ରାଜ୍ୟ

ଲିଙ୍ଗରାଜ ହାଇସ୍କୁଲରୁ ଚୋରି

ବ୍ରହ୍ମପୁର ଅଫିସ,୧୧।୬- ପୋଲସରା ଥାନା ନିମିନା ଗ୍ରାମପଞ୍ଚାୟତ ସାନବରଗଁାସ୍ଥିତ ଲିଙ୍ଗରାଜ ହାଇସ୍କୁଲରୁ ରବିବାର ରାତିରେ ଚୋରି ହୋଇଛି। ସ୍କୁଲ ମୁଖ୍ୟ ଫାଟକ ଓ ଅଫିସ ଗୃହ ତାଲା ଭାଙ୍ଗି ୪ ହଜାର ଟଙ୍କା, ଗୋଟିଏ ଫ୍ୟାନ, ମାଇକ୍ରୋଫୋନ ୩ଟି, ପେନଡ୍ରାଇଭ୍‌ ଗୋଟିଏ…

ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି। ନଂ.୮୧।୧୯ରେ ପୋଲିସ ଏକ ମାମଲା ରୁଜୁକରିବା ସହ ୯୭ ଲିଟର…

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରହିଥିବାବେଳେ ଅସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଅପରପକ୍ଷରେ ବିଭିନ୍ନ ନଈ,…

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି ନ ଥିବାରୁ ଚାଷୀମାନେ ସୋମବାର ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଦର ବ୍ଲକ…

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ ଯୁବ ଗାଳ୍ପିକ ଅମରେଶ୍‌ ବିଶ୍ୱାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ ନିଷ୍ପତ୍ତି…

ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ…

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ ଚନ୍ଦ୍ର ବେହେରା ଜିଲାପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଗଞ୍ଜାମ ଜିଲାପାଳ ତଥା…

ରଥଯାତ୍ରା ପାଇଁ ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

ପୁରୀ ଅଫିସ, ୧୧।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ ଟିଭି ଚ୍ୟାନେଲମାନେ ଏହି ରଥଯାତ୍ରାକୁ ପ୍ରସାରଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ମଙ୍ଗଳବାର…

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା। ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର ଲେଡିଜ୍‌…

ପରିଚାଳନା ବୈଠକ ଆରମ୍ଭ

ପୁରୀ ଅଫିସ, ୧୧।୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ନୀତି ନିର୍ଘଣ୍ଟ…

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ ମୁଣ୍ଡା…

ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ ବଡ଼ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ରାତିରେ ରୋଗୀ ସମ୍ପର୍କୀୟମାନେ ହୋହଲ୍ଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri