ପୁରୁଷୋତ୍ତମପୁର ଏନ୍‌ଏସିରେ ପରିମଳ ସେବା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର,୫ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ରାସ୍ତାଟି ଜଳାର୍ଣ୍ଣବ ହୋଇପଡ଼ିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ହେତୁ ପ୍ରତ୍ୟହ ଭକ୍ତମାନେ ମନ୍ଦିରକୁ ଦର୍ଶନ ଲାଗି ଆସୁଥିବା ବେଳେ ରାସ୍ତାରେ ପାଣି ଜମିରହି ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହା ସହ ସାହିବାସିନ୍ଦା ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ଆସିପାରୁନାହାନ୍ତି। ଏହି ରାସ୍ତାରେ ଡ୍ରେନେଜ ସୁବିଧା ନ ଥିବା ହେତୁ ବର୍ଷାଦିନେ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ନେଇ ଡ୍ରେନ ନିର୍ମାଣ କରିବାକୁ ନେଇ ସାହିବାସିନ୍ଦା ବାରମ୍ବାର ଦାବି କରୁଥିଲେ ମଧ୍ୟ ଏନ୍‌ଏସି ପ୍ରଶାସନ ଆଦୌ ଗୁରୁତ୍ୱ ଦେଉନାହିଁ। ଫଳରେ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ମାତ୍ର ଏନ୍‌ଏସି ପ୍ରଶାସନ ସହରର ବିକାଶ କରୁଥିବାର କହି ଅନିୟମିତତା ଓ ଦୁର୍ନୀତିପୂର୍ଣ୍ଣ ଭାବେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଲୋକେ ଅଭିଯୋଗ କରି ଭିଜିଲାନ୍ସର ଦ୍ବାରସ୍ଥ ହୋଇଛନ୍ତି। ଏଣୁ ଏଥିପ୍ରତି ଗଞ୍ଜାମ ଜିଲାପାଳ ଓ ନଗରଉନ୍ନୟନ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ଭୁବନେଶ୍ୱର,୧୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ...

୨୩ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୧୫ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୭(ଅନୁରାଧା ମହାରଣା)- ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ...

ବାଲେଶ୍ବର FM ଟ୍ରାଜେଡି: ସରକାରଙ୍କଠୁ ଟଙ୍କା ନେଇ ଡିଲ୍‌ କରିବା ଅପପ୍ରଚାର, ଥାନାରେ ଏତଲା

ବାଲେଶ୍ବର,୧୬।୭: ବାଲେଶ୍ବର ଜିଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ...

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସବୁ ଯୋଜନାରେ ସୃଷ୍ଟି ହେବ ୪,୧୯୫ ନିଯୁକ୍ତି

ଭୁବନେଶ୍ୱର,୧୬।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ...

ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ...

ରାଜ୍ୟସ୍ତରୀୟ ଖାଦ୍ୟ ମେଳା: ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଭବାନୀପାଟଣା,୧୬।୭( ଉତ୍ତମ କୁମାର ଦାଶ )-ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

Video: ଇସ୍ରାଏଲର ସିରିଆ ଉପରେ ହମଲା, ଲାଇଭ ପ୍ରସାରଣ ସମୟରେ ଟିଭି ଆଙ୍କରଙ୍କ ପଛରେ ପଡିଲା ବୋମା

ଦାମାସକସ,୧୬।୭: ଇସ୍ରାଏଲ ସେନା ସିରିଆର ରାଜଧାନୀ ଦାମାସକସରେ ଥିବା ରାଜ୍ୟ ଟେଲିଭିଜନ ଭବନ ଉପରେ ବୋମା ହମଲା କରିଛି। ଏହି ହମଲା ସମୟରେ ଜଣେ ଟିଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri