Posted inଫୁରସତ

ସତର୍କତାକୁ ପ୍ରାଥମିକତା

ଦୁଇଟି ହାଡ଼ କିମ୍ବା ଏକାଧିକ ହାଡ଼ର ମିଳନ ଯହିଁରେ, ସେହି ହାଡ଼ମାନେ ବିଭିନ୍ନ ଦିଗକୁ, ତଳୁ ଉପରକୁ, ପାର୍ଶ୍ୱରୁ ପାର୍ଶ୍ୱକୁ ବୁଲି ପାରନ୍ତି ଓ ସ୍ଥଳ ବିଶେଷରେ କେବଳ ପାଖକୁ ପାଖ ଲାଗି କରି ଥାଆନ୍ତି, ତାହାକୁ ଗଣ୍ଠି ବା ଖଞ୍ଜା କୁହାଯାଏ। ଆମ ଶରୀରରେ ଜନ୍ମ ସମୟରେ ପାଖାପାଖି ୨୭୦ଟି ହାଡ଼ ବା ଅସ୍ଥି ଥାଏ। ତାହା ସମୟକ୍ରମେ ୨୦୬କୁ ହ୍ରାସ ପାଇଥାଏ। ଏହାର ଅନେକ କାରଣ ରହିଛି। ସେହିପରି ଆମ ଶରୀରରେ ପାଖାପାଖି ୩୬୦ ଖଞ୍ଜା ବା ଗଣ୍ଠି ଥାଆନ୍ତି। ମୁଣ୍ଡରେ ଗୋଟିଏ ହାଡ଼ ସହ ଆଉ ଗୋଟିଏ ହାଡ଼ ଲାଗିଥାଏ, ମାତ୍ର କୌଣସି ଚଳନ ନ ଥାଏ। ସେହିପରି ଛାତି ଓ ଅନ୍ୟ ସ୍ଥାନରେ ଥିବା ଉପାସ୍ଥିମାନଙ୍କର ଗତିଶୀଳ ଖଞ୍ଜା ନ ଥାଏ। ମେରୁଦଣ୍ଡରେ ଥିବା ଖଞ୍ଜାର ଚଳନ ମଧ୍ୟ ଖୁବ୍‌ ସୀମିତ ଯଥା ସାମାନ୍ୟ ଓ ଆଗ ପଛକୁ ଥାଏ। ମାତ୍ର କାନ୍ଧ, ଆଣ୍ଠୁ ଇତ୍ୟାଦି ଅନେକ ଦିଗକୁ ବୁଲିପାରନ୍ତି। ଆଣ୍ଠୁ କେବଳ ପଛକୁ, କହୁଣି କେବଳ ପଛକୁ ଓ ଆଗକୁ ହୋଇଥାଏ। ହାଡ଼ର ଆଙ୍ଗୁଠି ଓ ପାଦର ଆଙ୍ଗୁଠି ମଧ୍ୟ ସୀମିତ ବୁଲିପାରନ୍ତି। ହିପ୍‌ ଜଏଣ୍ଟ ବା ନିତମ୍ବ ଖଞ୍ଜା ଓ କାନ୍ଧର ଖଞ୍ଜାରେ ଦୁଇଟି ହାଡ଼ ବଲ୍‌ ଓ ସକେଟ ପରି ଥାଆନ୍ତି।
ସାଧାରଣତଃ ଏଠାରେ ଅଧିକ ମାତ୍ରାରେ ଦେଖାଯାଉଥିବା ଗଣ୍ଠିବାତ ଯଥା ବଡ଼ ବଡ଼ ଖଞ୍ଜା- ଦୁଇଟି କାନ୍ଧ, ଦୁଇଟି କହୁଣି, ଦୁଇଟି ନିତମ୍ବ, ଦୁଇଟି ଆଣ୍ଠୁ, ବେକର ମେରୁଦଣ୍ଡ, ପାଦର ଓ ପାପୁଲି ଗଣ୍ଠିରେ ହେଉଥିବା କେତେକ ଗଣ୍ଠି ବା ଖଞ୍ଜା ବିଷୟରେ ଆମର କିଛି ଜ୍ଞାନ ରହିବା ନିହାତି ଦରକାର। ଆଣ୍ଠୁଗଣ୍ଠି ରୋଗ ପୁରୁଷମାନଙ୍କଠାରୁ ମହିଳାମାନଙ୍କୁ ଅଧିକ ମାତ୍ରାରେ ହୋଇଥାଏ। ପ୍ରାୟ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ୪୦% ଲୋକେ ଏଥିରେ ପୀଡ଼ିତ ହୋଇଥାଆନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡାକ୍ତରଙ୍କ ପରାମର୍ଶ ପାଇଁ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଚାରି ଜଣରୁ ଜଣଙ୍କର ଗଣ୍ଠିଜନିତ ରୋଗ ଥାଏ।
ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ କମିବା ଔଷଧ (ପେନ୍‌କିଲର) ଖାଇଲେ ତାହା କ୍ରମଶଃ କିଡ୍‌ନୀ ଖରାପ କରିଥାଏ ଏବଂ ସ୍ଥଳ ବିଶେଷରେ ପାକସ୍ଥଳୀ ଓ ଖାଦ୍ୟନଳୀରେ କ୍ଷତ ଓ ଘାଆ ସୃଷ୍ଟି କରିଥାଏ।
ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ରେ ଛୋଟ ଛୋଟ ଗଣ୍ଠି ଯଥା ଆଙ୍ଗୁଠି, ପାଦ ଇତ୍ୟାଦି ଫୁଲି ଦରଜ ହୋଇଥାଏ। ସାଧାରଣତଃ ଶରୀରର ଓଜନ ବହନ କରୁଥିବା ଆଣ୍ଠୁ, ହାତରେ ଉଠାଯାଉଥିବା ସମସ୍ତ ଜିନିଷର ଭାର କାନ୍ଧ, ଶରୀରର ଓଜନ ବହନ କରୁଥିବା, ଚାଲିବା, ଦୌଡ଼ିବା, କୁଦା ମାରିବାରେ ସାହାଯ୍ୟ କରୁଥିବା ନିତମ୍ବ ବା ହିପ୍‌ ଗଣ୍ଠିବାତ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଗଣ୍ଠି ମଧ୍ୟରେ ଥିବା ସାଇଜୋଭିଆଲ ତରଳ ରସରେ ହ୍ରାସ ହେଲେ, ବୟସାଧିକ କାରଣରୁ କ୍ୟାଲ୍‌ସିୟମର ଅଭାବ, ଭିଟାମିନ୍‌-ଡି’ର ଅଭାବ ପାଇଁ ଗଣ୍ଠି ରୋଗ ହୋଇଥାଏ। ଏହାବ୍ୟତୀତ ଦୁର୍ଘଟଣାରେ ଆଘାତ ଲାଗି ଯଦି ହାଡ଼ମାନଙ୍କୁ ପରସ୍ପର ସହିତ ଖଞ୍ଜାରେ ବାନ୍ଧି ରଖିଥିବା ତନ୍ତୁ ଛିଡ଼ିଯାଆନ୍ତି, ସଂକ୍ରମିତ ହୁଅନ୍ତି ଅବା ଫୁଲି ଯାଆନ୍ତି ତାହାହେଲେ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ। ଗାଉଟ୍‌ (gout)ରେ ଗଣ୍ଠିରେ ୟୁରିକ୍‌ ଏସିଡ୍‌ ଜମା ହୋଇ ଗଣ୍ଠିବାତ ସୃଷ୍ଟି କରିଥାଏ। କେତେକ କ୍ଷେତ୍ରରେ ଅଧିକ ମୌଳିକ କ୍ୟାଲ୍‌ସିୟମ ଫସ୍‌ଫେଟ୍‌ (BCP) ଜମା ହେବା ଦ୍ୱାରା ମଧ୍ୟ ଗଣ୍ଠି ପ୍ରଭାବିତ ହୋଇଥାଏ।
ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ ହେଉଛି- ‘ଏହା ଆମ ହାତରେ ଅଛି, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’ (It is in your hands, take action)। ଏକ ସର୍ଭେରୁ ଜଣାପଡିଛି ଯେ, ଆମ ଦେଶରେ ପ୍ରାୟ ୧୮ କୋଟି ଲୋକ ର୍ୟୁମାଟଏଡ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଏବଂ ପ୍ରତି ଚାରି ଜଣରେ ଜଣେ ଗଣ୍ଠି ରୋଗରେ ପୀଡ଼ିତ। ଏଥିପାଇଁ ଆମକୁ ବୟସ ବୃଦ୍ଧି ସହିତ ସତର୍କ ରହିବାକୁ ପଡ଼ିବ। ଶରୀରରେ ଯଦି କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌-ଡି’ର ଅଭାବ ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ। ଏହା ସହ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଗୋଟିଏ ପୋଜିସନ୍‌ରେ ଅଧିକ ସମୟ ବସିବା ଅନୁଚିତ। ଏଭଳି ସମସ୍ୟା ଥିଲେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।
– ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri