ବିବନଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍‌

ଭୁବନେଶ୍ୱର,୧୩।୫(ବ୍ୟୁରୋ):ଦୀର୍ଘ ୨୨ବର୍ଷ ତଳର ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ବୁଧବାର ଚାର୍ଜଶିଟ ଦାଖଲ କରିଛି। ସ୍ବତନ୍ତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ୍‌) କୋର୍ଟରେ ତଦନ୍ତକାରୀ ଟିମ୍‌ ୨୬ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜଶିଟ୍‌ ଦାଖଲ କରିଛି। ଏଥିସହିତ ସିବିଆଇ ଗଣବଳାତ୍କାର ମାମଲାର ତଦନ୍ତ ଶେଷ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କ ବିରୋଧରେ କୋର୍ଟରେ ପୂର୍ବରୁ ଚାର୍ଜଶିଟ ଦାଖଲ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିବାରୁ ତାଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଯେଉଁ ଷଡ଼ଯନ୍ତ୍ରକାରୀଙ୍କ ପ୍ରରୋଚନାରେ ଅଭିଯୁକ୍ତମାନେ ତାଙ୍କୁ ବଳାତ୍କାର କରିଥିଲେ ସେମାନଙ୍କ ନାମ ସିବିଆଇ ଚାର୍ଜଶିଟରେ ଉଲ୍ଲେଖ କରିଥିବା ଆବଶ୍ୟକ ବୋଲି ଅଞ୍ଜନା କହିଛନ୍ତି। ଯଦି ଷଡ଼ଯନ୍ତ୍ରକାରୀଙ୍କ ନାମ ଚାର୍ଜଶିଟ୍‌ରେ ଉଲ୍ଲେଖ ନ ଥିବ ତେବେ ତାଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ନାହିଁ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ବିବନଙ୍କୁ ଗତ ଫେବୃୟାରୀ ୨୨ରେ କମିଶନରେଟ ପୋଲିସ ଅପରେଶନ୍‌ ‘ସାଇଲେଣ୍ଟ-ଭାଇପର’ ମାଧ୍ୟମରେ ପୁଣେର ଆମ୍ବିଭ୍ୟାଲିରୁ ଗିରଫ କରି ସିବିଆଇକୁ ହସ୍ତାନ୍ତର କରିଥିଲା। ବିବନଙ୍କୁ ନିଜ ହେପାଜତକୁ ନେବା ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ଏପରି କି ବିବନଙ୍କୁ ଗିରଫ କରାଯାଇଥିବା ଆମ୍ବିଭ୍ୟାଲି ଯାଇ ସେଠାରେ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିଥିଲା। ମାର୍ଚ୍ଚ ୩ରେ ଝାରପଡ଼ା ଜେଲରେ ବିବନଙ୍କ ଟିଆଇ ପରେଡ୍‌ କରାଯାଇଥିଲା। ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ଅଞ୍ଜନା ଓ ଘଟଣା ଦିନ ତାଙ୍କ ସହ ଯାଉଥିବା ଡ୍ରାଇଭର ବିବନଙ୍କୁ ଚିହ୍ନଟ କରିଥିଲେ। ପରେ ବିବନଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ନେଇ ୨୨ବର୍ଷ ତଳର ଘଟଣାର ଟିକ୍‌ନିଖ୍‌ ଖୋଳତାଡ଼ କରିବା ସହ କ୍ରାଇମ୍‌ସିନ ରିକ୍ରିଏଟ୍‌ କରିବା ପାଇଁ ଅଞ୍ଜନାଙ୍କୁ ଯେଉଁସ୍ଥାନରେ ବଳାତ୍କାର କରାଯାଇଥିଲା ସେଠାକୁ ବିବନଙ୍କୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ସିବିଆଇ ଅଞ୍ଜନାଙ୍କ ପାଖରେ ଥିବା ତଥ୍ୟ ନେବା ସହ ବିବନଙ୍କ ଘର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ସରିବା ପରେ ବୁଧବାର ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ୧୯୯୯ ଜାନୁୟାରୀ ୯ରେ ଅଞ୍ଜନାଙ୍କୁ ଗଣ ବଳାତ୍କାର କରାଯିବା ଘଟଣାରେ ସିବିଆଇ ତଦନ୍ତ ଭାର ନେଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଦୀପ ଏବଂ ଧୀରେନ୍ଦ୍ରଙ୍କୁ ଗିରଫ କରି ୧୯୯୯ ମେ ୫ରେ ଉଭୟଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ପରେ ୨୦୦୨ରେ ଖୋର୍ଦ୍ଧା ଜିଲା ଜଜ୍‌ ପ୍ରଦୀପ ଏବଂ ଧୀରେନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri