Posted inଜାତୀୟ

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି ଆମର କୌଣସି ବିରୋଧ ନାହିଁ କି କେବେ ନଥିଲା ମଧ୍ୟ। ଆମେ ଜାଣୁ ଯେ ସେମାନେ କେବଳ ଆଦେଶ ପାଳନ କରୁଛନ୍ତି । କିନ୍ତୁ ଆମେ ରାଜନୈତିକ ଅସ୍ତ୍ର ଭାବରେ ସିବିଆଇର ବ୍ୟବହାରକୁ ବିରୋଧ କରିବୁ। ଆମର ଏକ ନ୍ୟାୟପ୍ରିୟ ସମାଜବାଦୀ ସରକାର ଅଛନ୍ତି। ସରକାର ସମ୍ବିଧାନକୁ ପାଳନ କରନ୍ତି। ଆମ ରାଜ୍ୟରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି ଯେ ଗତ ୮ବର୍ଷ ମଧ୍ୟରେ ଅନେକ ବିରୋଧୀଦଳ ନେତାଙ୍କ ବିରୋଧରେ ଏହି ଆଇଟି, ଇଡି ଏବଂ ସିବିଆଇ ମାଧ୍ୟମରେ ଚଢ଼ାଉ କରାଯାଇଛି। ଅନେକ ଅଭିଯୋଗ କରାଯାଇଥିଲା, ପରିଚିତ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରାଯାଇଥିଲା।

କିନ୍ତୁ ସେହି ଦୁର୍ନୀତିଗ୍ରସ୍ତ ବିରୋଧୀ ଦଳର ନେତାମାନେ ଭାଜପାରେ ଯୋଗଦେବା ମାତ୍ରେ ସେମାନଙ୍କୁ ଶୁଦ୍ଧତା ପ୍ରମାଣପତ୍ର ମିଳିଥିଲା। କେହି କେହି ମନ୍ତ୍ରୀ ହେଲେ ଆଉ କେହି ମୁଖ୍ୟମନ୍ତ୍ରୀ ବି ହେଲେ।

ସେ ଆଉ ଏକ ଟୁଇଟରେ ଲେଖିଛନ୍ତି ଯେ ଯାଞ୍ଚ୍‌କାରୀ ସଂସ୍ଥା ବିରୋଧୀ ଶାସିତ ରାଜ୍ୟ ତଥା ଏହାର ନେତାଙ୍କ ଉପରେଚଢ଼ାଉ କରି ସେମାନଙ୍କ ରାଜନୈତିକ ମାଲିକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

ଆଜି ପର୍ଯ୍ୟନ୍ତ ଏହି ଏଜେନ୍ସିଗୁଡିକ ଦ୍ୱାରା ଭାଜପାର ୩୦୦ରୁ ଅଧିକ ଏମ୍‌ପି ଏବଂ ୧୦୦୦ ରୁ ଅଧିକ ବିଧାୟକଙ୍କ ବିରୋଧରେ କୌଣସି ଚଢ଼ାଉ ହୋଇ ନାହିଁ। ସେଥିପାଇଁ ଆମେ ଏଜେନ୍ସିଙ୍କର ରାଜନୈତିକ ଚରିତ୍ରକୁ ବିରୋଧ କରୁଛୁ।

ଆଠ ବର୍ଷ ପୂର୍ବେ ଦେଶବାସୀ ଏଜେନ୍ସିଙ୍କ ଅଖଣ୍ଡତା ଏବଂ କାର୍ଯ୍ୟକଳାପ ଉପରେ ଏପରି ପ୍ରଶ୍ନ ଉଠାଇ ନଥିଲେ। ଏଭଳି ଏଜେନ୍ସିଙ୍କୁ ଆମେ ବିରୋଧ କରୁନାହୁଁ। କିନ୍ତୁ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପକୁ ଆମେ ବିରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri