Posted inଜାତୀୟ

ସିବିଆଇ ତଦନ୍ତ ସହାୟକ ହେବନି: ମମତା

ନୂଆଦିଲ୍ଲୀ/କୋଲକାତା, ୬ା୬: ଓଡ଼ିଶାରେ ୩ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ଦିଆଯାଇଛି। ତେବେ ଏହି ତଦନ୍ତରୁ କୌଣସି ଫଳ ମିଳିବ ନାହିଁ ବୋଲି ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ରେଳ ଦୁର୍ଘଟଣା ଆହତମାନଙ୍କୁ ଭେଟିବା ପରେ ଏହା କହିଛନ୍ତି। ୧୨ ବର୍ଷ ପୂର୍ବେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣାର ତଦନ୍ତ ସେ ସିବିଆଇକୁ ଦେଇଥିଲେ। ହେଲେ ସେଥିରୁ କୌଣସି ଫଳ ମିଳି ନ ଥିଲା। ସେହିପରି ସାଇନ୍ଥିଆ ମାମଲା ସିବିଆଇ ନେଇଥିଲେ ମଧ୍ୟ କିଛି ଫଳାଫଳ ମିଳି ନ ଥିଲା। ସିବିଆଇ ଆପରାଧିକ ମାମଲାର ତଦନ୍ତ କରିଥାଏ, ଦୁର୍ଘଟଣାର ନୁହେଁ। ଏଥିପାଇଁ ରେଲଓ୍ବେ ସେଫ୍‌ଟି କମିଶନ ରହିଛି। ସତ୍ୟ କ’ଣ ତାହା ଲୋକେ ଜାଣିବା ଆବଶ୍ୟକ। ସତକୁ ଚାପିଦେବାର ସମୟ ଇଏ ନୁହେଁ ବୋଲି ମମତା କହିଛନ୍ତି।
ରେଳଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ଦୃଷ୍ଟି ନ ଦେଇ ସେମାନଙ୍କ ଜୀବନ ସହ ଖେଳୁଥିବା କଂଗ୍ରେସ ଅଭିଯୋଗ କରିଛି। ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତକୁ ବିରୋଧୀ ଦଳ ସମାଲୋଚନା କରିଛି। ଅପରାଧର ତଦନ୍ତ ପାଇଁ ସିବିଆଇ ରହିଛି, ଟ୍ରେନ୍‌ ଦୁର୍ଘଟଣା ପାଇଁ ନୁହେଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ପ୍ରଯୁକ୍ତି, ଅନୁଷ୍ଠାନଗତ ଏବଂ ରାଜନୈତିକ ବିଫଳତାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମସ୍ତ ଫମ୍ପା ସୁରକ୍ଷା ପ୍ରତିଶ୍ରୁତି ଏବେ ପଦାରେ ପଡ଼ିଛି। ସରକାର ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାର ପ୍ରକୃତ କାରଣ ପଦାକୁ ଆଣନ୍ତୁ ବୋଲି ଖାର୍ଗେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri