ସୁଭଦ୍ରା ୩ୟ କିସ୍ତିକୁ ନେଇ ଆସିଲା ବଡ଼ ଖବର: ଏହି ଦିନ ଖାତାକୁ ଆସିବ ଟଙ୍କା
ଭୁବନେଶ୍ୱର,୨୬। ୬(ସୁନିତ୍ ମିଶ୍ର): ସୁଭଦ୍ରା ଯୋଜନାର ୩ୟ କିସ୍ତି ଆସନ୍ତା ରାଖୀ ପୂର୍ଣ୍ଣିମା ଅଗଷ୍ଟ ୯ରେ ହିତାଧିକାରୀମାନଙ୍କୁ ମିଳିବ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ସୁଭଦ୍ରା ସୋସାଇଟିର ୪ର୍ଥ ପରିଚାଳନା ପରିଷଦ…
ଆଜି ମହାପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ
ପୁରୀ,୨୬ା୬(ଅଜିତ୍ କୁମାର ମହାନ୍ତି): ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ଅଣସରରେ ରହି ଗୁପ୍ତସେବା ହେବା ପରେ ଗୁରୁବାର ନେତ୍ର ଉତ୍ସବରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିସହ ମହାପ୍ରଭୁ…
ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ ବିଜେଡି ନେତା, ହେଲେ ପାଣ୍ଡିଆନ ଦେଖାଇଲେ…
ଭୁବନେଶ୍ୱର,୨୬ା୬(ସୁନିତ୍ ମିଶ୍ର): ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ନବୀନ ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ।…
ଆଜି ଲଘୁଚାପ, ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁରୁବାର ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା…
ଓଡ଼ିଶା ନୂଆ ଇଭି ନୀତି ୨.୦: ୨୦୩୬ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରିକ ଗାଡ଼ି ଗାଡ଼ାଇବାକୁ ଲକ୍ଷ୍ୟ
ଭୁବନେଶ୍ୱର,୨୫ା୬: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବେ ବୁଧବାର ନୂତନ ଓଡ଼ିଶା ଇଲେକ୍ଟ୍ରିକ ଗାଡ଼ି (ଇଭି) ନୀତି ୨.୦ ଉପରେ ଏକ ଚିନ୍ତନ ବୈଠକ ଆୟୋଜନ କରିଛନ୍ତି। ଏହି ବୈଠକରେ ବାଣିଜ୍ୟ ଓ…
ଅଭିନେତା ନାରାୟଣ ପତିଙ୍କ ପରଲୋକ
ଭୁବନେଶ୍ୱର, ୨୫ା୬ (ସୌମ୍ୟରଞ୍ଜନ ରାଉତ): ସିନେ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି(୭୨)ଙ୍କ ବୁଧବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ କଳାକାର ଚୟନ ଚାଲିଥିବା ବେଳେ…
କରଞ୍ଜିଆରେ ଯୁବତୀଙ୍କୁ ଗଣବଳାତ୍କାର: ମୁଖ୍ୟ ଅଭିଯୁକ୍ତ ଅଟକ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
କରଞ୍ଜିଆ,୨୫।୬: ମୟୂରଭଞ୍ଜ ଜିଲାର କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ ସାମ୍ନାକୁ ଆସିଛି। ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ସମୟରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଯୁବତୀ ଜଣଙ୍କ ଜଙ୍ଗଲିଆ…
ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବିଜେଡି ହେବିୱେଟ୍ ନେତା, ବଢ଼ିଲା ଚର୍ଚ୍ଚା…
ଭୁବନେଶ୍ୱର, ୨୫ା୬: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ସମ୍ବିଧାନ ହତ୍ୟା ଦିବସ ୨୦୨୫’ ସ୍ଥାନୀୟ ରେଳ ଅଡିଟୋରିଅମଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ପାଇକମାଳ, ୨୫।୬(ବଡ ଶତପଥୀ): ବରଗଡ ଜିଲା ପାଇକମାଳରୁ ୬ କିମି ଦୂର ନୂଆପଡା ଯିବା ରାସ୍ତାର କିଙ୍ଗ ହୋଟେଲ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡ଼ା ହୋଇଥିବା ଟ୍ରକ(GJ 27 TT 7089)କୁ ଧକ୍କା ଦେବା…
ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି
ନୂଆଦିଲ୍ଲୀ,୨୫ା୬: ରାଉରକେଲା ଇସ୍ପାତ କାରଖାନା (RSP)ର ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକ୍ରିୟାରେ ଆସୁଥିବା ବାଧାବିଘ୍ନକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଭାରୀ ଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ…
ନାରୀ ନିର୍ଯାତନାର ପ୍ରତିବାଦ କରି ଯୁବଛାତ୍ରର ବିକ୍ଷୋଭ
ଛତ୍ରପୁର,୨୫ା୬(ଦିଲ୍ଲୀପ ସାମଲ): ରାଜ୍ୟ ବା ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଥିବା ନାରୀ ନିର୍ଯାତନା, ବଳାତ୍କାରର ଆଜି ଛତ୍ରପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏନେଇ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର…
ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…
ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ…
Archives


