ରାଜ୍ୟ

ସିଂହଦ୍ୱାର ସମ୍ମୁଖରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୧।୭: ପୁରୀ ଜିଲା ପ୍ରଶାସନର ନିଷ୍ପତ୍ତି ମୁତାବକ ରବିବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଉପଜିଲାପାଳ ଭବତାରଣ ସାହୁ ଦୀପ ଦାନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ…

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ: ଝାଡ଼ୁ ଧରିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ରବିବାର ସକାଳେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଲଘୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ, ମତ୍ସ୍ୟ, ଗୋପାଳନ…

ଚୋରାଚାଲାଣ କୋଇଲା ବୋଝେଇ ପିକ୍‌ଅପ୍‌ ଅଟକାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା: କନଷ୍ଟେବଳ ଗୁରୁତର

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ପୋଲିସ କନଷ୍ଟେବଳ ରଜତ ପାଣିଗ୍ରାହୀ ଗୁରୁତର…

ଅନୁଗୋଳରେ ଲଜ୍ଜା: ଶୋଇଥିବା ବେଳେ ଉଠାଇନେଇ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର, ମୃତ ଭାବି ଅଳିଆ ଗଦାରେ ଫିଙ୍ଗିଲେ

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜନୈକ ୮ ବର୍ଷର ନାବାଳିକାଙ୍କୁ ଶନିବାର ରାତିରେ ବଳାତ୍କାର ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତ ତାଙ୍କୁ ମୃତ ଭାବି ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ। ରବିବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇ…

ଆଜିଠୁ ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୭: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀର ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ରବିବାର ପ୍ରଣାମ ମହାନଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମୁଦ୍ର ବୁଡାଳି ସବିର ବକ୍ସ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଯୋବ୍ରା ଘାଟରେ ସଫେଇ…

ଅକ୍ସିଜେନ ଯୋଗାଇବାରେ ଅସୁବିଧା ହେଉଥିବା ଜଣାଇଲା ସଂସ୍ଥା: ଏସ୍‌ସିବିରେ ଉପୁଜିପାରେ ଗୋରଖପୁର ମେଡିକାଲ ସ୍ଥିତି

କଟକ ଅଫିସ,୨୧।୭: ଏସ୍‌ସିବି ମେଡିକାଲରେ ଉପୁଜିପାରେ ଗୋରଖପୁର ମେଡିକାଲ ଭଳି ସ୍ଥିତି। କାରଣ ମେଡିକାଲକୁ ଅକ୍ସିଜେନ ଯୋଗାଉଥିବା ସଂସ୍ଥା ୪ମାସର ଟଙ୍କା ପାଇନାହିଁ। ବିଲ୍‌ ପାଇ ନ ଥିବାରୁ ଅକ୍ସିଜେନ ଯୋଗାଇବାରେ ଅସୁବିଧା ଉପୁଜୁଥିବା ଯୋଗାଣକାରୀ ସଂସ୍ଥା ପକ୍ଷରୁ ମେଡିକାଲକୁ ବିଧିବଦ୍ଧଭାବେ…

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ପର୍ସ ହଜାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲା ଟିକିରିର ଅଶୋକ କୁମାର…

ମଦ ବ୍ୟବସାୟୀଙ୍କୁ ସାବାଡ଼ ପାଇଁ ଶପଥ: ଠେଙ୍ଗା, ଟର୍ଚ୍ଚ ଧରି ବାହାରିଲେ ମହିଳା

ବେଗୁନିଆ, ୨୧।୭(ଡି.ଏନ.ଏ.): ମଦ ପିଇ ଘରର ପୁରୁଷ ବ୍ୟକ୍ତିମାନେ ଘରକୁ ଆସି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ସହ ମହିଳାଙ୍କୁ ମାଡ ମାରୁଛନ୍ତି। ଏଥିଯୋଗୁ ଅଧିକାଂଶ ଘରେ ମଦ ପାଇଁ ଝଗଡା ଲାଗୁଛି। ମଦ ପିଇ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ରାସ୍ତା ଘାଟରେ…

ରୋଗ ଶଯ୍ୟାରେ ବାପା: ପଢ଼ା ଛାଡି ୨ ଶିଶୁ ଚଳାଉଛନ୍ତି ପରିବାର

ଖୋର୍ଦ୍ଧା ଅଫିସ,୨୧।୭: ରୋଜଗାରରେ ବାଧକ ସାଜିଲା ରୋଗ। କାମ ନ କରି ଫେରି ଆସିଲେ ଘରକୁ। ୬ମାସ ଧରି ରୋଗଶଯ୍ୟାରେ ପଡି ଅଭିଶପ୍ତ ଜୀବନଯାପନ କରୁଛନ୍ତି ଖୋର୍ଦ୍ଧା ଜିଲା ବାଣପୁର ବ୍ଳକ ଗୋଡିଝର ଗଁାର ପଦ୍ମ ଚରଣ ପ୍ରଧାନ(୩୫)। ରୋଗ ଯୋଗୁ…

ରାସ୍ତା କାମ କଲେ ବିଧାୟକ

ପାପଡାହାଣ୍ଡି,୨୧।୭(ଡି.ଏନ୍‌.ଏ): ରାସ୍ତାରେ ପଡି ରହିଥିଲା ମୋରମ ଗଦା। ୟାତାୟାତରେ ସମସ୍ୟା ହେଉଥିଲା। ଲୋକଙ୍କ ଅସନ୍ତୋଷ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିଲା । ଶେଷରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ହାତରେ କୋଡ଼ି ଧରି ମୋରମ ସମତୁଲ…

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଅଭିଯୋଗ ନମ୍ବର ଜାରି

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଏକୀକୃତ ଅଭିଯୋଗ ନଂ.୧୯୬୭ (ଟୋଲ୍‌ ଫ୍ରି) କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟିକୁ କାର୍ଯ୍ୟକାରୀ କରାଯିବା…

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯାହାକୁ ଫ୍ଲାଶ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?