ସିବିଆଇର ରିମାଣ୍ଡ ଆବେଦନ ଖାରଜ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ପାରାଦୀପ ପୋର୍ଟ କନ୍‌ଭେୟର ବେଲ୍ଟ ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମିଶ୍ରଙ୍କ ସମେତ ୬ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନକୁ ଶନିବାର ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଛନ୍ତି। ଚର୍ଚ୍ଚିତ ଓ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଭଏସ୍‌ ଟେଷ୍ଟ କରିବା ଲାଗି ସିବିଆଇ ଚାହୁଁଥିବା ନେଇ କୋର୍ଟରେ ଶୁଣାଣି ସମୟରେ କହିଥିଲା। ହେଲେ ଚର୍ଚ୍ଚିତଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ଭଏସ୍‌ ଟେଷ୍ଟ ପାଇଁ ଯାହା ସବୁ ଆବଶ୍ୟକ ତାକୁ ସିବିଆଇ କୋର୍ଟରେ ଦାଖଲ କରି ନ ଥିବାରୁ ରିମାଣ୍ଡ ଆବେଦନକୁ ଖାରଜ କରିବାକୁ ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଏପରି କି ସିବିଆଇର ୨ ଦିନିଆ ରିମାଣ୍ଡ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ଫଳରେ ଦ୍ୱିତୀୟ ଥର ପାଇଁ ସିବିଆଇର ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ସୂଚନାଯୋଗ୍ୟ କଟକର ଏକ ଘରୋଇ ସଂସ୍ଥା ପୋର୍ଟରେ କାର୍ଗୋ ଅନ୍‌ଲୋଡ ସମୟରେ କନ୍‌ଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟର ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ଜାଣିବା ପରେ ଗତ ୪ତାରିଖ ରାତିରେ ୬ଟି ଟିମ୍‌ ପାରାଦୀପ ପୋର୍ଟ ସମେତ କଟକ, ଭୁବନେଶ୍ୱର ଆଦି ସ୍ଥାନରେ ଚଢାଉ କରି ୮୪ ଲକ୍ଷ ଟଙ୍କା ଜବତ କରିବା ସହ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌(ଓଏସ୍‌ଏଲ୍‌) ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଏହାର ଡିଜିଏମ୍‌(ଅପରେଶନ) ସୂର୍ଯ୍ୟନାରାୟଣ ସାହୁ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସ, ପାରାଦୀପ ପୋର୍ଟ ସିଏମ୍‌ଇ ସରୋଜ ଦାସ ଏବଂ ମଧ୍ୟସ୍ଥ ସୁମନ୍ତ ରାଉତ ରହିଛନ୍ତି। ଏହାପରେ ୫ ତାରିଖରେ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା ପରେ ଅଭିଯୁକ୍ତଙ୍କୁ ୧୦ ତାରିଖ ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟମାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ତେବେ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଏକ ଭଏସ୍‌ ରେକର୍ଡିଂ ସିବିଆଇ ହାତରେ ଲାଗିଥିବାରୁ ଏନେଇ ସ୍ପଷ୍ଟ ହେବା ଲାଗି ଫୋରେନ୍‌ସିକ ଯାଞ୍ଚ କରିବାକୁ ଅନୁମତି ଦେବାକୁ କୋର୍ଟରେ ଆବେଦନ ହୋଇଥିଲା। ହେଲେ ଆଇନତଃ ଯଦି କାହାର ଭଏସ୍‌ କଲ୍‌ ରେକର୍ଡ ଯାଞ୍ଚ କରିବାକୁ ସିବିଆଇ ଚାହିଁବ, ସେଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ। ଏଥିସହ ରିଭ୍ୟୁ କମିଟିର ଅନୁମତି ଆବଶ୍ୟକ। ଏପରି କି ଯେଉଁ ଭଏସ୍‌କୁ ଟ୍ୟାପିଂ କରିବ, ତା’ର ପ୍ରମାଣ ରହିବା ମଧ୍ୟ ଆବଶ୍ୟକ। ହେଲେ ସିବିଆଇ ଏନେଇ କୌଣସି ଦସ୍ତାବିଜ୍‌ ଦାଖଲ କରିପାରି ନାହିଁ। ତେଣୁ କୋର୍ଟ ସିବିଆଇର ଆବେଦନକୁ ଖାରଜ କରିଦେଇଛି। ପୂର୍ବରୁ ମଧ୍ୟ ସିବିଆଇର ଆବଦେନକୁ କୋର୍ଟ ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri