ସିବିଆଇ ପଞ୍ଝାରେ ରେଲୱେ ଅଧିକାରୀ

ଭୁବନେଶ୍ୱର,୩।୨(ବ୍ୟୁରୋ): ପୂର୍ବତଟ ରେଲୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥଙ୍କ ଘରେ ବୁଧବାର ସିବିଆଇ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାଢ଼ାଉ ହୋଇଛି। ତାଙ୍କ ଭୁବନେଶ୍ୱରସ୍ଥିତ ଅଫିସ ସମେତ କୋଳଥିଆ ଘରେ ଏକକାଳୀନ ଚାଢ଼ାଉ ଚାଲିଥିବା ସୂଚନା ମିଳିଛି। ସିବିଆଇର ଏକ ଟିମ୍‌ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି।