ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଶତ ପ୍ରତିଶତ ଛାତ୍ରୀଛାତ୍ର ପାସ୍ ହୋଇଛନ୍ତି। ଏଥିସହ ଅଧିକାଂଶ ଛାତ୍ରୀ ଛାତ୍ର ବହୁତ୍ ଭଲ ମାର୍କ ରଖିଛନ୍ତି। ଅଧ୍ୟକ୍ଷ ପ୍ରଦୀପ କୁମାର କମାନୁ ଏବଂ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ଏବଂ ଅଭିଭାବକ ମାନଙ୍କ ସହଯୋଗ ପାଇଁ ଆଜି ଏହି ସଫଳତା ମିଳିଛି। ମୋଟ ୪୧ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ସୁନାମ ବଢ଼ାଇଛନ୍ତି।
ବ୍ୟୋମକେଶ ପ୍ରଧାନ ୯୭ ପ୍ରତିଶତ ମାର୍କ ରଖିବା ସହିତ ବିଦ୍ୟାଳୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୁପ୍ରିୟା ମଲ୍ଲିକ ଓ ଏସ.ଏନ. ବାଙ୍କେ ବିହାରୀ ସ୍ୱାଇଁ ୯୬:୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ସ୍ତରରେ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସୁମିତ ପ୍ରଧାନ ୯୫.୮ ପ୍ରତିଶତ ନମ୍ବର ରଖିଛନ୍ତି। ଏଥିସହ ପ୍ରତୀକ ପଟ୍ଟନାୟକ ୯୪:୮ ପ୍ରତିଶତ , ସମିକ୍ଷା ସତପଥୀ ୯୪ ପ୍ରତିଶତ, ସାର୍ଥକ ସତପଥୀ ୯୩:୬ ପ୍ରତିଶତ , ବିଦ୍ୟାଶ୍ରୀ ବିଭୁନନ୍ଦିନୀ ଗୌଡ଼ ୯୨:୮ ପ୍ରତିଶତ ଓ ମୟୁରୀ ଚନ୍ଦ୍ରିକା ସାହୁ ୯୨:୬ ପ୍ରତିଶତ ନମ୍ବର ରଖିଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଆନନ୍ଦ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଆହୁରି ଭଲ ଫଳାଫଳ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ଅଧକ୍ଷ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ଚଳିତ ବର୍ଷଠାରୁ ସିବିଏସଇରେ ଦୁଇଥର ଦଶମ ଶ୍ରେଣୀ ପରୀକ୍ଷା ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ପ୍ରଥମ ପ୍ରଚେଷ୍ଟାରେ ଛାତ୍ରୀ ଛାତ୍ର ମାନେ ଏତିକି ମାର୍କ ରଖିଛନ୍ତି। ଯେଉଁମାନେ ଅଧିକ ମାର୍କ ରଖିବା ଆଶା କରୁଛନ୍ତି ସେମାନେ ଦ୍ୱିତୀୟ ପରୀକ୍ଷା ମେ ମାସରେ ଦେଇପାରିବେ।
ସୂଚନାଯୋଗ୍ୟ, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ ଚଳିତ ବର୍ଷ ଯୁକ୍ତ ଖୋଲିବାକୁ ଯାଉଛି। ଯାହା ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ସେହିଭଳି ଭଞ୍ଜନଗର ସେଣ୍ଟ ଆନ୍ସ ଉଚ୍ଚ ବିଦ୍ୟାଳୟର ମଧ୍ୟ ପରୀକ୍ଷା ଫଳ ଭଲ ହୋଇଛି। ବିଦ୍ୟାଳୟର “ଟପ୍ ୧୦” ତାଲିକାରେ ଶ୍ରେୟା ସ୍ମୃତି ପ୍ରଧାନ ୯୫ ପ୍ରତିଶତ ମାର୍କ ସହିତ ବିଦ୍ୟାଳୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରତୀକ କୁମାର ଗୌଡ ୯୩.୬ ଓ ତୃତୀୟ ସ୍ଥାନରେ ରଞ୍ଜିତା ମହାପାତ୍ର ୯୩.୪ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ସାଇ ଶ୍ରିୟା ୮୯ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ଅରବିନ୍ଦ ୮୮.୪ ପ୍ରତିଶତ ନମ୍ବର ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଗୀତାଞ୍ଜଳି ୮୭.୪, ମନିଷା (୮୭.୨), କୃତିକା (୮୬.୮), ସିମ୍ରନ (୮୬.୮), ଆୟୁଷ ସେଠୀ (୮୬.୪) ଓ ଏଞ୍ଜେଲା (୮୫.୪) ପ୍ରତିଶତ ମାର୍କ ରଖିଛନ୍ତି।ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣା ଯାଇଥିବା ବେଳେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।