Posted inଜାତୀୟ

ସତ୍ୟପାଲ ମଲିକଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୨୮।୪: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପହଞ୍ଚିଥିବା ସୂଚନା ମିଳିଛି।

ସିବିଆଇ ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ଏପ୍ରିଲ ୨୮ରେ ସାକ୍ଷୀ ଭାବେ ହାଜର ହେବାକୁ ସିବିଆଇ ନୋଟିସ ଜାରି କରିଥିଲା। ସୂଚନାଯୋଗ୍ୟ, ସିବିଆଇ ଏହି ମାମଲାରେ ୬ଟି ରାଜ୍ୟରେ ଚଢାଉ କରିସାରିଛି। ତେବେ ରିଲାଏନ୍ସ ଜେନେରାଲ ଇନସୁରାନ୍ସ ସ୍କାମ ମାମଲାରେ ସିବିଆଇ ଦ୍ୱାରା ସତ୍ୟପାଲ ମଲିକଙ୍କ ଏହା ହେଉଛି ଦ୍ୱିତୀୟ ପଚରାଉଚରା।

୨୦୧୮ ସେପ୍ଟେମ୍ବରରେ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବାବେଳେ ରାଜ୍ୟର ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଏକ ମେଡିକାଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଉକ୍ତ ସ୍କିମ୍‌ରେ ୩.୫ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ତେବେ ସତ୍ୟପାଲ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରିଲାଏନ୍ସ ଜେନେରାଲ ଇନ୍ସ୍ୟୁରାନ୍ସ ସହ ହୋଇଥିବା କଣ୍ଟ୍ରାକ୍ଟକୁ ମାସକ ଭିତରେ ରଦ୍ଦ କରିଦେଇଥିଲେ। ସେତେବେଳେ ସେ କହିଥିଲେ, ମେଡିକାଲ ବୀମା ଯୋଜନାରେ ଜାଲିଆତି ହୋଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀମାନେ ଏହି କଣ୍ଟ୍ରାକ୍ଟ ରଦ୍ଦ ହେଉ ବୋଲି ଚାହୁଁଛନ୍ତି। ଫାଇଲରେ ଥିବା ବିବରଣୀ ଅନୁଧ୍ୟାନ ପରେ ସେ ମଧ୍ୟ ସମାନ ନିଷ୍କର୍ଷରେ ପହଞ୍ଚିଛନ୍ତି। ଭୁଲ୍‌ରେ ଦିଆଯାଇଥିବା ଠିକାକୁ ରଦ୍ଦ କରିଦେଇଥିବା ସତ୍ୟପାଲ କହିଥିଲେ। ସତ୍ୟପାଲଙ୍କ ଅଭିଯୋଗକ୍ରମେ ସିବିଆଇ ଗତବର୍ଷ ଏପ୍ରିଲରେ ୨ଟି ଏଫଆଇଆର୍‌ ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri