ବିବାଦରେ ଫସିଲେ

Dillip Cherian

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କ ମଧ୍ୟରେ କ୍ଷମତା ବିବାଦ ଲାଗି ରହିଛି। ନିଃସନ୍ଦେହ ଯେ, ଏହି ବିବାଦ ରାଜ୍ୟରେ ବାବୁମାନଙ୍କୁ ପ୍ରଭାବିତ କରୁଛି। ରାଜ୍ୟପାଳଙ୍କୁ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ଲାଗି ସରକାର ଏକ ଡ୍ରାଫ୍ଟ ବିଲ୍‌ ପ୍ରସ୍ତୁତ କରିଥିଲେ। ହେଲେ ନିକଟରେ ରାଜ୍ୟର ଜଣେ ବାବୁ ଯେଭଳି ଭାବେ ଏହି ଡ୍ରାଫ୍ଟ ବିଲ୍‌ର ତ୍ରୁଟିକୁ ଦର୍ଶାଇଲେ ସେଥିରେ ବିଜୟନଙ୍କ କ୍ୟାବିନେଟ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। କୃଷି ସଚିବ ବି. ଅଶୋକ ଏହି ତ୍ରୁଟି ଚିହ୍ନଟ କରି କହିଥିଲେ ଯେ, ଯେଉଁ ଫାଇଲରେ ଡ୍ରାଫ୍ଟ ବିଲ୍‌ ରହିଥିଲା ତାହାର ଆରମ୍ଭରୁ ରାଜ୍ୟପାଳଙ୍କଠାରୁ କୁଳାଧିପତି କ୍ଷମତା ପ୍ରତ୍ୟାହାର କରାଯିବାର କାରଣ ଦର୍ଶାଯାଇ ନ ଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ଅଶୋକଙ୍କ ଏଭଳି କାର୍ଯ୍ୟ ପରେ କ୍ରୋଧିତ ରାଜ୍ୟ ସରକାର ତାଙ୍କ ଅସନ୍ତୋଷ ଅଶୋକଙ୍କୁ ଅବଗତ କରିବା ଲାଗି ରାଜ୍ୟ ମୁଖ୍ୟ ସଚିବ ଭି.ପିି.ଜୟଙ୍କୁ କହିଛନ୍ତି। ଆଶ୍ଚର୍ଯ୍ୟ କଥା ଯେ, ବାବୁ ଜଣକ ସରକାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କରିଥିବା ହସ୍ତକ୍ଷେପକୁ ନେଇ ପିନାରାୟୀ କ୍ଷୁବ୍ଧ ହୋଇଥିଲେ। ଏ ଦୃଷ୍ଟିରୁ ବିଜୟନ ଓ ଖାନ୍‌ଙ୍କ ବିବାଦ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। କିନ୍ତୁ ଏହା ନିଃସନ୍ଦେହ ଯେ, ଅନେକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଏହି ଦୁଇଜଣଙ୍କ ଝଗଡ଼ାର ପଞ୍ଝାରେ ଫସିବେ। ବିବାଦର ଏବକାର ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଭିନ୍ନ ପଦବୀରେ ନିଯୁକ୍ତିକୁ ନେଇ ରାଜଭବନରେ ଚାଲିଥିବା ସମ୍ପର୍କୀୟ ପକ୍ଷପାତ ଉପରେ ବିଜୟନଙ୍କ ଅଭିଯୋଗ ରହିଛି। ବିବାଦ ସମ୍ପର୍କିତ ଆଉ ଏକ ଘଟଣା କ୍ରମରେ ରାଜ୍ୟପାଳ ବିଲ୍‌ରେ କିଭଳି ଅବିଳମ୍ବେ ଦସ୍ତଖତ କରିବେ ତାହାକୁ ନିଶ୍ଚିତ କରିବା ପାଇଁ ହସ୍ତକ୍ଷେପ ଦାବି କରି ଦାୟର କରାଯାଇଥିବା ପିଟିଶନକୁ କେରଳ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହି ସମୟରେ ବାବୁମାନେ ରାଜ୍ୟପାଳଙ୍କର ହେଉ ଅବା ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ୍‌, କୌଣସିଥିରେ ସେମାନେ ସାମିଲ ନୁହନ୍ତି ବୋଲି ଜଣାଇବାକୁ ଖୁବ୍‌ ସତର୍କତାର ସହ କାର୍ଯ୍ୟ କରୁଛନ୍ତି।
ନିଯୁକ୍ତି ତାଲିକାର ଉଦ୍ଦେଶ୍ୟ
ପ୍ରଶାସନିକ ବିଷୟରେ ମୋଦି ସରକାରଙ୍କ ଅସାଧାରଣ ଓ କ୍ଷତିକାରକ ହସ୍ତକ୍ଷେପ ସମସ୍ତଙ୍କୁ ଜଣା। ସାଧାରଣତଃ, ଏମ୍ପାନେଲମେଣ୍ଟ ପାଇଁ ଅଯୋଗ୍ୟ ଅର୍ଥାତ୍‌ ଯେଉଁ ଅଧିକାରୀମାନଙ୍କୁ ନିଯୁକ୍ତି ତାଲିକାଭୁକ୍ତ କରାଯିବା ପାଇଁ ମନା କରାଯାଇଛି, ସେମାନଙ୍କ ନାମ ସରକାର କେବେ ବି ପ୍ରକାଶ କରନ୍ତି ନାହିଁ। କିନ୍ତୁ ନିକଟରେ ପୋଲିିସ ମହାନିରୀକ୍ଷକ କିମ୍ବା ତତ୍ତୁଲ୍ୟ ପଦବୀଗୁଡ଼ିକରେ ନିଯୁକ୍ତ ୨୦୦୩ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀମାନଙ୍କ ନାମ ପ୍ରକାଶ କରାଯିବାବେଳେ ଏମ୍ପାନେଲମେଣ୍ଟ ପ୍ରକ୍ରିୟା ବାହାରେ ଥିବା ଆଇପିଏସ୍‌ ଅଧିକାରୀମାନଙ୍କ ଏକ ପୃଥକ୍‌ ତାଲିକା ପ୍ରକାଶ କରାଯାଇଥିଲା। ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ, ଏମ୍ପାନେଲମେଣ୍ଟ ଲାଗି ନାମ ସୁପାରିସ କରାଯାଇ ନ ଥିବା ଅଧିକାରୀମାନଙ୍କ ତାଲିକା ପ୍ରଥମ ଥର ଲାଗି ସାର୍ବଜନୀନ କରାଯାଇଛି। ନିଯୁକ୍ତି ସକାଶେ ପ୍ରସ୍ତୁତ ନାମ ତାଲିକାରେ ରହିଛନ୍ତି ବିଭିନ୍ନ କ୍ୟାଡରର ୪୫ ଜଣ ଆଇପିଏସ୍‌ ଅଧିକାରୀ। ଏହା ସହ ନିଯୁକ୍ତି ତାଲିକା ଭୁକ୍ତ କରାଯିବା ଲାଗି ଯେଉଁମାନଙ୍କୁ ମନା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧୮ ଜଣ ଅଧିକାରୀ ଏଥିରେ ରହିଛନ୍ତି। ଉକ୍ତ ତାଲିକାରେ ଏଜିଏମ୍‌ୟୁଟି, ଆସାମ, ନାଗାଲାଣ୍ଡ ଏବଂ ରାଜସ୍ଥାନ କ୍ୟାଡରର ପ୍ରତ୍ୟେକଟିରୁ ୨ ଜଣ ଏବଂ ଅନ୍ୟ କିଛି କ୍ୟାଡରରୁ ଜଣେ ଲେଖାଏ ଅଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ନାମ ତାଲିକା ପ୍ରକାଶ କରିବାରେ କେନ୍ଦ୍ରର କ’ଣ ମନୋଭାବ ଏବଂ ଉଦ୍ଦେଶ୍ୟ ରହିଛି ତାହା ଉପରେ ବାବୁମାନଙ୍କର ସନ୍ଦେହ ରହିଥିଲେ ବି ସ୍ପଷ୍ଟତଃ ଏହାର ଅନେକ ନିହିତାର୍ଥ ସ୍ପଷ୍ଟ ଅନୁମେୟ। ସେଥିମଧ୍ୟରୁ ଗୋଟିଏ ହୋଇପାରେ, ନିଯୁକ୍ତି ତାଲିକାଭୁକ୍ତ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ଗମ୍ଭୀର ପ୍ରୟାସ କରିବାକୁ ପଡ଼ିବ ବୋଲି ସରକାର ଏକ ସଙ୍କେତ ଦେବାକୁ ଚାହଁୁଛନ୍ତି। ଏହାବାଦ୍‌, ଯଦି ଆଉ କିଛି ଉଦ୍ଦେଶ୍ୟ ରହିଛି ତେବେ ଆସନ୍ତା ସପ୍ତାହ କିମ୍ବା ମାସଗୁଡ଼ିକରେ ଏହା ସ୍ପଷ୍ଟ ହୋଇଯିବ।
ମେଘାଳୟର ଦାବି
ନିକଟରେ ଆସାମ- ମେଘାଳୟ ସୀମାରେ ଘଟିଥିବା ଗୁଳିକାଣ୍ଡ ଏହିି ଦୁଇ ରାଜ୍ୟର ୫ ଦଶନ୍ଧି ପୂର୍ବର ସୀମା ସମସ୍ୟାକୁ ସାମ୍ନାକୁ ଆଣିଛି। ମେଘାଳୟ ପାଇଁ ଏକ ପୃଥକ୍‌ କ୍ୟାଡର ସକାଶେ ଦାବିକୁ ବି ଏହା ଉଜାଗର କରିଛି। ନିକଟରେ ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଆସାମ- ମେଘାଳୟ କ୍ୟାଡରକୁ ଦୁଇଭାଗ କରିବାକୁ ଦାବି କରିଥିଲେ। ସୂତ୍ରରୁ ପ୍ରକାଶ ଯେ,ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମେଘାଳୟ ପାଇଁ ଅଲଗା କ୍ୟାଡର ସୃଷ୍ଟି କରିବା ସପକ୍ଷରେ ନାହାନ୍ତି। କେନ୍ଦ୍ର ମଧ୍ୟ ରାଜ୍ୟର ଦାବି ଉପରେ ଧ୍ୟାନ ଦେବା ସମ୍ଭାବନା ନାହିଁ। ଅବଶ୍ୟ ସରକାରୀ ଭାବେ କୁହାଯାଇଛି ଯେ, ପୃଥକ୍‌ କ୍ୟାଡର ପାଇଁ ରାଜ୍ୟର ଦାବିକୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ସାଙ୍ଗମାଙ୍କୁ ମୋଦି ଓ ଶାହା ଆଶ୍ୱସ୍ତ କରିଛନ୍ତି। ତେବେ ବିବାଦୀୟ ସୀମା ସମସ୍ୟାକୁ ନେଇ ମେଘାଳୟ ଓ ଆସାମ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବାରୁ କେନ୍ଦ୍ର ଏହାକୁ ନିଷ୍ପକ୍ଷ ଭାବେ ସମାଧାନ କରିବାରେ ବିଳମ୍ବ କଲେ ସ୍ଥିତି ଅଧିକ ଜଟିଳ ହେବ; ଯାହା ସମସ୍ୟାଗ୍ରସ୍ତ ଉତ୍ତରପୂର୍ବାଞ୍ଚଳର ବିକାଶ ପାଇଁ ଅନୁକୂଳ ହେବ ନାହିଁ। ଭୌଗୋଳିକ ଦୃଷ୍ଟିକୋଣରୁ ପ୍ରଭାବିତ ଲୋକଙ୍କ ଜାତିଗତ ତ୍ରୁଟି ଓ ଭାବନା ବିରୋଧରେ ପ୍ରଶାସନିକ କଳ ଯେତେବେଳେ ଆଗକୁ ଆସିଛି ସେତେବେଳେ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri