ଅକ୍ସିଜେନ ଯୋଗାଇବାରେ ଅସୁବିଧା ହେଉଥିବା ଜଣାଇଲା ସଂସ୍ଥା: ଏସ୍‌ସିବିରେ ଉପୁଜିପାରେ ଗୋରଖପୁର ମେଡିକାଲ ସ୍ଥିତି

କଟକ ଅଫିସ,୨୧।୭: ଏସ୍‌ସିବି ମେଡିକାଲରେ ଉପୁଜିପାରେ ଗୋରଖପୁର ମେଡିକାଲ ଭଳି ସ୍ଥିତି। କାରଣ ମେଡିକାଲକୁ ଅକ୍ସିଜେନ ଯୋଗାଉଥିବା ସଂସ୍ଥା ୪ମାସର ଟଙ୍କା ପାଇନାହିଁ। ବିଲ୍‌ ପାଇ ନ ଥିବାରୁ ଅକ୍ସିଜେନ ଯୋଗାଇବାରେ ଅସୁବିଧା ଉପୁଜୁଥିବା ଯୋଗାଣକାରୀ ସଂସ୍ଥା ପକ୍ଷରୁ ମେଡିକାଲକୁ ବିଧିବଦ୍ଧଭାବେ ଅବଗତ କରାଯାଇଛି। ମେଡିକାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ତା ସାଙ୍ଗକୁ ତାଳ ଦେଇ ଅକ୍ସିଜେନର ଆବଶ୍ୟକତା ମଧ୍ୟ ବଢୁଛି। ଦୁଇଦିନ ତଳେ ପଲମନାରୀ ବିଭାଗ ପକ୍ଷରୁ ମେଡିକାଲ ଅଧୀକ୍ଷକଙ୍କୁ ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି, ଉକ୍ତ ବିଭାଗ ପାଇଁ ଦିନକୁ ୧୦୦ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ରହିଛି। କାରଣ ରିକୁ(ରେସପିରେଟୋରୀ ଇଣ୍ଟେନସିଭ କେୟାର ୟୁନିଟ)ରେ ରୋଗୀ ବଢୁଥିବା ଯୋଗୁ ଅକ୍ସିଜେନର ଆବଶ୍ୟକତା ବଢୁଥିବା ଉକ୍ତ ବିଭାଗର ମୁଖ୍ୟ ପ୍ରଫେସର ଅଧୀକ୍ଷକଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲରେ ଦିନକୁ ଅତି କମ୍‌ରେ ୪୨ କିଲୋଗ୍ରାମ ଓଜନ ବିଶିଷ୍ଟ ୪୦୦ଟି ସିଲିଣ୍ଡର ଦରକାର। ଖାସ୍‌କରି ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ଅକ୍ସିଜେନ ବିନା ଜୀବନ ବଞ୍ଚାଇବା ସମ୍ଭବ ନୁହେଁ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ କିମ୍ବା ସରକାର ସମ୍ବେଦନହୀନ ହୋଇପଡିବା ରୋଗୀମାନଙ୍କ ପାଇଁ କାଳ ସଦୃଶ ହୋଇଛି। ଯଦି ଯୋଗାଣକାରୀ ସଂସ୍ଥା ଅକ୍ସିଜେନ ଦେବା ବନ୍ଦ କରିଦିଏ, ତେବେ ଉତ୍ତରପ୍ରଦେଶର ଗୋରଖପୁର ମେଡିକାଲ ଭଳି ସ୍ଥିତି ଯେ ନ ଉପୁଜିବ ସେ ଗ୍ୟାରେଣ୍ଟି କିଏ ଦେବ ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଅକ୍ସିଜେନ ଯୋଗାଣକାରୀ ସଂସ୍ଥା ଯୋଗାଣ ବନ୍ଦ କରିବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହା ଅମୂଳକ। କାରଣ ଉକ୍ତ ସଂସ୍ଥା ସହିତ ହୋଇଥିବା ଏମଓୟୁ ଅନୁଯାୟୀ କୌଣସି ପରିସ୍ଥିତିରେ ସଂସ୍ଥା ଯୋଗାଣ ବନ୍ଦ କରି ପାରିବନାହିଁ। ତେବେ ଆସନ୍ତା ୨୫ ତାରିଖ ମଧ୍ୟରେ ବକେୟା ସମସ୍ତ ବିଲ ପଇଠ କରାଯିବ।
ଏସ୍‌ସିବି ମେଡିକାଲକୁ ଆନନ୍ଦ ଗ୍ୟାସ ପ୍ରାଇଭେଟ ଲିମିଟେଡ ଓ ପାରାଦୀପ ଗ୍ୟାସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଅକ୍ସିଜେନ ଯୋଗାଣ କରାଯାଉଛି। ମାତ୍ର ଉକ୍ତ ଦୁଇ ସଂସ୍ଥା ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ ମାସର ବିଲ ମେଡିକାଲ ଠାରୁ ପାଇନି। ଆନନ୍ଦ ଗ୍ୟାସ ମେଡିକାଲ ଠାରୁ ୩୮ଲକ୍ଷ ୧୭ ହଜାର ୫୬୧ ଟଙ୍କା ପାଇବାକୁ ଥିବାବେଳେ ପାରାଦୀପ ଗ୍ୟାସ ପ୍ରାଇଭେଟ୍‌ ଲିମିଟେଡ ୩୨ ଲକ୍ଷ ୩୪ ହଜାର ୧୦୯ ଟଙ୍କା ପାଇବ ବୋଲି ମେଡିକାଲ ପକ୍ଷରୁ ଜଣାପଡିଛି।

ସୂଚନାଯୋଗ୍ୟ, ୨୦୧୭ ଅଗଷ୍ଟରେ ଉତ୍ତରପ୍ରଦେଶ ରାଜ୍ୟର ଗୋରଖପୁର ଠାରେ ଥିବା ବାବା ରାଘବଦାସ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬୦ଜଣ ଶିଶୁରୋଗୀଙ୍କ ମୃତ୍ୟୁ ଘଟିଥିଲା। ଅକ୍ସିଜେନ ଅଭାବର କାରଣ ଥିଲା ଯେ, ମେଡିକାଲ ଉପରେ ଯୋଗାଣକାରୀ ସଂସ୍ଥାର ୬୮ଲକ୍ଷ ଟଙ୍କା ବାକି ପଡିଥିଲା। ବକେୟା ଟଙ୍କା ପାଇଁ ଉକ୍ତ ସଂସ୍ଥା ମେଡିକାଲକୁ ବାରମ୍ବାର ଚିଠି ଲେଖିଥିଲା। ହେଲେ ମେଡିକାଲ କର୍ତ୍ତୃପକ୍ଷ ବକେୟା ଟଙ୍କା ପଇଠ କରି ନ ଥିଲେ। ଫଳରେ ଯୋଗାଣକାରୀ ସଂସ୍ଥା ମେଡିକାଲକୁ ଅକ୍ସିଜେନ ଯୋଗାଣ ବନ୍ଦ କରିଦେଇଥିଲା। ଏବେ ଏସ୍‌ସିବି ମେଡିକାଲ କ୍ଷେତ୍ରରେ ସମାନ ପରିସ୍ଥିତି ଉପୁଜିବାକୁ ଯାଉଛି। ମାର୍ଚ୍ଚରୁ ବିଲ୍‌ ପାଇ ନ ଥିବାରୁ ଯୋଗାଣକାରୀ ସଂସ୍ଥା ଏସ୍‌ସିବିକୁ ଇତିମଧ୍ୟରେ ପ୍ରତି ମାସରେ ବାକି ଟଙ୍କା ପାଇଁ ଚିଠି ଲେଖି ଚାଲିଛି। ଗୋରଖପୁରରେ ୬୮ଲକ୍ଷ ଟଙ୍କା ବାକି ଥିବାବେଳେ ଏସ୍‌ସିବିରେ ୭୦ଲକ୍ଷ ବାକି ପଡିଛି। ଯଦି ଯୋଗାଣକାରୀ ସଂସ୍ଥା ଯୋଗାଣ ବନ୍ଦ କରିଦିଏ ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବାନୁଯାୟୀ, ଯୋଗାଣକାରୀ ସଂସ୍ଥାକୁ ଖୁବ୍‌ଶୀଘ୍ର ବକେୟା ବିଲ ପଇଠ କରାଯିବାକୁ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?