ଲାଞ୍ଚ ନେବା ପଡିଲା ମହଙ୍ଗା: ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଏହି ବଡ଼ ରାୟ ଶୁଣାଇଲେ କୋର୍ଟ
ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ତହସିଲ ଅନ୍ତର୍ଗତ ଲଖନପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ହେମସାଗର ମହାପାତ୍ରଙ୍କୁ ୨ବର୍ଷ କାରାଦଣ୍ଡାଦେଶ ହୋଇଛି। ସେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ମୋ କଡ଼ିଆ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ…
ପ୍ରକାଶ ପାଇଲା +୨ ରେଜଲ୍ଟ, ଜାଣନ୍ତୁ କେମିତି କରିବେ ଚେକ୍
ଭୁବନେଶ୍ୱର,୨୧ା୫:ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା…
ଭୋଜି ଖାଇବାକୁ ଯାଇ ରାତିରେ ଶୋଇଥିଲେ ଯୁବକ, ସକାଳୁ ନ ଉଠିବାରୁ…
ଧର୍ମଶାଳା,୨୧ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜୀରା ପଞ୍ଚାୟତର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନା ଅଧିକାରୀ ନିରୂପମା ଜେନା କହିଛନ୍ତି। ଅଭିଯୋଗ ମୁତାବକ…
ଘରେ ବସି କଥା ହେଉଥିଲେ ୨ ଝିଅଙ୍କ ସହ ମା’, ଉପରେ ଖସିପଡ଼ିଲା ସ୍ଲାବ୍, ଆଉ ତା’ ପରେ…
ପୁରୁଷୋତ୍ତମପୁର,୨୧ା୫(ସୀମାଞ୍ଚଳ ମିଶ୍ର): ମହାରାଷ୍ଟ୍ର ମୁମ୍ବାଇର ଥାନେ ନିକଟସ୍ଥ କଲ୍ୟାଣ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବିଲ୍ଡିଂ ଛାତ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା…
ଯାତ୍ରା ଦେଖିବାକୁ ଯିବାବେଳେ ଚାପିଦେଲା ଅଜଣାଗାଡ଼ି, ୩ ଜଣଙ୍କ ଜୀବନ
ପଦ୍ମପୁର,୨୧ା୫(ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ପାଖ ଗୁମୁଡ଼ା ବ୍ରିଜ୍ ଉପର ଅଜଣାଗାଡ଼ି ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁଣପୁର ମେଡିକାଲରେ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ,…
ଗୁଳି ଫୁଟାଇ ବେପାରୀଙ୍କଠାରୁ ଲୁଟିଥିଲେ ରୁପା ଅଳଙ୍କାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା,୨୧ା୫(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଛକରେ ରୁପା ବେପାରୀଙ୍କୁ ଗୁଳି ଫୁଟାଇ ରୁପା ଅଳଙ୍କାର ଲୁଟ୍ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭କେଜି ରୂପା, ୨ଟା ବାଇକ…
ସରପଞ୍ଚଙ୍କ ବିରୋଧରେ କାଟ୍ ଖାଇଲା ଅନାସ୍ଥା
କଟକ ସଦର,୨୧ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଯାଇଛି। କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ପୂର୍ବାହ୍ନ ୧୦ଟା ୪୦ ମିନିଟ୍ରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।…
ମାତୃତ୍ୱ ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର କଲେ ସରକାର, ଏତିକି ଦିନ ପର୍ଯ୍ୟନ୍ତ ମିଳିବ…
ଭୁବନେଶ୍ୱର,୨୧ା୫: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ…
ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ
ମାଲକାନଗିରି,୨୧ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା…
‘ଚଳିତବର୍ଷ ହେବ କଲେଜ ନିର୍ବାଚନ’
ଭୁବନେଶ୍ୱର,୨୧ା୫: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।…
ପ୍ରକାଶ ପାଇଲା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ଫଳାଫଳ : ପାସ୍ହାର ୯୦%
ଖୋର୍ଦ୍ଧା,୨୧ା୫: ପ୍ରାଣନାଥ ସୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳ ୨୦୨୨-୨୦୨୫ ଶିକ୍ଷା ବର୍ଷ ଫଳାଫଳ ବୁଧବାର ପ୍ରକାଶିତ ହୋଇଛି। ଚଳିତବର୍ଷ ୧୧୦୫ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୯୪ ଜଣ ପାସ୍ କରିଛନ୍ତି।…
ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ
ଭୁବନେଶ୍ୱର,୨୧ା୫: ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ବୁଧବାର ସେ ସେଣ୍ଟ୍ରାଲ ଟୁଲ୍ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC)ଗସ୍ତ କରିଛନ୍ତି। CTTC ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ISROର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି।
Archives


