ଆଜି ସୁନାବେଶରେ ଝଲସିବେ ଦାରୁଦିଅଁ

ପୁରୀ,୬ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦି ଆଡ଼ପ ମଣ୍ଡପ ଛାଡ଼ି କର୍ମବେଦି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିଛି ଦାରୁବିଗ୍ରହଙ୍କ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତିକାନ୍ତିର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା, ନୃତ୍ୟ ସଙ୍ଗୀତ ମଧ୍ୟରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ପ୍ରଥମେ ବଳଭଦ୍ରଙ୍କ ରଥ ସନ୍ଧ୍ୟା ୭ଟା ୫ରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିବାବେଳେ ପରେ ମା’ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ପହଞ୍ଚତ୍ଥିଲା। ରବିବାର ମହାପ୍ରଭୁ ରଥ ଉପରେ ସୁନାବେଶରେ ଦର୍ଶନ ଦେବେ। ସୁନାବେଶରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ଏବଂ ଜିଲା ପ୍ରଶାସନର ସମନ୍ବୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶନିବାର ପାଗ ଅନୁକୂଳ ଥିବା ଯୋଗୁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୨ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତିରେ ପହୁଡ଼ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ୮ଟା ୨୫ରେ ଶ୍ରୀମୁଖ ଖଣ୍ଡୁଆ, ୮ଟା ୫୫ଟାରେ ବାହୁଟକଣ୍ଟ ହୋଇ କୋଠ ସୁଆଁସିଆଙ୍କ ପକ୍ଷରୁ ସିଂହାସନରେ ଚାରମାଳ ବନ୍ଧାଯାଇଥିଲା। ପରେ ରାତି ୧୨ଟା ୧୦ରେ ଦଇତାପତି ସେବକମାନେ କୁସୁମଲାଗି କରିଥିଲେ। ଶନିବାର ସକାଳ ୬ଟା ୪୦ରେ କୁସୁମଲାଗି ନୀତି ସମ୍ପନ୍ନ ହୋଇଥିଲା। ସକାଳ ୭ଟା ୫ ରେ ମଙ୍ଗଳ ଆଳତି, ୭ଟା ୧୦ରେ ମଇଲମ, ତଡ଼ପ ଲାଗି ୭ଟା ୧୫, ରୋଷ ହୋମ ୭ଟା ୧୦, ଅବକାଶ ପୂଜା ୭ଟା ୪୦, ସୂର୍ଯ୍ୟପୂଜା ୮ଟା ୫, ଦ୍ୱାରପାଳ ପୂଜା ୮ଟା ୨୦ ଓ ଡୋରଲାଗି ହୋଇ ସକାଳ ୯ଟା ୫୫ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଶ୍ରୀବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିବାବେଳେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମ୍ପନ୍ନ ହୋଇଥିଲା। ଦିନ ୧୨ଟା ୩୦ରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟଠାରୁ ବହୁ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀବିଗ୍ରହଙ୍କ ପହଣ୍ଡି ପରେ ଚଳନ୍ତି ପ୍ରତିମା ରାମକୃଷ୍ଣ ଏବଂ ଶ୍ରୀମଦନମୋହନ ପହଣ୍ଡି ହୋଇ ୧ଟା ୫ରେ ରଥାରୂଢ ହୋଇଥିଲେ। ଏହାପରେ ଗଜପତି ମହାରାଜା ଛେରା ପହଁରା ପାଇଁ ତିନି ରଥକୁ ତାମଜାନରେ ବିଜେ କରିଥିଲେ। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରା ପହଁରା କରିଥିଲେ। ପରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ରଥରେ ରାଜ ନୀତି ସହ ଛେରାପହଁରା କରିଥିଲେ। ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ରାଜନୀତି ଓ ଛେରାପହଁରା କରିଥିଲେ। ଅପରାହ୍ନ ୨ଟା ୪୦ ତିନି ରଥର ଛେରାପହଁରା ସରିବା ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିଥିଲା। ୨ଟା ୫୦ରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ଭକ୍ତି ସହ ବଡ଼ ଠାକୁରଙ୍କ ରଥକୁ ଟାଣିଥିଲେ। ପରେ ଅପରାହ୍ନ ୩ଟା ୪୫ରେ ମା’ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଜୟଜଗନ୍ନାଥ ଧ୍ୱନୀରେ ଭକ୍ତମାନେ ରଥକୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ରଥତ୍ରୟ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ପୋଡ଼ପିଠା ଭୋଗ କରାଯାଇଥିଲା। ପୋଡ଼ ପିଠା ଭୋଗ ଖାଇ ଠାକୁରମାନେ ଶ୍ରୀମନ୍ଦିର ଆଡ଼କୁ ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲା। ଏହାପରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ପହଞ୍ଚତ୍ଥିଲା। ତେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ କିଛି ସମୟ ପାଇଁ ଅଟକି ରହିଥିଲା। ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଚାହାଣି ମଣ୍ଡପକୁ ଆସି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ପାଲିଙ୍କିରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀନଅରଠାରେ ଅଟକିଥିବା ନନ୍ଦିଘୋଷ ନିକଟକୁ ଆସିଥିଲେ। ସେଠାରେ ଗଜପତି ମହାରାଜା ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ କରିଥିଲେ। ନୀତି ସମ୍ପନ୍ନ କରି ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ପୁଣି ଗଡ଼ି ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା। ବାହୁଡ଼ା ଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୨୦୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ପ୍ରାୟ ଶୃଙ୍ଖଳିତ ଭାବରେ ଚଳିତ ବର୍ଷର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଝିପି ଝିପି ବର୍ଷା ସତ୍ତ୍ୱେ ଭକ୍ତମାନେ ତିନି ରଥକୁ ଟାଣି ନେଇଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀଙ୍କ ସହ ବହୁ ବିଧାୟକ ରଥ ଟାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?