ସମୁଦ୍ର ଚଟାଣରେ ‘ମୃତ୍ୟୁ ଗହ୍ବର’

ପ୍ରକୃତି ରହସ୍ୟମୟୀ-କେତେବେଳେ କାନ୍ତ ତ କେତେବେଳେ ଭୀମ। ତା’ର ଶାନ୍ତ କାନ୍ତ ରୂପ ଆମେ ଉପଲବ୍ଧି କରୁ ପ୍ରତି ମୁହୂର୍ତ୍ତରେ ଏବଂ ତାହା ଧାରଣ କରି ସେ ଆମକୁ ଲାଳନପାଳନ କରିଥାଏ ସନ୍ତାନସନ୍ତତି ରୂପେ। ତେବେ ତା’ର ଭୀମ ରୂପ ପ୍ରକଟିତ ହୁଏ କେବେ କେବେ ମହାମାରୀ, ବନ୍ୟା, ବାତ୍ୟା, ଭୂକମ୍ପ, ସୁନାମି ଆଦି ମାଧ୍ୟମରେ। ଯୁକ୍ତରାଷ୍ଟ୍ର ଆମେରିକାର ଓରେଗନ୍‌ ପ୍ରବେଶ ନିକଟବର୍ତ୍ତୀ ସମୁଦ୍ର ଉପକୂଳରେ, ସ୍ଥଳଭାଗଠାରୁ ପ୍ରାୟ ୯୦ କି.ମି. ଦୂରରେ ସମୁଦ୍ର ତରଳ ଚଟାଣରେ ଥିବା ‘କାମ୍ଳାଡିଆ ଅବନମିତ ମଣ୍ଡଳ’ର ତ୍ରୁଟିରେଖା ଉପରେ ସୃଷ୍ଟି ହୋଇଥିବା ଏକ ଗହ୍ବର ଏହାର ଅନ୍ୟ ଏକ ପରିପ୍ରକାଶ। ସେ ଅଞ୍ଚଳରେ ଭୂଭାଗକୁ ଧାରଣ କରୁଥିବା ‘ଟେକ୍ଟୋନିକ୍‌ ପ୍ଲେଟ’ର ଚଳନ ଯୋଗୁ ଏହା ଘଟିଛି ବୋଲି କୁହାଯାଉଥିଲେ ହେଁ ଏହାର କାରଣ ନିର୍ଦ୍ଦିଷ୍ଟ ରୂପେ ଜଣାପଡିନାହିଁ। ତେବେ ଏଥିଯୋଗୁ ଭୂମଧ୍ୟସାଗର ଉତ୍ତର ପଶ୍ଚିମସ୍ଥ ଏକ ବ୍ୟାପକ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହେବାର ଆଶଙ୍କା ରହିଛି ବୋଲି ଚଳିତ ବର୍ଷ ଏପ୍ରିଲ ଶେଷ ସପ୍ତାହରେ ସୂଚନା ଦେଇଛନ୍ତି ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀମାନେ। ଏଥି ଅନୁଯାୟୀ ଉପରୋକ୍ତ ତ୍ରୁଟିରେଖାଟି ଦକ୍ଷିଣ କାଲିଫର୍ନିଆଠାରୁ କାନାଡ଼ା ପର୍ଯ୍ୟନ୍ତ ପ୍ରାୟ ୬୦୦ ମାଇଲ ପରିବ୍ୟାପ୍ତ। ଏଣୁ ଏହାର ସ୍ଥାନେ ସ୍ଥାନେ ଏପ୍ରକାର ଆଉ କିଛି ଗହ୍ବର ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଅତଏବ ଏ ସମଗ୍ର ଅଞ୍ଚଳ ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ସେମାନେ ମତ ଦେଲେଣି।
ସମୁଦ୍ର ବା ମହାସମୁଦ୍ର ଚଟାଣରେ ଏ ପ୍ରକାର ଗହ୍ବରକୁ ‘ପାଇଥିଆସ ଓଏସିସ୍‌’ ବୋଲି କୁହାଯାଏ। ପ୍ରଥମଥର ପାଇଁ ୨୦୧୫ ମସିହାରେ ଏହା ଆବିଷ୍କୃତ ହୋଇଥିବାର ସୂଚନାଟିଏ ନିକଟରେ ପ୍ରକାଶିତ ହୋଇଛି ଗବେଷଣା ପତ୍ରିକା ‘ସାଇନ୍‌ସ ଆଡ୍‌ଭାନ୍‌ସ’ରେ। ଏଥି ଅନୁଯାୟୀ ସାଧାରଣ ଜଳ ଭଳି ପ୍ରତୀୟମାନ ହେଉଥିବା ଏକ ତରଳ ପଦାର୍ଥ ‘ଟେକ୍ଟୋନିକ ପ୍ଲେଟ’କୁ ତୈଳାକ୍ତ କରି ରଖିଥାଏ। ଏହି ଗହ୍ବର ଦେଇ ତାହା ନିଷ୍କାସିତ ହୋଇଗଲେ ସେଗୁଡ଼ିକର ବଡ଼ ଧରଣର ଚଳନ ଏବଂ ଘର୍ଷଣ ଘଟିଥାଏ, ଯାହା ଭୂକମ୍ପର କାରଣ ହୁଏ।
ଏହି ଅପ୍ରତ୍ୟାଶିତ ଆବିଷ୍କାର ହୋଇଥିଲା ଯେତେବେଳେ ମହାସମୁଦ୍ର ଚଟାଣର ପ୍ରାୟ ଚାରି ଭାଗରୁ ତିନି ଭାଗ ମାଇଲ ତଳୁ ଉକ୍ତ ତୈଳାକ୍ତକାରୀ ପଦାର୍ଥର ଫୋଟକାମାନ ବୈଜ୍ଞାନିକମାନଙ୍କର ଦୃଷ୍ଟିଗୋଚର ହେଲା। ଏଣୁ ସେମାନେ ସମୁଦ୍ର ଚଟାଣ ଅନୁଧ୍ୟାନକାରୀ ରୋବଟ୍‌ ବ୍ୟବହାର କରି ଏହାର ଅନୁସନ୍ଧାନ କଲେ। ଅତଏବ ଜଣାପଡିଲା ଯେ, ସେଗୁଡିକ ସମୁଦ୍ର ତଳେ ଜମା ହୋଇଥିବା ଖାଦରୁ ନିର୍ଗତ ଉଷ୍ମ ତଥା ସ୍ବତନ୍ତ୍ର ରାସାୟନିକ ଗୁଣଧାରୀ ତରଳ ପଦାର୍ଥର ଏହା ଏକ କ୍ଷୁଦ୍ରତର ଉପାଦାନ।
ତତ୍ପରେ ସେମାନେ ଏହି ଦିଗରେ ଅନୁସନ୍ଧାନ ଚଳାଇଲେ ଏବଂ ଦେଖିଲେ ଯେ ତାହା କେବଳ ମିଥେନ୍‌ ଫୋଟକା ନୁହେଁ। ବରଂ ସେଥିରେ ମିଶି ରହିଛି ଅନ୍ୟାନ୍ୟ ଉପାଦାନ।
ଗହ୍ବରରୁ ନିର୍ଗତ ଏହି ତରଳ ପଦାର୍ଥ ଏହାର ଚତୁଃପାର୍ଶ୍ୱର ଜଳଠାରୁ ଅଧିକ ଉଷ୍ମ। ତାହା ପ୍ରାୟ ୧୨ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଅଧିକ। ଏହାର ଅର୍ଥ ହେଲା, ଏହା ୧୫୦ରୁ ୨୫୦ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥିବା ‘କାସ୍‌କାଡିଆ’ରୁ ପ୍ରଚଣ୍ଡ ଧକ୍କା ହେତୁ ନିର୍ଗତ ହୋଇ ଆସୁଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସମୁଦ୍ର ବିଜ୍ଞାନୀ ବିଶାରଦ ଇଭାନ୍‌ ସୋଲୋମନ୍‌ଙ୍କ ମତରେ ଏହା ଭୂମିକମ୍ପର ସମ୍ଭାବନା ସୃଷ୍ଟି କରିବାର କାରଣ ହେଲା ଯେ’ ତାହା ଫଳରେ ନିର୍ଗତ ହେଉଥିବା ସ୍ଥାନର ଶୂନ୍ୟସ୍ଥାନ ସୃଷ୍ଟି ହେବା ସଙ୍ଗେସଙ୍ଗେ ଟେକ୍ଟୋଟିକ୍‌ ପ୍ଲେଟ୍‌ମାନଙ୍କ ମଧ୍ୟରେ ଘର୍ଷଣ ବୃଦ୍ଧି ପାଉଛି। ଏ ପ୍ରକ୍ରିୟା ଏପରି ଚାଲିଲେ ଏବଂ ଅଧିକରୁ ଅଧିକ ସଂଖ୍ୟକ ଗହ୍ବର ସୃଷ୍ଟି ହେଲେ ଏହାର ସମ୍ଭାବନା ବଢ଼ି ବଢ଼ି ଚାଲିବ। ସେଥିପାଇଁ ସେ ଏ ଗହ୍ବରକୁ ‘ମୃତ୍ୟୁର ଗହ୍ବର’ ନାମରେ ନାମିତ କରିଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri