ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)-ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ରୀ ପ୍ରୀତି ମଞ୍ଜରୀ ମେହେର (ବିଜ୍ଞାନ) ୯୫.୬୦% ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେହିପରି କଳାରେ
ପାୱନୀ ପଟେଲ ୯୪.୨୦% ନମ୍ବର ରଖି ସେ ମଧ୍ୟ ଜିଲା ଟପ୍ପର ହୋଇଛନ୍ତି। ଏହାସହ ବିଜ୍ଞାନରେ ପି .ରୋହିତ ୯୪.୪୦%,ପଲ୍ଲଭୀ ୯୪.୪୦%,ୟୁଗ ୯୪%,ଶୁଶ୍ରୀ ୯୩.୪୦%,ଜାଗୃତି ୯୨.୮୦%,ମାନସ ୯୨%,ପୂଜା ୯୧.୬୯%, ତପସେନ୍ଦ୍ର ୯୧%, ମୁକ୍ତେଶ୍ଵରୀ ୯୧% ସ୍ୱାଭି ୯୦%, ସ୍ବାସ୍ଥିକ ୯୦%, ରଖି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି କଳାରେ ସୃତି ୯୨.୮୦%,ଜାଗୃତି ୯୦.୮୦%, ସୁଶ୍ରୀ ୯୦%, ସୃତି ୯୦%ପାଇଥିବାବେଳେ ବାଣିଜ୍ୟରେ ଆଶମା ୯୩.୨୦%, ଆଞ୍ଚଳ ୯୨.୬୦% ନମ୍ବର ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଏ ନେଇ ସ୍କୁଲ ସମ୍ପାଦକ ଇଂ. ଅଜୟ କୁମାର ପଣ୍ଡା, ଚେୟାର ପର୍ସନ ସୁଶ୍ରୀ ସଙ୍ଗୀତା ପଣ୍ଡା, ଅଧ୍ୟକ୍ଷ ଚିନ୍ମୟ ଗୁରୁ ପ୍ରମୁଖ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।