ରାଜ୍ୟ

ସବୁ ସ୍କୁଲ ପାଠାଗାରକୁ ପୁସ୍ତକ ଯୋଗାଇଦେବାକୁ ଚଳିତବର୍ଷ ଖର୍ଚ୍ଚ ହେବ ୪୫.୬୨ କୋଟି

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ସବୁ ସ୍କୁଲ ପାଠାଗାରକୁ ପୁସ୍ତକ ଯୋଗାଇ ଦିଆଯିବ। ସେଥିପାଇଁ ରାଜ୍ୟ ସରକାର ୪୫ କୋଟି ୬୨ ଲକ୍ଷ ୯୫ ହଜାର ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ(ପିଏବି) ଅନୁମୋଦନ ପରେ ପୁସ୍ତକ କ୍ରୟ…

ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା: ୨୪ ଘଣ୍ଟା ମଧ୍ୟରେ ବର୍ଷା ବଢ଼ିବା ନେଇ ପୂର୍ବାନୁମାନ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ଶେଷହେବାକୁ ବସିଥିବା ବେଳେ ରାଜ୍ୟରେ ସ୍ବାଭାବିକ ବର୍ଷା ହେଉନାହିଁ। ଧାନବିଲ ଫାଟି ଆଁ କଲାଣି।…

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୭।୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲର ମେଡିସିନ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।…

କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା: ମହାକାଳପଡ଼ା, ରାଜନଗରରେ ଏହାର ପ୍ରଭାବ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା/ରାଜନଗର ୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ଅଭିଯୁକ୍ତଙ୍କୁ ଧରିବାରେ…

କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଅପରେଶନ ବେଳେ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି, ସୂତା

କେନ୍ଦ୍ରାପଡ଼ା ଅଫିସ,୧୭।୭: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଅସାବଧାନତା ଯୋଗୁ ପ୍ରସବ ନିମନ୍ତେ ଆସିଥିବା ଜନୈକା ମହିଳାଙ୍କ ଅପରେଶନ ସମୟରେ ପେଟରେ ରହିଯାଇଥିଲା ଛୁଞ୍ଚି ଓ ସୂତା। ଯନ୍ତ୍ରଣା ହେବା ପରେ ପୁନର୍ବାର…

ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କୁ ଭୋଟ ଦେବାକୁ ନିବେଦନ 

କେନ୍ଦ୍ରାପଡ଼ା ଅଫିସ,୧୭।୭: ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ବୁଧବାର ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ଡେରାବିଶ ବ୍ଲକ ବାରିମୂଳ ହେଲିପ୍ୟାଡ୍‌ରେ ଓହ୍ଲାଇ ନିର୍ବାଚନୀ ପ୍ରଚାର…

ବାବୁଲିଙ୍କୁ ଗୁଳିମାଡ଼ ଘଟଣା: ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୧୭।୭: ଗତ ୧୩ ତାରିଖରେ ସହରର ଦଣ୍ଡାମୁଣ୍ଡ ଛକଠାରେ ଧର୍ମରକ୍ଷା ସେନାର ଜିଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲିଙ୍କୁ ୨ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏହି ଘଟଣାକୁ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ…

ପୋଲିସ୍‌ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ କାବୁଲ ଆହତ

ଜୟପୁର, ୧୭।୭(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ହାତୀଶାଳ ଛକରେ ବୁଧବାର ଭୋରରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତଥା ଗଞ୍ଜେଇ ମାଫିଆ କାବୁଲ ଖରା ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ…

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭:  ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ମଙ୍ଗଳବାର ଗୋବର୍ଦ୍ଧନ ମଠରେ ଆୟୋଜିତ ଗୁରୁପୂର୍ଣ୍ଣିମା ମହୋତ୍ସବରେ ଯୋଗଦେଇ ବାହିନୀପତି…

୨୦୩୦ ସୁଦ୍ଧା ଏଡ୍‌ସମୁକ୍ତ ଓଡ଼ିଶା ଲକ୍ଷ୍ୟ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଜିଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ ୟୁନିଟ୍‌ର ସମୀକ୍ଷା ବୈଠକ ମଙ୍ଗଳବାର ଓଡିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ)ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ…

ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା- ୨୦୧୯’: ଆଲୋକା କାନୁନ୍‌ଗୋଙ୍କୁ ‘ପରିପୂର୍ଣ୍ଣା’ ସମ୍ମାନ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ପରିପୂର୍ଣ୍ଣା ନୃତ୍ୟ ଉତ୍ସବ ‘ନାୟିକା-୨୦୧୯’ ମଙ୍ଗଳବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ…

ଆକର୍ଷିତ କରିପାରିଲାନି ବଡ଼ ବଡ଼ ଇଭେଣ୍ଟ: ବିଦେଶୀ ପର୍ଯ୍ୟଟକ ଆଗମନ ହାର କମିଲା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଭାରତ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଏକ ବିଶେଷ ସ୍ଥାନ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳାଭୂମି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବିଗତ କେତେବର୍ଷ ଧରି ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri