ଆଜି ସୁନାବେଶରେ ଝଲସିବେ ଦାରୁଦିଅଁ
ପୁରୀ,୬ା୭(ଅଜିତ୍ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦି ଆଡ଼ପ ମଣ୍ଡପ ଛାଡ଼ି…
୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର,୬।୭ (ଅନୁରାଧା ମହାରଣା): ଆସନ୍ତା ୯ ତାରିଖରେ ସର୍ବଭାରତୀୟ ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ…
ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ: ରାତି ପାହିଲେ ସୁନାବେଶରେ ଦର୍ଶନ ଦେବେ ମହାବାହୁ
ପୁରୀ,୫ା୭(ଅଜିତ୍ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେବୀ ଆଡ଼ପ ମଣ୍ଡପ ଛାଡ଼ି…
ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ
କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ…
ମୌସୁମୀ ସକ୍ରିୟ: ପୁଣି ଆସୁଛି ଆଉ ଏକ ଲଘୁଚାପ, ଏଥର ବୁଡ଼ାଇବ
ପୁରୀ,୫।୭: ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର…
ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ସିଂହଦ୍ୱାରରେ ଲାଗିଲା ତାଳଧ୍ୱଜ ରଥ
ପୁରୀ,୫।୭: ଆଜି ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଦାରୁବିଗ୍ରହ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି…
ବ୍ୟାଙ୍କ ଉପରୁ କଟକଣା ହଟାଇଲେ ସରକାର
ଭୁବନେଶ୍ୱର,୫।୭: HDFC, ICICI, ଆକ୍ସିସ ବ୍ୟାଙ୍କ ଉପରୁ ଶନିବାର କଟକଣା ହଟାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅର୍ଥ ସଚିବ। HDFC, ICICI, ଆକ୍ସିସ ବ୍ୟାଙ୍କରୁ ପୂର୍ବପରି ରାଜ୍ୟ ସରକାର ବ୍ୟାଙ୍କ ସମ୍ପର୍କିତ ସବୁ କାମ…
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନିକଟରେ ଏମିତି ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ହେଉଛି ଖୁବ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର,୫।୭: ବିଜେଡି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲିରେ ନିଖୋଜ ଥିବା ଗଞ୍ଜାମ ଜିଲାର ୨୮ ବର୍ଷୀୟ ପି. ଭେଙ୍କଟରମଣଙ୍କ ଶୀଘ୍ର ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ଯୁବକ ଜଣକ…
ପ୍ରାୟ ୧ ଘଣ୍ଟା ଆଗରୁ ଗଡ଼ିଲା ତାଳଧ୍ବଜ
ପୁରୀ,୫।୭: ଗଜପତି ମହାରାଜାଙ୍କ ଛେରାପହଁରା ପରେ ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭ କରିଛି। ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି। ଆଦ୍ୟସେବକ ଗଜପତି ମହାରାଜା ଛେରାପହଁରା କରିଥିଲେ। ତାଳଧ୍ବଜ, ଦର୍ପଦଳନ…
ପୁରୁଷୋତ୍ତମପୁର ଏନ୍ଏସିରେ ପରିମଳ ସେବା ବିପର୍ଯ୍ୟସ୍ତ
ପୁରୁଷୋତ୍ତମପୁର,୫ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ରାସ୍ତାଟି ଜଳାର୍ଣ୍ଣବ ହୋଇପଡ଼ିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ହେତୁ ପ୍ରତ୍ୟହ…
ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା
ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡଃ.…
ସରିଲା ପହଣ୍ଡି: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ,୫ା୭: ସରିଛି ପହଣ୍ଡି ନୀତି। ଏହା ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜମାନ ହୋଇଥିବାବେଳେ ପରେ ଦେବୀ ସୁଭଦ୍ରା ବିରାଜମାନ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଛନ୍ତି।…
Archives


