ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ।
ଏହା ସହ ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ଦଳ ଓ ସରକାର ପକ୍ଷରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହା ସହିତ ନିଗମ ଓ ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଚାଲୁ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି କହିଛନ୍ତି, ଏହି ସମସ୍ତ ପ୍ରକ୍ରିୟା ଖୁବ ଶୀଘ୍ର ଶେଷ ହେବ ଏବଂ ତାପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କିତ ଅନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି।
ଏହାକୁ ନେଇ ରାଜନୈତିକ ମହଲରେ ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ ଉତ୍ସୁକତା ବଢ଼ିଛି ଏବଂ କେଉଁମାନେ ନୂତନ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ସେନେଇ ଆଲୋଚନା ଜୋର ଧରିଛି।