ରାଜ୍ୟ

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ: ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌

ଭୁବନେଶ୍ୱର/ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ):: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ…

ଆହୁରି ୭ ଦିନ ବର୍ଷିବ:ବିଜୁଳି-ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର,୩୦ା୬(ଅନୁରାଧା ମହାରଣା):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ସୃଷ୍ଟ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି, ଯାହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା,…

ଏହି ଜିଲାରେ ସୋମବାର ସମସ୍ତ ସ୍କୁଲ୍ ଛୁଟି, ୩ ଦିନ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ମୟୂରଭଞ୍ଜ,୨୯।୬: ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ଆସନ୍ତାକାଲି (ଜୁନ୍ ୩୦, ୨୦୨୫)…

ଗଞ୍ଜାମରେ ଚାଞ୍ଚଲ୍ୟ: ଅପହରଣର ମାସେ ପରେ ମିଳିଲା ଛାତ୍ରୀଙ୍କ କଙ୍କାଳ

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାନ୍ତ ଚକାପାଦ ଥାନା ଅଧୀନ ଗସମା ଜଙ୍ଗଲରୁ ରବିବାର ଜଣେ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କ କଙ୍କାଳ ରବିବାର ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତର। ଖବରପାଇ ଭଞ୍ଜନଗର…

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା; ଓଡ଼ିଶାର ଏହି ଦୁଇ ଜିଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୯।୬: ଝାଡ଼ଖଣ୍ଡର ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ପୁଣି ଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ତିନୋଟି ପ୍ରମୁଖ ନଦୀରେ ବନ୍ୟାର ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ସଜାଗ…

‘କ୍ଷମା ମାଗନ୍ତୁ ଅରବିନ୍ଦ ପାଢ଼ୀ’: ରଥ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ସେବାୟତ

ପୁରୀ, ୨୯ା୬: ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୋଧରେ ସେବାୟତମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ରଥ ଉପରେ ସେବା କାଳରେ ମୁଖ୍ୟପ୍ରଶାସକ ସେବାୟତଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣାକୁ ନେଇ ସେବାୟତମାନେ ଅରବିନ୍ଦ ପାଢ଼ୀଙ୍କୁ ୨୪…

ପୁରୀ ଅଘଟଣ ପରେ ସ୍ଥଗିତ ହେଲା ଭାଜପା ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର,୨୯।୬: ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ସେ କହିଛନ୍ତି। ପୁରୀ ଅଘଟଣ ପାଇଁ ମର୍ମାହତ ବୋଲି…

ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର, ୨୯।୬: ଭାରତୀୟ ପାଣିପାଗ ବିଭାଗ (IMD) ରବିବାର ସନ୍ଧ୍ୟାରେ ଜାରି ସୂଚନାରେ କହିଛି ଯେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟରେ ଏକ ନିମ୍ନ ଚାପ ବ୍ୟବସ୍ଥା ଏବଂ ଏହା ସହିତ ଜଡ଼ିତ ଘୁର୍ଣ୍ଣିବଳୟ ଉତ୍ତର-ପଶ୍ଚିମାଞ୍ଚଳକୁ ଆସନ୍ତା…

କାଲି ବନକଲାଗି: ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୯ା୬(ଅଜିତ୍‌ କୁମାର ମହାନ୍ତି): ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୨ଟା ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି…

ଆଡ଼ପ ମଣ୍ଡପ ବିଜେ ଆରମ୍ଭ

ପୁରୀ,୨୯।୬: ଆରମ୍ଭ ହେଲା ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ। ସେବକମାନେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ଭକ୍ତିମୟ ପରିବେଶ ମଧ୍ୟରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଛନ୍ତି। ଗୋଟି ପହଣ୍ଡିରେ ବଡ଼ଠାକୁର ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି।…

ବୁଢ଼ାବଳଙ୍ଗରେ ବନ୍ୟା ଆଶଙ୍କା: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ବିଧାୟକ

ବୈଶିଙ୍ଗା,୨୯।୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଗତ ୪ଦିନ ହେଲା ଉପରମୁଣ୍ଡରେ ପ୍ରବଳ ବର୍ଷା…

ପୁରୀ ଶରଧାବାଲି ଦଳାଚକଟା ଘଟଣା: ଏକ ମାସ ମଧ୍ୟରେ ସରିବ ତଦନ୍ତ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ

ପୁରୀ,୨୯।୬: ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri