ୍ରାସ ହେବାକୁ ଥିବା ବିଷୟବସ୍ତୁ ପଢ଼ାଯିବ, ହେଲେ ତାହା ପରୀକ୍ଷାରେ ଆସିବ ନାହିଁ। ଏନେଇ ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି।

Share